ଜଳବାୟୁ ପରିବର୍ତ୍ତନର ପଡ଼ିବ ଗୁରୁତର ପ୍ରଭାବ: ୫୦ ବର୍ଷରେ ଆସିବ ଅନେକ ମହାମାରୀ

The Sakala Picture
Published On

ନୂଆଦିଲ୍ଲୀ: ପରିବେଶ ଉପରେ ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ପଡିବାକୁ ଯାଉଛି। ଆଗାମୀ ଦିନରେ ମହାମାରୀ ରୂପରେ ଏହାକୁ ଦେଖିବାକୁ ମିଳିପାରେ। ଆମେରିକା ଜର୍ଜଟାଉନ ୟୁନିଭର୍ସିଟିର ନୂତନ ଗବେଷଣା ଅନୁଯାୟୀ ୨୦୭୦ ସୁଦ୍ଧା ବିଶ୍ବ ହଜାର ହଜାର ମହାମାରୀର ସାମ୍ନା କରିପାରେ। ଏହି ସମୟରେ ଅତିକମ୍‌ରେ ୧୫ ହଜାର ଭୂତାଣୁ ପଶୁଙ୍କଠାରୁ ମନୁଷ୍ୟକୁ ବ୍ୟାପିବାର ସମ୍ଭାବନା ରହିଛି। ନେଚର ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ ଆସନ୍ତା ୫୦ ବର୍ଷ ଭିତରେ ଏସିଆ ଏବଂ ଆଫ୍ରିକାରେ ମହାମାରୀ […]

ନୂଆଦିଲ୍ଲୀ: ପରିବେଶ ଉପରେ ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ ପଡିବାକୁ ଯାଉଛି। ଆଗାମୀ ଦିନରେ ମହାମାରୀ ରୂପରେ ଏହାକୁ ଦେଖିବାକୁ ମିଳିପାରେ। ଆମେରିକା ଜର୍ଜଟାଉନ ୟୁନିଭର୍ସିଟିର ନୂତନ ଗବେଷଣା ଅନୁଯାୟୀ ୨୦୭୦ ସୁଦ୍ଧା ବିଶ୍ବ ହଜାର ହଜାର ମହାମାରୀର ସାମ୍ନା କରିପାରେ। ଏହି ସମୟରେ ଅତିକମ୍‌ରେ ୧୫ ହଜାର ଭୂତାଣୁ ପଶୁଙ୍କଠାରୁ ମନୁଷ୍ୟକୁ ବ୍ୟାପିବାର ସମ୍ଭାବନା ରହିଛି। ନେଚର ଜର୍ଣ୍ଣାଲରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ ଆସନ୍ତା ୫୦ ବର୍ଷ ଭିତରେ ଏସିଆ ଏବଂ ଆଫ୍ରିକାରେ ମହାମାରୀ ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ଏହି ମହାଦେଶ ପୂର୍ବରୁ ଫ୍ଲୁ, ଏଚଆଇଭି, ଇବୋଲା ଏବଂ କରୋନା ଭଳି ମହାମାରୀର ହଟସ୍ପଟ ପାଲଟିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯଦି ଆଗାମୀ ୫୦ ବର୍ଷରେ ପୃଥିବୀର ତାପମାତ୍ର ୨ ଡିଗ୍ରୀ ବୃଦ୍ଧି ପାଇବ ତେବେ ୩ ହଜାରରୁ ଊର୍ଦ୍ଧ୍ବ ସ୍ତନ୍ୟପାୟୀ ପ୍ରାଣୀ  ଅନ୍ୟ ଅଞ୍ଚଳରେ ବସବାସ କରିବାକୁ ବାଧ୍ୟ ହେବେ। ଏଥିଯୋଗୁଁ ଭୂତାଣୁ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବ ଏବଂ ଅନ୍ୟ ପଶୁ ଏହା ବ୍ୟାପିଯିବ । ଏହା ପରବର୍ତ୍ତୀ ସମୟରେ ମନୁଷ୍ୟକୁ ସଂକ୍ରମିତ କରିବ। ଏବେ ମନୁଷ୍ୟକୁ ସଂକ୍ରମିତ କରିବା ଭଳି ପ୍ରାୟ ୧୦ ହଜାର ଭୂତାଣୁ ପଶୁଙ୍କଠାରେ ରହିଛି । ଏହା କରୋନା ଭଳି ମହାମାରୀରେ ମଧ୍ୟ ପରିଣତ ହୋଇପାରନ୍ତି । ୨୦୭୦ ସୁଦ୍ଧା କେବଳ ସ୍ତନ୍ୟପାୟୀ ପ୍ରାଣୀଙ୍କଠାରୁ ୪ ହଜାର ଭୂତାଣୁ ବ୍ୟାପିବ ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଏହି ଅଧ୍ୟୟନରେ ପକ୍ଷୀ ଏବଂ ସାମୁଦ୍ରିକ ଜୀବଙ୍କୁ ସାମିଲ କରାଯାଇ ନାହିଁ । ବାଦୁଡିଠାରୁ ଅଧିକ ଭୂତାଣୁ ବ୍ୟାପିପାରେ। କାରଣ ଏଗୁଡିକ ବହୁତ ଦୂର ପର୍ଯ୍ୟନ୍ତ ଉଡିପାରନ୍ତି। ଅଧ୍ୟୟନରେ ସାମିଲ ବୈଜ୍ଞାନିକ କୋଲିନ କାର୍ଲସନ କହିଛନ୍ତି ଯେ ଭବିଷ୍ୟତର ମହାମାରୀରୁ ବଞ୍ଚିବାକୁ ହେଲେ ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେବ। ଜଳବାୟୁ ପରିବର୍ତ୍ତନ ଏବଂ ଭୂତାଣୁ ସଂକ୍ରମଣ ମଧ୍ୟରେ ଗଭୀର ସମ୍ବନ୍ଧ ରହିଛି। ଏଥିପାଇଁ ଗ୍ରୀନ ହାଉସ ଗ୍ୟାସ ଏବଂ ଇନ୍ଧନ ବ୍ୟବହାରକୁ କମ୍ କରିବାକୁ ପଡିବ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର