ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିଲା ଜାମିନ୍‌

The Sakala Picture
Published On

ମୁମ୍ବଇ :  ବଲିଉଡର ବାଦଶାହା ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ମିଳିଛି ଜାମିନ୍‌। ମୁମ୍ବାଇ ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଆର୍ଯ୍ୟନକୁ ଜାମିନ ପ୍ରଦାନ କରିଛନ୍ତି । ମୁମ୍ବାଇ ହାଇକୋର୍ଟ ଏହି ମାମଲାରେ  ଲଗାତର ତିନିଦିନ ଧରି ଶୁଣାଣି କରିବା ପରେ ହାଇକୋର୍ଟ ଆଜି ଅପରାହ୍ଣରେ ଆର୍ଯ୍ୟନ୍‌ଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆରୟନଙ୍କ ସମେତ ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ମଧ୍ୟ ଜାମିନ ମିଳିଛି । କୋର୍ଟ ଆସନ୍ତା କାଲି ନିଜର […]

ମୁମ୍ବଇ :  ବଲିଉଡର ବାଦଶାହା ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ମିଳିଛି ଜାମିନ୍‌। ମୁମ୍ବାଇ ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଆର୍ଯ୍ୟନକୁ ଜାମିନ ପ୍ରଦାନ କରିଛନ୍ତି । ମୁମ୍ବାଇ ହାଇକୋର୍ଟ ଏହି ମାମଲାରେ  ଲଗାତର ତିନିଦିନ ଧରି ଶୁଣାଣି କରିବା ପରେ ହାଇକୋର୍ଟ ଆଜି ଅପରାହ୍ଣରେ ଆର୍ଯ୍ୟନ୍‌ଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆରୟନଙ୍କ ସମେତ ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ମଧ୍ୟ ଜାମିନ ମିଳିଛି । କୋର୍ଟ ଆସନ୍ତା କାଲି ନିଜର ସବିଶେଷ ଅର୍ଡର ପ୍ରକାଶ କରିବେ । ଜେଲ କର୍ତ୍ତୃପକ୍ଷଙ୍କୁ କୋର୍ଟଙ୍କ ଅର୍ଡର ମିଳିବା ପରେ ଏହି ତିନିଜଣ ଆସନ୍ତା କାଲି ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ଗତ ଦୁଇ ଦିନ ଧରି ଏହି ମାମଲାର ଶୁଣାଣି କରୁଥିବା ମୁମ୍ବାଇ ହାଇକୋର୍ଟ ଆଜି ୨.୩୦ ମିନିଟରେ ପୁଣି ଶୁଣାଣି ଆରମ୍ଭ କରିଥିଲେ। ଆଜି କୋର୍ଟରେ ଶୁଣାଣି ବେଳେ ଏଏସଜି ଅନିଲ ସିଂଙ୍କ ଦଲିଲ ଉପରେ ଜବାବ ଦେଇ ଆର୍ଯ୍ୟନ୍‌ଙ୍କ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ଉକ୍ତ ଜାହାଜରେ ଥିବା ଆର୍ଯ୍ୟନ୍‌ ଓ ଅରବାଜ ଏକାସାଥିରେ ଥିଲେ କିନ୍ତ ଆର୍ଯ୍ୟନ୍‌ଙ୍କୁ ଜଣାନଥିଲା କି ଅରବାଜଙ୍କ ପାଖରେ ଡ୍ରଗ୍ସ ରହିଛି । ଆର୍ଯ୍ୟନ୍‌ ଖାନ କୌଣସି ଷଡଯନ୍ତ୍ରରେ ସାମିଲ ନଥିବା କଥା ତାଙ୍କ ଓକିଲ କୋର୍ଟରେ ସୁଆଲ ରଖିଥିଲେ । ଏହା ପୂର୍ବରୁ ଏହି ମାମଲାରେ ମୁମ୍ବାଇ ଏନଡିପିଏସ କୋର୍ଟ ୨ ଜଣଙ୍କୁ ଜାମିନ ଦେଇଥିବାରୁ ସେହି ଆଧାରରେ ଆର୍ଯ୍ୟନ୍‌ଙ୍କୁ ଜାମିନ ମିଳୁ ବୋଲି ମକୁଲ କୋର୍ଟଙ୍କ ନିକଟରେ ଦାବି କରିଥିଲେ ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଆର୍ଯ୍ୟନ୍‌ଙ୍କ ଗିରଫଦାରିର ୪ ଦିନ ପରେ ଅଚିତଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଡ୍ରଗ୍ ଡିଲର ବୋଲି ଏନସିବି କହୁଥିବାବେଳେ ତାଙ୍କ ନିକଟରୁ ମାତ୍ର ୨.୪ ଗ୍ରାମ ଡ୍ରଗ୍ସ ମିଳିଥିଲା । କିନ୍ତୁ ଜଣେ ସଂଦିଗ୍ଧ ଡ୍ରଗ ଡିଲର ପାଖରେ ଅତିକ୍ରମରେ ୨୦୦ ଗ୍ରାମ ଡ୍ରଗ୍ସ ମିଳିବା ଆବଶ୍ୟକ ବୋଲି ଆର୍ଯ୍ୟନ୍‌ଙ୍କ ଓକିଲ ମୁକୁଲ ରୋହତଗୀ କୋର୍ଟକୁ କହିଥିଲେ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ସୂଚନାଯୋଗ୍ୟ ଡ୍ରଗ୍ସ କ୍ରୁଜ ପାର୍ଟିରୁ ଆର୍ଯ୍ୟାନ ଖାନଙ୍କୁ ଗତ ୩ ତାରିଖରୁ ଗିରଫ କରିଥିଲା ଏନସିବି। କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବାବେଳେ ତାଙ୍କୁ ଧରିଥିଲା ଏନସିବି। ଆର୍ଯ୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟଙ୍କ ନିକଟରୁ ୬ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଦର୍ଶାଇଥିଲା ଏନସିବି। ଆର୍ଯ୍ୟନ, ଅରବାଜଙ୍କ ସହ ଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଆର୍ଯ୍ୟନଙ୍କ ମୋବାଇଲ ଫୋନକୁ ସିଜ୍ କରିଥିଲା ଏନସିବି। ଏବଂ ଆର୍ଯ୍ୟନଙ୍କ ହ୍ୱାଟ୍ସଆପ୍ ଚାଟକୁ ଆଧାର କରି ତାଙ୍କ ବିରୋଧରେ ଆହୁରି ଦଫା ଲଗାଇଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର