ଚାକିରିରୁ ଛଟେଇ ପରେ ଚରମ ନିଷ୍ପତ୍ତି: ବିଷ ପିଇଲେ ଏକ ଘରୋଇ କମ୍ପାନୀର ୭ କର୍ମଚାରୀ

The Sakala Picture
Published On

ଇନ୍ଦୋର: ଇନ୍ଦୋରର ପରଦେସିପୁର ଥାନା ଅନ୍ତର୍ଗତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ୭ ଜଣ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା ଉଦ୍ଯମ କରିଛନ୍ତି। କର୍ମଚାରୀମାନେ ଆଜି ସକାଳେ ଏହି ଆତ୍ମହତ୍ୟା ଉଦ୍ଯମ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କମ୍ପାନୀ ଏହି ୭ ଜଣ କର୍ମଚାରୀଙ୍କୁ ଛଟେଇ କରିଥିଲା। ଯେଉଁ କାରଣରୁ ସେମାନେ ଏହି ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ସମସ୍ତ କର୍ମଚାରୀଙ୍କୁ ଇନ୍ଦୋରର ଏମବାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଚାଲିଛି। ଯେଉଁମାନେ ଆତ୍ମହତ୍ୟା […]

ଇନ୍ଦୋର: ଇନ୍ଦୋରର ପରଦେସିପୁର ଥାନା ଅନ୍ତର୍ଗତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ୭ ଜଣ କର୍ମଚାରୀ ବିଷ ପିଇ ଆତ୍ମହତ୍ୟା ଉଦ୍ଯମ କରିଛନ୍ତି। କର୍ମଚାରୀମାନେ ଆଜି ସକାଳେ ଏହି ଆତ୍ମହତ୍ୟା ଉଦ୍ଯମ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସୂଚନା ଅନୁଯାୟୀ, କମ୍ପାନୀ ଏହି ୭ ଜଣ କର୍ମଚାରୀଙ୍କୁ ଛଟେଇ କରିଥିଲା। ଯେଉଁ କାରଣରୁ ସେମାନେ ଏହି ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ସମସ୍ତ କର୍ମଚାରୀଙ୍କୁ ଇନ୍ଦୋରର ଏମବାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଚାଲିଛି। ଯେଉଁମାନେ ଆତ୍ମହତ୍ୟା କରିଛନ୍ତି ସେମାନଙ୍କ ମଧ୍ୟରେ ଜାମନାଧର ବିଶ୍ୱକର୍ମା, ଦୀପକ ସିଂହ, ରାଜେଶ ମେମିୟରିଆ, ଦେବିଲାଲ କରେଡିଆ, ରବି କରେଡିଆ, ଜିତେନ୍ଦ୍ର ଧମନିଆ, ଶେଖର ଭର୍ମା ରହିଛନ୍ତି। ଏହି ଘଟଣା ପରେ କମ୍ପାନୀ ମାଲିକ ନିଖୋଜ ଅଛନ୍ତି। ପରଦେଶୀ ପୁର ପୁଲିସ ଖବର ପାଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ପୁଲିସର ସୂଚନା ଅନୁଯାୟୀ, ଆତ୍ମହତ୍ୟା ଉଦ୍ୟମ କରିଥିବା ସମସ୍ତ ୭ କର୍ମଚାରୀଙ୍କ ଅବସ୍ଥା ଗୁରୁତର ରହିଛି। ଏଥିସହିତ ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ କମ୍ପାନୀ ମାଲିକ ଏକ ନୂତନ କମ୍ପାନୀ ଖୋଲିଛନ୍ତି।  ଛଟେଇ କରାଯଇଥିବା କର୍ମଚାରୀଙ୍କୁ ସେହି ନୂତନ କମ୍ପାନୀରେ କାମ କରିବାକୁ କହିଥିଲେ। କିନ୍ତୁ ତାହା କରି ନ ଥିଲେ। ଫଳରେ ଆର୍ଥିକ ଚାପରେ ଆସି ଏହି ପଦକ୍ଷେପ ନେଇଛନ୍ତି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

କମ୍ପାନୀର ଜଣେ କର୍ମଚାରୀ କହିଛନ୍ତି ଯେ, ମାଲିକ ଆମକୁ ପୁରୁଣା କମ୍ପାନୀରୁ ବାହାର କରିବା ପରେ ବୁଧବାର ଦିନ ବଙ୍ଗଳା ସ୍ଥିତ ଅନ୍ୟ ଏକ କମ୍ପାନୀରେ କାମ କରିବାକୁ ଯିବାକୁ କହିଥିଲେ । ଯେଉଁମାନେ ଯିବାକୁ ଚାହୁଁ ନାହାନ୍ତି ଛୁଟି ନେଇଯିବାକୁ କହିଥିଲେ। ଆମ ସ୍ଥାନରେ କାମ କରିବା ପାଇଁ ଦିଲ୍ଲୀ, ମୁମ୍ବାଇ, କୋଲକାତାର ନୂଆ ଲୋକଙ୍କୁ ଅଣାଯାଇଥିଲା । ପରେ ଆମକୁ ବିନା କୌଣସି କାରଣରେ ବିଦା କରାଯାଇଥିଲା । ଏହା ପରେ ଆମେ ସମସ୍ତେ ସ୍ଥିର କଲୁ ଯେ, ବର୍ତ୍ତମାନ ସ୍ଥିତିରେ ଘରକୁ ଯିବା ସମ୍ଭବ ନୁହିଁ । ତେଣୁ ଆମେ ଏହି ପଦକ୍ଷେପ ନେଇଥିଲୁ।

ଖବର ଅନୁଯାୟୀ, ଏହି ୭ ଜଣ କର୍ମଚାରୀଙ୍କୁ କିଛି ମାସ ଧରି ଦରମା ଦେଇ ନ ଥିଲା କମ୍ପାନୀ। ପରେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। କମ୍ପାନୀ ଏହି ଲୋକମାନେ ମାଲିକଙ୍କଠାରୁ ଦରମା ମାଗିଥିଲେ। କିନ୍ତୁ ଟଙ୍କା ନ ପାଇବା ପରେ ଶ୍ରମିକମାନେ ଏହି ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ବିବୃତ୍ତି ନିଆଯାଉଛି, ସେହି ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡାକ୍ତରଙ୍କ କହିବାନୁଯାୟୀ, ସମସ୍ତ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର