ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣା, ଜଣେ ଯୁବକ ଗିରଫ

The Sakala Picture
Published On

ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣା । ସନ୍ଦିଗ୍ଧ ଜଣେ ଯୁବକ ଗିରଫ। ସନ୍ଦିଗ୍ଧ ଯୁବକକୁ ଗିରଫ କା ମୁମ୍ବାଇ ପୁଲିସର ସ୍ପେଶାଲ ଟିମ୍ । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ସୈଫ୍‌ଙ୍କୁ ଛୁରାମାଡ଼ କରିଥିଲା । ପୁଲିସ ଘଟଣା ତଦନ୍ତ କରିବାସହ ଅଭିଯୁକ୍ତର ଫଟୋ ଗତକାଲି ଜାରି କରିଥିଲା। ଆକ୍ରମଣକାରୀକୁ ଧରିବା ପାଇଁ ୧୮ ଟିମ୍‌ ଗଠନ ହୋଇଥିଲା। ଖବର ଅନୁଯାୟୀ, ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ସ୍ଥିତ […]

ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣା । ସନ୍ଦିଗ୍ଧ ଜଣେ ଯୁବକ ଗିରଫ। ସନ୍ଦିଗ୍ଧ ଯୁବକକୁ ଗିରଫ କା ମୁମ୍ବାଇ ପୁଲିସର ସ୍ପେଶାଲ ଟିମ୍ । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ସୈଫ୍‌ଙ୍କୁ ଛୁରାମାଡ଼ କରିଥିଲା । ପୁଲିସ ଘଟଣା ତଦନ୍ତ କରିବାସହ ଅଭିଯୁକ୍ତର ଫଟୋ ଗତକାଲି ଜାରି କରିଥିଲା। ଆକ୍ରମଣକାରୀକୁ ଧରିବା ପାଇଁ ୧୮ ଟିମ୍‌ ଗଠନ ହୋଇଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଖବର ଅନୁଯାୟୀ, ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ସ୍ଥିତ ଘରେ ଗତକାଲି ଜଣେ ଦୁର୍ବୃତ୍ତ ସମସ୍ତ ସୁରକ୍ଷା ବଳୟକୁ ଭାଙ୍ଗି ଅଭିନେତାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା। ତାର ଛୁରାମାଡ଼ରେ ଅଭିନେତା ଗୁରୁତର ଆହତ ହୋଇଖିଲେ। ଅସ୍ତ୍ରୋପଚାର ପରେ ସେ ବିପଦ ମୁକ୍ତ ଥିବା ଡାକ୍ତର କହିଥିଲେ। ଆକ୍ରମଣରେ ଅଭିନେତାଙ୍କ ମେରୁଦଣ୍ଡରେ ଛୁରି ଭାଙ୍ଗି ରହିଯାଇଥିଲା। ଗାଡ଼ି ପ୍ରସ୍ତୁତ ନ ଥିବାରୁ ପୁଅ ଇବ୍ରାହିମ ଅଲ୍ଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପାଙ୍କୁ ଅଟୋରେ ନେଇ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ଅସ୍ତ୍ରୋପଚାର କରି ଅଭିନେତାଙ୍କ ମେରୁଦଣ୍ଡରୁ ୨.୫ ଇଞ୍ଚର ଛୁରିକୁ ଡାକ୍ତର ବାହାର କରିଥିଲେ। ସୈଫଙ୍କ ବାମ ହାତ, ପେଟ,ମୁଣ୍ଡ ଏବଂ ବେକରେ ମଧ୍ୟ ୬ଟି ଆଘାତ ଲାଗିଥିଲା। ତାଙ୍କର ନ୍ୟୁରୋ ଓ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ପୁଲିସ ସୂଚନା ଅନୁଯାୟୀ, ରାତିରେ ଆକ୍ରମଣକାରୀ ଘରେ ପଶିଲା ବେଳେ ସମସ୍ତେ ଶୋଇଥିଲେ। ହଠାତ୍ ଜଣେ ଘରୋଇ ସହାୟିକାଙ୍କ ଚିତ୍କାର ଶୁଣି ସୈଫ ଉଠି ପଡ଼ିଥିଲେ। ଏହି ସହାୟିକା ସୈଫଙ୍କ ସନ୍ତାନ ତୈମୁର-ଜେହ ପାଇଁ ଉଦ୍ଦିଷ୍ଟ କକ୍ଷରେ ଶୋଇଥିଲେ। ଦୁର୍ବୃତ୍ତ ପ୍ରଥମେ ସେହି କଠୋରୀରେ ପଶିଥିଲା। ସହାୟିକା ଅରିୟାମା ଫିଲିପଙ୍କୁ ଆକ୍ରମଣକାରୀ ଧରିନେବାରୁ ସେ ଚିତ୍କାର କରିଥିଲେ। ଏହି ସମୟରେ ସୈଫ ଅଟକାଇବାକୁ ପ୍ରୟାସ କରିବାରୁ ଦୁର୍ବୃତ୍ତ ତାଙ୍କୁ ଛୁରା ମାଡ଼ କରିଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର