ଭାରତକୁ ରିହାତି ମୂଲ୍ୟରେ ତେଲ ଦେବାକୁ ରୁଷିଆର ପ୍ରସ୍ତାବ !

The Sakala Picture
Published On

ୱାଶିଂଟନ୍: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ପ୍ରଭାବରେ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ୨୦୦୮ ପରର ରେକର୍ଡ ସ୍ତରରେ ପହଞ୍ଚିଥିବାରୁ ଏବେ ଭାରତ ସରକାରଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ସାଜିଛି । ଏଭଳି ସମୟରେ ରୁଷିଆ ଭାରତକୁ ରିହାତି ମୂଲ୍ୟରେ ତେଲ ଦେବାକୁ ପ୍ରସ୍ତାବ ଦେଇଛି। ଏହାକୁ ନେଇ ଭାରତ ଏବେ ବେଶ ଅଡୁଆରେ ପଡିଛି। ଏହା ଉପରେ ଭାରତ ସରକାର ବିଚାର କରୁଥିବା ଜଣାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର କହିଛନ୍ତି ଯେ, […]

ୱାଶିଂଟନ୍: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ପ୍ରଭାବରେ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ୨୦୦୮ ପରର ରେକର୍ଡ ସ୍ତରରେ ପହଞ୍ଚିଥିବାରୁ ଏବେ ଭାରତ ସରକାରଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ସାଜିଛି । ଏଭଳି ସମୟରେ ରୁଷିଆ ଭାରତକୁ ରିହାତି ମୂଲ୍ୟରେ ତେଲ ଦେବାକୁ ପ୍ରସ୍ତାବ ଦେଇଛି। ଏହାକୁ ନେଇ ଭାରତ ଏବେ ବେଶ ଅଡୁଆରେ ପଡିଛି। ଏହା ଉପରେ ଭାରତ ସରକାର ବିଚାର କରୁଥିବା ଜଣାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର କହିଛନ୍ତି ଯେ, ଭାରତକୁ ରୁଷିଆରୁ ତୈଳ ଆମଦାନୀ କରିବାକୁ ହେଲେ ଆମକୁ ଅନେକଗୁଡିଏ କାରକ ଉପରେ ବିଚାର କରିବାକୁ ପଡିବ। ଯଦି ରୁଷରୁ ତେଲ ଆମଦାନୀ କରାଯାଏ ତେବେ ତାହାର ବୀମା ଖର୍ଚ୍ଚ ଦୃଷ୍ଟିରୁ ଦେଖୁଲେ ଏହା ଭାରତ ପାଇଁ ଲାଭଦାୟକ ହେବ।

ଆହୁରି ପଢ଼ନ୍ତୁ: ଅନିଶ୍ଚିତତାରେ ଆମେରିକା-ଇରାନ ଶାନ୍ତି ଆଲୋଚନା: ଟ୍ରମ୍ପଙ୍କ ବୋମାମାଡ଼ ଚେତାବନୀ ଓ ଇରାନର 'ନୂଆ କାର୍ଡ' ଧମକ

ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ଆର୍ଥିକ କଟକଣା କ୍ରମରେ ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ ସିଷ୍ଟମରୁ ଋଷକୁ ବାଦ୍ ଦିଆଯାଇଛି । ଫଳରେ ଅନ୍ୟ ଦେଶ ମାନଙ୍କ ସହ ଋଷର ବାଣିଜ୍ୟିକ ସମ୍ପର୍କ ତୁଟିଯାଇଛି । ଏଭଳି ସ୍ଥଳେ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଯୋଜନା କରୁଛନ୍ତି ରାଷ୍ଟ୍ରପତି ପୁଟିନ୍ । ଏଥିପାଇଁ ଭାରତ ସହ ବ୍ୟାପାରକୁ ମଜବୁତ୍ କରିବା ସହ ତୈଳ ରପ୍ତାନୀ କରିବାକୁ ଋଷ ଚାହୁଁଥିବା ଖବର ରହିଛି । ତେବେ ଭାରତ ଋଷର ଏହି ପ୍ରସ୍ତାବକୁ କିପରି ଗ୍ରହଣ କରୁଛି ଏହା ଉପରେ ଏବେ ଦେଶବାସୀଙ୍କ ନଜର ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

11 Mar 2022 By The Sakala

ଭାରତକୁ ରିହାତି ମୂଲ୍ୟରେ ତେଲ ଦେବାକୁ ରୁଷିଆର ପ୍ରସ୍ତାବ !

ୱାଶିଂଟନ୍: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ପ୍ରଭାବରେ ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ୨୦୦୮ ପରର ରେକର୍ଡ ସ୍ତରରେ ପହଞ୍ଚିଥିବାରୁ ଏବେ ଭାରତ ସରକାରଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ସାଜିଛି । ଏଭଳି ସମୟରେ ରୁଷିଆ ଭାରତକୁ ରିହାତି ମୂଲ୍ୟରେ ତେଲ ଦେବାକୁ ପ୍ରସ୍ତାବ ଦେଇଛି। ଏହାକୁ ନେଇ ଭାରତ ଏବେ ବେଶ ଅଡୁଆରେ ପଡିଛି। ଏହା ଉପରେ ଭାରତ ସରକାର ବିଚାର କରୁଥିବା ଜଣାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର କହିଛନ୍ତି ଯେ, ଭାରତକୁ ରୁଷିଆରୁ ତୈଳ ଆମଦାନୀ କରିବାକୁ ହେଲେ ଆମକୁ ଅନେକଗୁଡିଏ କାରକ ଉପରେ ବିଚାର କରିବାକୁ ପଡିବ। ଯଦି ରୁଷରୁ ତେଲ ଆମଦାନୀ କରାଯାଏ ତେବେ ତାହାର ବୀମା ଖର୍ଚ୍ଚ ଦୃଷ୍ଟିରୁ ଦେଖୁଲେ ଏହା ଭାରତ ପାଇଁ ଲାଭଦାୟକ ହେବ।

ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ଆର୍ଥିକ କଟକଣା କ୍ରମରେ ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ ସିଷ୍ଟମରୁ ଋଷକୁ ବାଦ୍ ଦିଆଯାଇଛି । ଫଳରେ ଅନ୍ୟ ଦେଶ ମାନଙ୍କ ସହ ଋଷର ବାଣିଜ୍ୟିକ ସମ୍ପର୍କ ତୁଟିଯାଇଛି । ଏଭଳି ସ୍ଥଳେ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଯୋଜନା କରୁଛନ୍ତି ରାଷ୍ଟ୍ରପତି ପୁଟିନ୍ । ଏଥିପାଇଁ ଭାରତ ସହ ବ୍ୟାପାରକୁ ମଜବୁତ୍ କରିବା ସହ ତୈଳ ରପ୍ତାନୀ କରିବାକୁ ଋଷ ଚାହୁଁଥିବା ଖବର ରହିଛି । ତେବେ ଭାରତ ଋଷର ଏହି ପ୍ରସ୍ତାବକୁ କିପରି ଗ୍ରହଣ କରୁଛି ଏହା ଉପରେ ଏବେ ଦେଶବାସୀଙ୍କ ନଜର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର