ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ, ୨ କୋଠା କ୍ଷତିଗ୍ରସ୍ତ

The Sakala Picture
Published On

ମସ୍କୋ: ଥମିବାର ନାଁ ଧରୁନାହିଁ ଋଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ପୁଣି ଥରେ ମସ୍କୋ ଉପରେ ଡ୍ରୋନ୍ ହମଲା କରିଛି ୟୁକ୍ରେନ। ବିଳମ୍ବିତ ରାତିରେ ବଡ଼ ଧରଣର ଆକ୍ରମଣ କରିଛି କୀଭ୍ । ଏଥିରେ ଦୁଇଟି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ଡ୍ରୋନ୍ ଆକ୍ରମଣ ପରେ ମସ୍କୋ ଭାନୁକୋଭା ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଛି। ରୁଷ୍ ସେନା ୟୁକ୍ରେନର ତିନିଟି ଡ୍ରୋନକୁ ନଷ୍ଟ କରିଦେଇଥିବା ଦାବି କରିଛି। ୟୁକ୍ରେନ୍ ସୀମାରୁ ପାଖାପାଖି ୫୦୦ କିଲୋମିଟର ଦୂରରେ […]

ମସ୍କୋ: ଥମିବାର ନାଁ ଧରୁନାହିଁ ଋଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ପୁଣି ଥରେ ମସ୍କୋ ଉପରେ ଡ୍ରୋନ୍ ହମଲା କରିଛି ୟୁକ୍ରେନ। ବିଳମ୍ବିତ ରାତିରେ ବଡ଼ ଧରଣର ଆକ୍ରମଣ କରିଛି କୀଭ୍ । ଏଥିରେ ଦୁଇଟି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ଡ୍ରୋନ୍ ଆକ୍ରମଣ ପରେ ମସ୍କୋ ଭାନୁକୋଭା ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଛି। ରୁଷ୍ ସେନା ୟୁକ୍ରେନର ତିନିଟି ଡ୍ରୋନକୁ ନଷ୍ଟ କରିଦେଇଥିବା ଦାବି କରିଛି। ୟୁକ୍ରେନ୍ ସୀମାରୁ ପାଖାପାଖି ୫୦୦ କିଲୋମିଟର ଦୂରରେ ଥିବା ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ରୁଷ୍ ସହ ସଂଘର୍ଷ ବେଳେ ଏହି ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ମସ୍କୋର ମେୟର ସର୍ଗେଇ ସୋଭୟାନିନ୍ କହିଛନ୍ତି ବିଳମ୍ବିତ ରାତିରେ ଏହି ଆକ୍ରମଣ କରାଯାଇଛି, ଯେଉଁଥିରେ ଦୁଇଟି ବିଲ୍ଡିଂ ନଷ୍ଟ ହୋଇଛି । ହେଲେ କୌଣସି ମୃତହାତ ହୋଇନାହାନ୍ତି ।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର