ୟୁକ୍ରେନ ଉପରେ ୭୦ରୁ ଊର୍ଦ୍ଧ୍ୱ ମିଶାଇଲ ମାଡ଼ କଲା ରୁଷିଆ: ସହରକୁ ବ୍ଲାକ୍‌ଆଉଟ୍‌ ଘୋଷଣା

The Sakala Picture
Published On

ନୂଆଦିଲ୍ଲୀ: ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଭୟାନକ ଆକ୍ରମଣ । ଯୁଦ୍ଧ ଆରମ୍ଭରୁ ଆଜିଯାଏ ହୋଇଥିବା ଆକ୍ରମଣ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଓ ଭୟାନକ ବୋଲି ସୂଚନା ମିଳିଛି । ୟୁକ୍ରେନର ବିଭିନ୍ନ ସହରରେ ୭୦ରୁ ଅଧିକ ମିସାଇଲ ହିଟ୍ କରିଛି ଋଷ । ସାରା ଦେଶରେ ଜରୁରୀ ବ୍ଲାକ ଆଉଟ ଘୋଷଣା କରିବା ଲାଗି ୟୁକ୍ରେନକୁ ବାଧ୍ୟ କରିବା ସକାଶେ ଏହି ହମଲା ହୋଇଛି । ଖାରକିବ, ଖେରସନ, କ୍ରିଭିର ଆଦି ସହରରେ […]

ନୂଆଦିଲ୍ଲୀ: ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଭୟାନକ ଆକ୍ରମଣ । ଯୁଦ୍ଧ ଆରମ୍ଭରୁ ଆଜିଯାଏ ହୋଇଥିବା ଆକ୍ରମଣ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଓ ଭୟାନକ ବୋଲି ସୂଚନା ମିଳିଛି । ୟୁକ୍ରେନର ବିଭିନ୍ନ ସହରରେ ୭୦ରୁ ଅଧିକ ମିସାଇଲ ହିଟ୍ କରିଛି ଋଷ । ସାରା ଦେଶରେ ଜରୁରୀ ବ୍ଲାକ ଆଉଟ ଘୋଷଣା କରିବା ଲାଗି ୟୁକ୍ରେନକୁ ବାଧ୍ୟ କରିବା ସକାଶେ ଏହି ହମଲା ହୋଇଛି ।

ଆହୁରି ପଢ଼ନ୍ତୁ: କାନାଡା ଉପରେ ଟ୍ରମ୍ପଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୫୦% ଟାରିଫ୍ ଲଗାଇଲା ଆମେରିକା

ଖାରକିବ, ଖେରସନ, କ୍ରିଭିର ଆଦି ସହରରେ ବିପୁଳ ଧନ ସମ୍ପଦ କ୍ଷତି ଘଟିଛି । ରାଜଧାନୀ କିବରେ ବି ଜଳ ଓ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ପ୍ରବଳ ଶୀତ ମଧ୍ୟରେ ଏହି ହମଲା ୟୁକ୍ରେନକୁ ଗଭୀର ସଙ୍କଟକୁ ଠେଲି ଦେଇଛି । ଏହି ଆକ୍ରମଣକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ତୀବ୍ର ବିରୋଧ କରିବା ସହ ତୁରନ୍ତ ୟୁକ୍ରେନକୁ ସହାୟତା ଦେବା ଲାଗି ସହଯୋଗୀ ରାଷ୍ଟ୍ରଙ୍କୁ ଆହ୍ବାନ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ନୂଆବର୍ଷ ପ୍ରାରମ୍ଭରେ ୟୁକ୍ରେନ ବିରୋଧରେ ଜୋରଦାର ହମଲା କରିବା ଲାଗି ଋଷ ଯୋଜନା କରୁଥିବାବେଳେ ଏହି ଆକ୍ରମଣ ୟୁକ୍ରେନକୁ ଥରହର କରିଛି । ଆକ୍ରମଣରେ ବିଶେଷ କରି ୯ରୁ ଅଧିକ ଶକ୍ତି ଭିତ୍ତିଭୂମି ଧ୍ବଂସ ହୋଇଛି । ଶକ୍ତି ପ୍ରକଳ୍ପ ଧ୍ବଂସ ହେବା ଯୋଗୁ ଅଧିକାଂଶ ସହରର ୮୫ ଭାଗ ଅଞ୍ଚଳରେ ଅନ୍ଧକାର ଛାଇ ଯାଇଛି ।

ଆହୁରି ପଢ଼ନ୍ତୁ: କ୍ୟାବିନେଟରେ ପାରିତ ହେଲା ପେପର ଲିକ୍ ବିଲ୍: ମିଳିବ କଠୋର ଦଣ୍ଡ, ଆସନ୍ତା ସପ୍ତାହରେ ସଂସଦରେ ହେବ ଆଗତ

17 Dec 2022 By The Sakala

ୟୁକ୍ରେନ ଉପରେ ୭୦ରୁ ଊର୍ଦ୍ଧ୍ୱ ମିଶାଇଲ ମାଡ଼ କଲା ରୁଷିଆ: ସହରକୁ ବ୍ଲାକ୍‌ଆଉଟ୍‌ ଘୋଷଣା

ନୂଆଦିଲ୍ଲୀ: ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଭୟାନକ ଆକ୍ରମଣ । ଯୁଦ୍ଧ ଆରମ୍ଭରୁ ଆଜିଯାଏ ହୋଇଥିବା ଆକ୍ରମଣ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଓ ଭୟାନକ ବୋଲି ସୂଚନା ମିଳିଛି । ୟୁକ୍ରେନର ବିଭିନ୍ନ ସହରରେ ୭୦ରୁ ଅଧିକ ମିସାଇଲ ହିଟ୍ କରିଛି ଋଷ । ସାରା ଦେଶରେ ଜରୁରୀ ବ୍ଲାକ ଆଉଟ ଘୋଷଣା କରିବା ଲାଗି ୟୁକ୍ରେନକୁ ବାଧ୍ୟ କରିବା ସକାଶେ ଏହି ହମଲା ହୋଇଛି ।

ଖାରକିବ, ଖେରସନ, କ୍ରିଭିର ଆଦି ସହରରେ ବିପୁଳ ଧନ ସମ୍ପଦ କ୍ଷତି ଘଟିଛି । ରାଜଧାନୀ କିବରେ ବି ଜଳ ଓ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ପ୍ରବଳ ଶୀତ ମଧ୍ୟରେ ଏହି ହମଲା ୟୁକ୍ରେନକୁ ଗଭୀର ସଙ୍କଟକୁ ଠେଲି ଦେଇଛି । ଏହି ଆକ୍ରମଣକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ତୀବ୍ର ବିରୋଧ କରିବା ସହ ତୁରନ୍ତ ୟୁକ୍ରେନକୁ ସହାୟତା ଦେବା ଲାଗି ସହଯୋଗୀ ରାଷ୍ଟ୍ରଙ୍କୁ ଆହ୍ବାନ ଜଣାଇଛନ୍ତି ।

ନୂଆବର୍ଷ ପ୍ରାରମ୍ଭରେ ୟୁକ୍ରେନ ବିରୋଧରେ ଜୋରଦାର ହମଲା କରିବା ଲାଗି ଋଷ ଯୋଜନା କରୁଥିବାବେଳେ ଏହି ଆକ୍ରମଣ ୟୁକ୍ରେନକୁ ଥରହର କରିଛି । ଆକ୍ରମଣରେ ବିଶେଷ କରି ୯ରୁ ଅଧିକ ଶକ୍ତି ଭିତ୍ତିଭୂମି ଧ୍ବଂସ ହୋଇଛି । ଶକ୍ତି ପ୍ରକଳ୍ପ ଧ୍ବଂସ ହେବା ଯୋଗୁ ଅଧିକାଂଶ ସହରର ୮୫ ଭାଗ ଅଞ୍ଚଳରେ ଅନ୍ଧକାର ଛାଇ ଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର