ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

The Sakala Picture
Published On

ଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଓ କୂଟନୈତିକ ସହଭାଗିତା, ଉଭୟ ରଷ୍ଟ୍ର ମଧ୍ୟରେ ସମ୍ପର୍କର ଉନ୍ନତି ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ଫୋକସରେ ରହିବ ଏସ-୪୦୦ ମିସାଇଲ ଡ଼ିଫେନ୍ସ ସିଷ୍ଟମ ଓ ଏକେ-୨୦୩ ଆସଲଟ ରାଇଫଲ । ଏହି ଦୁଇ ଦେଶ ମଧ୍ୟରେ […]

ଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଓ କୂଟନୈତିକ ସହଭାଗିତା, ଉଭୟ ରଷ୍ଟ୍ର ମଧ୍ୟରେ ସମ୍ପର୍କର ଉନ୍ନତି ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ଫୋକସରେ ରହିବ ଏସ-୪୦୦ ମିସାଇଲ ଡ଼ିଫେନ୍ସ ସିଷ୍ଟମ ଓ ଏକେ-୨୦୩ ଆସଲଟ ରାଇଫଲ । ଏହି ଦୁଇ ଦେଶ ମଧ୍ୟରେ ୨୧ତମ ବାର୍ଷିକ ସମ୍ମିଳନୀ ରହିଛି । ଶେଷ ଥର ପାଇଁ ୨୦୧୯ରେ ଏହି ସମ୍ମିଳନୀ ହୋଇଥିଲା ।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

ମହାମାରୀ କୋଭିଡ଼-୧୯ ପାଇଁ ପରବର୍ତ୍ତୀ ସମ୍ମିଳନୀ ହୋଇପାରିନଥିଲା । ଗୋଟିଏ ବର୍ଷ ଅନ୍ତରରେ ହେଉଥିବାରୁ ଆଲୋଚନାରେ ଆନ୍ତର୍ଜାତୀୟ ପ୍ରସଙ୍ଗ ସ୍ଥାନ ପାଇପାରେ । ଆଫଗାନିସ୍ତାନ ଓ ସିରିଆ ଅସ୍ଥିରତା ନେଇ ମଧ୍ୟ ଆଲୋଚନା ହୋଇପାରେ । ବିଭିନ୍ନ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ ଦିଗରେ ଉଭୟ କଥା ହୋଇପାରନ୍ତି ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

06 Dec 2021 By The Sakala

ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଓ କୂଟନୈତିକ ସହଭାଗିତା, ଉଭୟ ରଷ୍ଟ୍ର ମଧ୍ୟରେ ସମ୍ପର୍କର ଉନ୍ନତି ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ଫୋକସରେ ରହିବ ଏସ-୪୦୦ ମିସାଇଲ ଡ଼ିଫେନ୍ସ ସିଷ୍ଟମ ଓ ଏକେ-୨୦୩ ଆସଲଟ ରାଇଫଲ । ଏହି ଦୁଇ ଦେଶ ମଧ୍ୟରେ ୨୧ତମ ବାର୍ଷିକ ସମ୍ମିଳନୀ ରହିଛି । ଶେଷ ଥର ପାଇଁ ୨୦୧୯ରେ ଏହି ସମ୍ମିଳନୀ ହୋଇଥିଲା ।

ମହାମାରୀ କୋଭିଡ଼-୧୯ ପାଇଁ ପରବର୍ତ୍ତୀ ସମ୍ମିଳନୀ ହୋଇପାରିନଥିଲା । ଗୋଟିଏ ବର୍ଷ ଅନ୍ତରରେ ହେଉଥିବାରୁ ଆଲୋଚନାରେ ଆନ୍ତର୍ଜାତୀୟ ପ୍ରସଙ୍ଗ ସ୍ଥାନ ପାଇପାରେ । ଆଫଗାନିସ୍ତାନ ଓ ସିରିଆ ଅସ୍ଥିରତା ନେଇ ମଧ୍ୟ ଆଲୋଚନା ହୋଇପାରେ । ବିଭିନ୍ନ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ ଦିଗରେ ଉଭୟ କଥା ହୋଇପାରନ୍ତି ବୋଲି ସୂଚନା ମିଳିଛି ।

https://www.thesakala.in/national-international/russian-president-vladimir-putin-is-coming-to-india-today/article-7388
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର