ଜାହଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି: ଏନସିବି ପକ୍ଷରୁ ଚଢାଉ, ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ଅଟକ

The Sakala Picture
Published On

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜରେ ରେଭ ପାର୍ଟିରୁ ୧୩ ଜଣଙ୍କୁ ଅଟକ ରଖିଛି ଏନସିବ (ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ )। ଏଥିରେ ତିନିଜଣ ମହିଳା ମଧ୍ୟ ଅଛନ୍ତି। ସୂଚନାନୁସାରେ, ଏନସିବି ଚଢାଉରେ ବଲିଉଡର ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ନାଁ ମଧ୍ଯ ସାମ୍ନାକୁ ଆସୁଛି। ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ଏନସିବି ଟିମ୍ । ସୂଚନା ଅନୁଯାୟୀ, ଏନସିବି ଚଢାଉରେ ରେଭ ପାର୍ଟିରୁ ଗିରଫ ହୋଇଥିବା ଏହି ତିନିଜଣ ମହିଳା ଦିଲ୍ଲୀର ବାସିନ୍ଦା।  […]

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜରେ ରେଭ ପାର୍ଟିରୁ ୧୩ ଜଣଙ୍କୁ ଅଟକ ରଖିଛି ଏନସିବ (ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ )। ଏଥିରେ ତିନିଜଣ ମହିଳା ମଧ୍ୟ ଅଛନ୍ତି। ସୂଚନାନୁସାରେ, ଏନସିବି ଚଢାଉରେ ବଲିଉଡର ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ନାଁ ମଧ୍ଯ ସାମ୍ନାକୁ ଆସୁଛି। ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ଏନସିବି ଟିମ୍ ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ସୂଚନା ଅନୁଯାୟୀ, ଏନସିବି ଚଢାଉରେ ରେଭ ପାର୍ଟିରୁ ଗିରଫ ହୋଇଥିବା ଏହି ତିନିଜଣ ମହିଳା ଦିଲ୍ଲୀର ବାସିନ୍ଦା।  ଏହି ତିନି ମହିଳାଙ୍କୁ ରବିବାର ମୁମ୍ବାଇର ଏନସିବି କାର୍ଯ୍ୟାଳୟକୁ ଅଣାଯାଇ ସେମାନଙ୍କୁ ପଚରାଉଚରା କରାଯାଉଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ପାର୍ଟି ଆୟୋଜକଙ୍କୁ ଏନସିବି ପକ୍ଷରୁ ମଧ୍ଯ ସମନ କରାଯାଇଛି। ରବିବାର ଦିନ ସକାଳ ୧୧ଟାରେ ମୁମ୍ବାଇର ଏନସିବି କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି।  ଏନସିବି ପଚରାଉଚୁରାରେ ଅନେକ ବଡ଼ ଖୁଲାସା ହୋଇପାରେ ବୋଲି ଅନୁମାନ କରାଯାଉଛି। ଖବର ଅନୁଯାୟୀ, ସାତ ଘଣ୍ଟା ଧରି ଚାଲିଥିବା ଏହି ଚଢାଉରେ ଏନସିବି ଚାରି ପ୍ରକାରର ଡ୍ରଗ୍ସ କୋକେନ, ହାଶିଶ, MDMA ଏବଂ ମେଫେଡ୍ରାଇନ୍ ଜବତ କରିଛି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ରିପୋର୍ଟ ଅନୁଯାୟୀ, ଜୋନାଲ ଅଫିସର ସମୀର ୱାନଖେଡେ ଏହି ଅପରେସନ୍ କରିଥିଲେ। ସେ ତାଙ୍କ ଦଳ ସହିତ କ୍ରୁଜରେ ଚଢିଥିଲେ। ଯେତେବେଳେ ସମୁଦ୍ର ମଧ୍ୟ ଭାଗରେ କ୍ରୁଜ୍ ପହଞ୍ଚିଲା, ପାର୍ଟି ଆରମ୍ଭ ହେଇଥିଲା। ଏଥିସହ ଏନସିବି ମଧ୍ୟ ସକ୍ରିୟ ହେଇଥିଲା। ପାର୍ଟି ଆରମ୍ଭ ହେବା ମାତ୍ରେ ଏନସିବି ଟିମ୍ ଅପରେସନ୍ ଆରମ୍ଭ କରିଥିଲା। ଦଳ ଅଭିଯୁକ୍ତମାନଙ୍କୁ ଘଟାଣସ୍ଥଳରୁ ରଙ୍ଗେ ହାତରେ ଧରିଥିଲା। ପ୍ରଥମ ଥର ପାଇଁ ଏନସିବି ପକ୍ଷରୁ ଏକ କ୍ରୁଜ୍ ଉପରେ ଆକ୍ରମଣ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ରବିବାର ମୁମ୍ବାଇ ଅଣାଯିବ।

ଏନସିବି ଦ୍ୱାରା କରାଯାଇଥିବା ଏହି ଚଢାଉରେ ବଲିଉଡ, ଫ୍ୟାଶନ ଏବଂ ବ୍ୟବସାୟୀ ଲୋକମାନେ ଜଡିତ ଥିବା ଜଣାପଡ଼ିଛି। ସୂଚନାନୁସାରେ, ଏହି ଜାହାଜ ଶନିବାର ଦିନ ଛାଡିବାକୁ ଥିଲା। ଏହି ପୁଲ୍ ପାର୍ଟି ଫ୍ୟାଶନ୍ ଟିଭି ଦ୍ୱାରା ଆୟୋଜିତ ହୋଇଥିଲା ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର