ଅନଲାଇନ୍ ପାଠପଢ଼ା ସମୟରେ ସ୍କୁଲ୍ ଫି’ କମାଇବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

The Sakala Picture
Published On

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଭୟାଭୟତା ଯୋଗୁଁ ବନ୍ଦ ଅଛି ସ୍କୁଲ୍ । ଏବେ ଚାଲିଛି କେବଳ ଅନଲାଇନ୍ କ୍ଲାସ୍ । ଏହାରି ଭିତରେ ଅଭିଭାବକଙ୍କ ପାଇଁ ଆଶ୍ୱସ୍ତିର ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ସ୍କୁଲ୍ ବନ୍ଦ ରହିଛି । କ୍ୟାମ୍ପସରେ ଦିଆଯାଉଥିବା ସୁବିଧା ଲାଗି ଖର୍ଚ୍ଚ କରିବାକୁ ପଡ଼ୁନାହିଁ । ଏଥିପାଇଁ ପରିଚାଳନା ଖର୍ଚ୍ଚ କମ୍ ହୋଇଛି । ଏଥିପାଇଁ ସ୍କୁଲକୁ ଅନଲାଇନ୍ କ୍ଲାସେସ୍ ଫି’ ହ୍ରାସ କରିବା ଉଚିତ୍ । ରାଜସ୍ଥାନ […]

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଭୟାଭୟତା ଯୋଗୁଁ ବନ୍ଦ ଅଛି ସ୍କୁଲ୍ । ଏବେ ଚାଲିଛି କେବଳ ଅନଲାଇନ୍ କ୍ଲାସ୍ । ଏହାରି ଭିତରେ ଅଭିଭାବକଙ୍କ ପାଇଁ ଆଶ୍ୱସ୍ତିର ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ସ୍କୁଲ୍ ବନ୍ଦ ରହିଛି । କ୍ୟାମ୍ପସରେ ଦିଆଯାଉଥିବା ସୁବିଧା ଲାଗି ଖର୍ଚ୍ଚ କରିବାକୁ ପଡ଼ୁନାହିଁ । ଏଥିପାଇଁ ପରିଚାଳନା ଖର୍ଚ୍ଚ କମ୍ ହୋଇଛି । ଏଥିପାଇଁ ସ୍କୁଲକୁ ଅନଲାଇନ୍ କ୍ଲାସେସ୍ ଫି’ ହ୍ରାସ କରିବା ଉଚିତ୍ ।

ଆହୁରି ପଢ଼ନ୍ତୁ: ୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ

ରାଜସ୍ଥାନ ସରକାର ଘରୋଇ ସ୍କୁଲକୁ ୩୦ ପ୍ରତିଶତ ଫି’ ଛାଡ଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି କେତେକ ସ୍କୁଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ୍ ଏଏମ୍ ଖାନାବିଲକର ଓ ଜଷ୍ଟିସ୍ ଦିନେଶ ମାହେଶ୍ୱରୀ ଖଣ୍ଡପୀଠ ଆବେଦନର ଶୁଣାଣି କରି କହିଛନ୍ତି- ଏମିକି କୌଣସି ଆଇନ୍ ନାହିଁ, ଯାହା ରାଜ୍ୟ ସରକାରଙ୍କୁ ଏମିତି ଆଦେଶ ଜାରି କରିବାକୁ ଅନୁମତି ଦେଉଛି । ତେବେ, ଆମେ ଭାବୁଛୁ ସ୍କୁଲି ଫି’ ହ୍ରାସ୍ ହେବା ଆବଶ୍ୟକ ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଖଣ୍ଡପୀଠ କହିଛନ୍ତି, ଶିକ୍ଷାନୁଷ୍ଠାନ ପରିଚାଳନା କରୁଥିବା କର୍ତ୍ତୃପକ୍ଷ ସମ୍ବେଦନଶୀଳତା ଦେଖାଇବା ଦରକାର । ଲୋକ ମହାମାରୀ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍କୁଲ ଗୁଡ଼ିକ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେଲା ଭଳି ପଦକ୍ଷେପ ନେବା ଉଚିତ୍ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଏଥିସହ ସୁପ୍ରିମକୋର୍ଟ କହିଛନ୍ତି, କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସୁବିଧା ଏବେ ମିଳୁନାହିଁ । କିନ୍ତୁ ସେନେଇ ମିଳୁଥିବା ଦେୟରୁ ସ୍କୁଲକୁ ଲାଭ ମିଳୁଛି । ଆଇନ୍ ଅନୁସାରେ ଛାତ୍ରଛାତ୍ରୀଙ୍କୁ ମିଳୁନଥିବା ସୁବିଧା ପାଇ ସ୍କୁଲ୍ ଟଙ୍କା ନେଇ ପାରିବ ନାହିଁ ।

04 May 2021 By The Sakala

ଅନଲାଇନ୍ ପାଠପଢ଼ା ସମୟରେ ସ୍କୁଲ୍ ଫି’ କମାଇବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଭୟାଭୟତା ଯୋଗୁଁ ବନ୍ଦ ଅଛି ସ୍କୁଲ୍ । ଏବେ ଚାଲିଛି କେବଳ ଅନଲାଇନ୍ କ୍ଲାସ୍ । ଏହାରି ଭିତରେ ଅଭିଭାବକଙ୍କ ପାଇଁ ଆଶ୍ୱସ୍ତିର ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ସ୍କୁଲ୍ ବନ୍ଦ ରହିଛି । କ୍ୟାମ୍ପସରେ ଦିଆଯାଉଥିବା ସୁବିଧା ଲାଗି ଖର୍ଚ୍ଚ କରିବାକୁ ପଡ଼ୁନାହିଁ । ଏଥିପାଇଁ ପରିଚାଳନା ଖର୍ଚ୍ଚ କମ୍ ହୋଇଛି । ଏଥିପାଇଁ ସ୍କୁଲକୁ ଅନଲାଇନ୍ କ୍ଲାସେସ୍ ଫି’ ହ୍ରାସ କରିବା ଉଚିତ୍ ।

ରାଜସ୍ଥାନ ସରକାର ଘରୋଇ ସ୍କୁଲକୁ ୩୦ ପ୍ରତିଶତ ଫି’ ଛାଡ଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି କେତେକ ସ୍କୁଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ୍ ଏଏମ୍ ଖାନାବିଲକର ଓ ଜଷ୍ଟିସ୍ ଦିନେଶ ମାହେଶ୍ୱରୀ ଖଣ୍ଡପୀଠ ଆବେଦନର ଶୁଣାଣି କରି କହିଛନ୍ତି- ଏମିକି କୌଣସି ଆଇନ୍ ନାହିଁ, ଯାହା ରାଜ୍ୟ ସରକାରଙ୍କୁ ଏମିତି ଆଦେଶ ଜାରି କରିବାକୁ ଅନୁମତି ଦେଉଛି । ତେବେ, ଆମେ ଭାବୁଛୁ ସ୍କୁଲି ଫି’ ହ୍ରାସ୍ ହେବା ଆବଶ୍ୟକ ।

ଖଣ୍ଡପୀଠ କହିଛନ୍ତି, ଶିକ୍ଷାନୁଷ୍ଠାନ ପରିଚାଳନା କରୁଥିବା କର୍ତ୍ତୃପକ୍ଷ ସମ୍ବେଦନଶୀଳତା ଦେଖାଇବା ଦରକାର । ଲୋକ ମହାମାରୀ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍କୁଲ ଗୁଡ଼ିକ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେଲା ଭଳି ପଦକ୍ଷେପ ନେବା ଉଚିତ୍ ।

ଏଥିସହ ସୁପ୍ରିମକୋର୍ଟ କହିଛନ୍ତି, କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସୁବିଧା ଏବେ ମିଳୁନାହିଁ । କିନ୍ତୁ ସେନେଇ ମିଳୁଥିବା ଦେୟରୁ ସ୍କୁଲକୁ ଲାଭ ମିଳୁଛି । ଆଇନ୍ ଅନୁସାରେ ଛାତ୍ରଛାତ୍ରୀଙ୍କୁ ମିଳୁନଥିବା ସୁବିଧା ପାଇ ସ୍କୁଲ୍ ଟଙ୍କା ନେଇ ପାରିବ ନାହିଁ ।

https://www.thesakala.in/national-international/schools-must-reduce-fees-for-online-only-classes-supreme-court/article-1992
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର