ଖାରକିଭରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଆଣିବାକୁ ୬ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବ ଋଷ

The Sakala Picture
Published On

ନୂଆଦିଲ୍ଲୀ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଜାରି ରହିଛି ଘମାଘୋଟ ମହାଯୁଦ୍ଧ । ରୁଷର ଭୟଙ୍କର ହମଲାରେ ୟୁକ୍ରେନର ଏକାଧିକ ସହର ଏବେ ଧ୍ୱଂସ ହେବାକୁ ବସିଲାଣି। ଏଭଳି ସମୟରେ ଯୁଦ୍ଧଗ୍ରସ୍ତ ଦେଶରୁ ଭାରତୀୟଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିବାକୁ ଭାରତ ପକ୍ଷରୁ ଚାଲିଛି ଜୋରଦାର ପ୍ରୟାସ । ଏଥିପାଇଁ ବାୟୁସେନାର ସହାୟତା ନିଆଯାଉଛି। ଭାରତୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଋଷ ସହ ଆଲୋଚନା କରିଛନ୍ତି । ଖାରକିଭରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଆଣିବାକୁ […]

ନୂଆଦିଲ୍ଲୀ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଜାରି ରହିଛି ଘମାଘୋଟ ମହାଯୁଦ୍ଧ । ରୁଷର ଭୟଙ୍କର ହମଲାରେ ୟୁକ୍ରେନର ଏକାଧିକ ସହର ଏବେ ଧ୍ୱଂସ ହେବାକୁ ବସିଲାଣି। ଏଭଳି ସମୟରେ ଯୁଦ୍ଧଗ୍ରସ୍ତ ଦେଶରୁ ଭାରତୀୟଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିବାକୁ ଭାରତ ପକ୍ଷରୁ ଚାଲିଛି ଜୋରଦାର ପ୍ରୟାସ । ଏଥିପାଇଁ ବାୟୁସେନାର ସହାୟତା ନିଆଯାଉଛି। ଭାରତୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଋଷ ସହ ଆଲୋଚନା କରିଛନ୍ତି । ଖାରକିଭରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଆଣିବାକୁ ଋଷ ୬ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବାକୁ ସହମତ ହୋଇଛି । ଏହି ସମୟ ମଧ୍ୟରେ ଭାରତୀୟମାନେ ସୁରକ୍ଷିତ ଭାବରେ ଖାରକିଭରୁ ବାହାରି ୟୁକ୍ରେନ୍‌ ସୀମାରେ ଥିବା ଦେଶ ଗୁଡିକରେ ପହଞ୍ଚିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଅନଶନ ଭାଙ୍ଗିବାକୁ ୩ ସର୍ତ୍ତ ରଖିଲେ ସୋନମ୍ ୱାଙ୍ଗଚୁକ୍: ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ସରକାରଙ୍କୁ ଦାବି

ୟୁକ୍ରେନର ସହର ଖାରକିଭରେ ଏବେ ବି ହଜାରରୁ ଅଧିକ ଭାରତୀୟ ଫସି ରହିଛନ୍ତି । କୁହାଯାଉଥିଲା ଯେ, ଭାରତୀୟଙ୍କୁ ସେଠାରୁ ବାହାରିବାକୁ ଦିଆଯାଉନାହିଁ । ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାତିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କ ସହ ଆଲୋଚନା କରିଥିଲେ । ଏବଂ ଏହି ସମୟରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଦେଶକୁ ଆଣିବା କଥା ଉଠାଇଥିଲେ । ଉତ୍ତରରେ ପୁତିନ କହିଥିଲେ ଋଷ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛି ।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ଭ୍ଲାଦିମିର୍ ପୁତିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ସମୟରେ ଭାରତୀୟ ଛାତ୍ରଙ୍କୁ ୱାରଜୋନରୁ ସୁରକ୍ଷିତ ଭାରତକୁ ଆଣିବାକୁ ସବୁ ପ୍ରକାର ଜରୁରୀ ନିର୍ଦ୍ଦେଶ ଦିଆଯାଉଛି । ଏବଂ ପୁତିନ ଭାରତୀୟ ଛାତ୍ରଙ୍କୁ ତୁରନ୍ତ ସୁରକ୍ଷା ଦେବାକୁ ଏହାସହ ଖାରକିବରୁ ଋଷ ପର୍ଯ୍ୟନ୍ତ ଏକ ସୁରକ୍ଷିତ କରିଡର ତିଆରି କଥା ମଧ୍ୟ କହିଥିଲେ । ଏହାର ପରଦିନ ହିଁ ଋଷ ୬ ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ହୋଇଛି ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ବାହାରିନ ଏବଂ କୁଏତର ଗୁପ୍ତ ଏୟାର ଷ୍ଟ୍ରାଇକ୍: ପ୍ରଥମ ଥର ପାଇଁ କଲେ ସିଧାସଳଖ ଆକ୍ରମଣ

ଭାରତ ସରକାରଙ୍କ ଅପରେସନ ଗଙ୍ଗା ମାଧ୍ୟମରେ ୩ ହଜାର ୭୨୬ ଭାରତୀୟଙ୍କୁ ଆଜି ବୁଖାରେଷ୍ଟରୁ ୮ଟି ଫ୍ଲାଇଟ୍, ସୁସେୱାରୁ ୨ଟି ଫ୍ଲାଇଟ୍, କୋସିସେରୁ ଗୋଟିଏ ଫ୍ଲାଇଟ୍‌, ବୁଡାପେଷ୍ଟରୁ ୫ଟି ଫ୍ଲାଇଟ୍‌ରେ ଏବଂ ରେଜଜୋରୁ ୩ଟି ଫ୍ଲାଇଟ୍‌ରେ ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

03 Mar 2022 By The Sakala

ଖାରକିଭରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଆଣିବାକୁ ୬ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବ ଋଷ

ନୂଆଦିଲ୍ଲୀ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଜାରି ରହିଛି ଘମାଘୋଟ ମହାଯୁଦ୍ଧ । ରୁଷର ଭୟଙ୍କର ହମଲାରେ ୟୁକ୍ରେନର ଏକାଧିକ ସହର ଏବେ ଧ୍ୱଂସ ହେବାକୁ ବସିଲାଣି। ଏଭଳି ସମୟରେ ଯୁଦ୍ଧଗ୍ରସ୍ତ ଦେଶରୁ ଭାରତୀୟଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରିବାକୁ ଭାରତ ପକ୍ଷରୁ ଚାଲିଛି ଜୋରଦାର ପ୍ରୟାସ । ଏଥିପାଇଁ ବାୟୁସେନାର ସହାୟତା ନିଆଯାଉଛି। ଭାରତୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଋଷ ସହ ଆଲୋଚନା କରିଛନ୍ତି । ଖାରକିଭରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଆଣିବାକୁ ଋଷ ୬ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବାକୁ ସହମତ ହୋଇଛି । ଏହି ସମୟ ମଧ୍ୟରେ ଭାରତୀୟମାନେ ସୁରକ୍ଷିତ ଭାବରେ ଖାରକିଭରୁ ବାହାରି ୟୁକ୍ରେନ୍‌ ସୀମାରେ ଥିବା ଦେଶ ଗୁଡିକରେ ପହଞ୍ଚିବାକୁ କୁହାଯାଇଛି।

ୟୁକ୍ରେନର ସହର ଖାରକିଭରେ ଏବେ ବି ହଜାରରୁ ଅଧିକ ଭାରତୀୟ ଫସି ରହିଛନ୍ତି । କୁହାଯାଉଥିଲା ଯେ, ଭାରତୀୟଙ୍କୁ ସେଠାରୁ ବାହାରିବାକୁ ଦିଆଯାଉନାହିଁ । ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାତିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କ ସହ ଆଲୋଚନା କରିଥିଲେ । ଏବଂ ଏହି ସମୟରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଦେଶକୁ ଆଣିବା କଥା ଉଠାଇଥିଲେ । ଉତ୍ତରରେ ପୁତିନ କହିଥିଲେ ଋଷ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛି ।

ଭ୍ଲାଦିମିର୍ ପୁତିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ସମୟରେ ଭାରତୀୟ ଛାତ୍ରଙ୍କୁ ୱାରଜୋନରୁ ସୁରକ୍ଷିତ ଭାରତକୁ ଆଣିବାକୁ ସବୁ ପ୍ରକାର ଜରୁରୀ ନିର୍ଦ୍ଦେଶ ଦିଆଯାଉଛି । ଏବଂ ପୁତିନ ଭାରତୀୟ ଛାତ୍ରଙ୍କୁ ତୁରନ୍ତ ସୁରକ୍ଷା ଦେବାକୁ ଏହାସହ ଖାରକିବରୁ ଋଷ ପର୍ଯ୍ୟନ୍ତ ଏକ ସୁରକ୍ଷିତ କରିଡର ତିଆରି କଥା ମଧ୍ୟ କହିଥିଲେ । ଏହାର ପରଦିନ ହିଁ ଋଷ ୬ ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ହୋଇଛି ।

ଭାରତ ସରକାରଙ୍କ ଅପରେସନ ଗଙ୍ଗା ମାଧ୍ୟମରେ ୩ ହଜାର ୭୨୬ ଭାରତୀୟଙ୍କୁ ଆଜି ବୁଖାରେଷ୍ଟରୁ ୮ଟି ଫ୍ଲାଇଟ୍, ସୁସେୱାରୁ ୨ଟି ଫ୍ଲାଇଟ୍, କୋସିସେରୁ ଗୋଟିଏ ଫ୍ଲାଇଟ୍‌, ବୁଡାପେଷ୍ଟରୁ ୫ଟି ଫ୍ଲାଇଟ୍‌ରେ ଏବଂ ରେଜଜୋରୁ ୩ଟି ଫ୍ଲାଇଟ୍‌ରେ ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର