ଆମେରିକା କଥାରେ ନ ନାଚୁ ୟୁକ୍ରେନ, ତୃତୀୟ ବିଶ୍ବଯୁଦ୍ଧ ହେଲେ ପରିଣାମ ଭୟଙ୍କର ହେବ

The Sakala Picture
Published On

ମସ୍କୋ: ରୁଷ୍‌-ୟୁକ୍ରେନ୍‌ ମଧ୍ୟରେ ଏବେ ଯୁଦ୍ଧ ଚାଲିଛି । ୭ମ ଦିନରେ ଯୁଦ୍ଧର ତୀବ୍ରତା ବଢ଼ିଥିବା ବେଳେ ରୁଷ ବୋମା ମାଡ଼ କରି ୟୁକ୍ରେନର ଦ୍ବିତୀୟ ବୃହତ୍‌ ନଗରୀ ଖାର୍କିଭ୍‌ ସହରକୁ ସଂପୂର୍ଣ୍ଣ ଦଖଲକୁ ନେଇ ଯାଇଛି। ଘନଘନ ବୋମା ଓ ମିସାଇଲ ମାଡ଼ରେ ସମଗ୍ର ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ୟୁକ୍ରେନରେ ଏହି ସଙ୍କଟ ମଧ୍ୟରେ ୟୁକ୍ରେନକୁ କିଛି ପଶ୍ଚିମ ଦେଶ ସହଯୋଗର ହାତ ବଢ଼ାଇଥିବାରୁ ଆଜି ରୁଷ ପୁଣିଥରେ ପୂରା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର […]

ମସ୍କୋ: ରୁଷ୍‌-ୟୁକ୍ରେନ୍‌ ମଧ୍ୟରେ ଏବେ ଯୁଦ୍ଧ ଚାଲିଛି । ୭ମ ଦିନରେ ଯୁଦ୍ଧର ତୀବ୍ରତା ବଢ଼ିଥିବା ବେଳେ ରୁଷ ବୋମା ମାଡ଼ କରି ୟୁକ୍ରେନର ଦ୍ବିତୀୟ ବୃହତ୍‌ ନଗରୀ ଖାର୍କିଭ୍‌ ସହରକୁ ସଂପୂର୍ଣ୍ଣ ଦଖଲକୁ ନେଇ ଯାଇଛି। ଘନଘନ ବୋମା ଓ ମିସାଇଲ ମାଡ଼ରେ ସମଗ୍ର ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ୟୁକ୍ରେନରେ ଏହି ସଙ୍କଟ ମଧ୍ୟରେ ୟୁକ୍ରେନକୁ କିଛି ପଶ୍ଚିମ ଦେଶ ସହଯୋଗର ହାତ ବଢ଼ାଇଥିବାରୁ ଆଜି ରୁଷ ପୁଣିଥରେ ପୂରା ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି। ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ପରମାଣୁ ବୋମାର ଭୟ ଦେଖାଇଛନ୍ତି। ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବ, ତା’ହେଲେ ଏଥିରେ ନିଶ୍ଚିତ ପରମାଣୁ ବୋମାର ବ୍ୟବହାର ହେବ।  ପୂରା ବିଶ୍ୱରେ ଧ୍ୱଂସର ତାଣ୍ଡବଲୀଳା ଦେଖାଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଆହୁରି ମଧ୍ୟ କହିଛନ୍ତି ଯେ ପଶ୍ଚିମ ଦେଶଗୁଡ଼ିକ ଆମ ଦେଶର ଖେଳାଳି, ସାମ୍ବାଦିକ ଓ ପ୍ରତିନିଧିଙ୍କୁ ଟାର୍ଗେଟ କରିବେ ବୋଲି ଆମେ କେବେ ଆଶା କରି ନଥିଲୁ। ଏବେ କିନ୍ତୁ ସେମିତି କିଛି ଘଟିଛି। ଯାହାକୁ ଆଦୌ ଗ୍ରହଣୀୟ ନୁହେଁ। ୟୁକ୍ରେନ ଆମେରିକା କଥାରେ ପରିଚାଳିତ ନହେଉ କି ଆମେରିକାର କଥା ନ କହୁ । ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ । କିନ୍ତୁ ୟୁକ୍ରେନ ଆଲୋଚନାରେ ଆମେରିକାର କଣ୍ଢେଇ ସାଜି ନ ନାଚୁ । ସବୁ ପ୍ରତିବନ୍ଧକକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ଅଛୁ ।ଯଦି ତୃତୀୟ ବିଶ୍ୱଯୁଦ୍ଧ କୌଣସି ବି ପରିସ୍ଥିତିରେ ଆରମ୍ଭ ହୁଏ, ତା’ହେଲେ ଏଥିରେ ପରମାଣୁ ଅସ୍ତ୍ରର ବ୍ୟବହାର ହେବ। ଏହାର ଧ୍ୱଂସଲୀଳା ଅଧିକ ରହିବ ବୋଲି ସେ କହିଛନ୍ତି। ୟୁକ୍ରେନରେ ରୁଷ ପକ୍ଷରୁ ସ୍ୱତନ୍ତ୍ର ମିଲିଟାରୀ ଅପରେସନ ଚାଲିଥିବା ମଧ୍ୟ ଲାଭରୋଭ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଯଦି କିଭ କୌଣସି ଦେଶଠାରୁ ପରମାଣୁ ଅସ୍ତ୍ର ପାଇଲା, ତା’ହେଲେ ସ୍ଥିତି ଆହୁରି ଭୟଙ୍କର ରୂପ ଧାରଣ କରିବ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଅନ୍ୟପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଋଷ ସୈନିକ ଆମର ଇତିହାସକୁ ମାଟିରେ ମିଶାଇବାକୁ ପ୍ରୟାସ କରୁଛନ୍ତି । କାରଣ ବିଭିନ୍ନ ଧାର୍ମିକ ସ୍ଥ୍ଳ ଉପରେ ଋଷ ଆକ୍ରମଣ କରୁଛି । କିନ୍ତୁ ଆମର ଇତିହାସ ବାବଦରେ ଋଷ ବୋଧହୁଏ କିଛି ଜାଣିନି । ଅନ୍ୟପଟେ ୟୁକ୍ରେନ ମେୟର କହିଛନ୍ତି, ଋଷ ସେନା ଏବେ ଆମକୁ ଡେଡଲାଇନ ଦେଇଛନ୍ତି । ଆତ୍ମସର୍ମପଣ ନକଲେ ପୂରା କୋନୋଟପ୍ ସହରକୁ ଧ୍ୱଂସସ୍ତୁପରେ ପରିଣତ କରିବାକୁ ଚେତାବନୀ ଦେଇଛନ୍ତି ।ରାତି ସାରା ଆକ୍ରମଣ ପରେ ଆଜି ସକାଳଠାରୁ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହେଉଛି । ଗୋଟିଏ ପରେ ଗୋଟିଏ ସ୍ଥାନରେ ରକେଡ୍ ମାଡ ସହ ଘନ ଘନ ବୋମାମାଡ଼ କରାଯାଉଛି । ଖାରକିଭର ମିଲିଟାରୀ ଏକାଡେମୀରେ ରକେଡ୍ ମାଡ ହୋଇଛି । ପୋଲିସ ମୁଖ୍ୟାଳୟ ଉପରେ ମଧ୍ୟରେ ମିସାଇଲ ମାଡ କରାଯାଇଛି । ବିସ୍ଫୋରଣରେ ପୋଲିସ ଏକାଡେମୀ ଓ ପୁଲିସ ମୁଖ୍ୟାଳୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର