ୟୁକ୍ରେନ ବିରୁଦ୍ଧରେ ୨୦୦ ଦିନର ସଂଘର୍ଷ ପରେ ରୁଷର ପଛଘୁଞ୍ଚା !

The Sakala Picture
Published On

କିଭ୍‌: ରୁଷ-ୟୁକ୍ରେନର ଯୁଦ୍ଧ ଇତି ମଧ୍ୟରେ ୨୦୦ ଦିନ ଅତିକ୍ରମ କରିଛି। ଉଭୟ ପକ୍ଷର ଆକ୍ରମଣ, ପ୍ରତ୍ୟାକ୍ରମଣ ଜାରି ରହିଥିଲେ ହେଁ ଏହା ମଧ୍ୟରେ ଏକ ବିରାଟ ପରବର୍ତ୍ତନ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା ରୁଷ ସେନା ଏବେ ରଣଭୂମିରୁ ପଛଘୁଞ୍ଚା ଦେଉଥିବାର ସଙ୍କେତ ମିଳିଛି। ଯୁଦ୍ଧ ପ୍ରାରମ୍ଭରେ ରୁଷ ସେନାର ପରାକ୍ରମ ଏବଂ ଉତ୍ସାହ ଯେଭଳି ରହିଥିଲା ତାହା ଦେଖିବାକୁ ମିଳୁ ନାହିଁ। ଦିନକୁ ଦିନ ରୁଷ ସେନାର ମନୋବଳ ଦୁର୍ବଳ ହେବା […]

କିଭ୍‌: ରୁଷ-ୟୁକ୍ରେନର ଯୁଦ୍ଧ ଇତି ମଧ୍ୟରେ ୨୦୦ ଦିନ ଅତିକ୍ରମ କରିଛି। ଉଭୟ ପକ୍ଷର ଆକ୍ରମଣ, ପ୍ରତ୍ୟାକ୍ରମଣ ଜାରି ରହିଥିଲେ ହେଁ ଏହା ମଧ୍ୟରେ ଏକ ବିରାଟ ପରବର୍ତ୍ତନ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା ରୁଷ ସେନା ଏବେ ରଣଭୂମିରୁ ପଛଘୁଞ୍ଚା ଦେଉଥିବାର ସଙ୍କେତ ମିଳିଛି। ଯୁଦ୍ଧ ପ୍ରାରମ୍ଭରେ ରୁଷ ସେନାର ପରାକ୍ରମ ଏବଂ ଉତ୍ସାହ ଯେଭଳି ରହିଥିଲା ତାହା ଦେଖିବାକୁ ମିଳୁ ନାହିଁ। ଦିନକୁ ଦିନ ରୁଷ ସେନାର ମନୋବଳ ଦୁର୍ବଳ ହେବା ସହିତ ସେମାନେ ଧୈର୍ଯ୍ୟଚ୍ୟୁତ ହେବାରେ ଳାଗିଛନ୍ତି ବୋଲି କୁହାଯାଉଛି। କିନ୍ତୁ ଅପରପକ୍ଷରେ ନିଜ ରାଷ୍ଟ୍ରପତି ଅସୀମ ସାହାସ, ତ୍ୟାଗ ଏବଂ ସୁଦୀର୍ଘ ଧୈର୍ଯ୍ୟର ପରିଚୟ ଦେଇଛି ୟୁକ୍ରେନ ସେନା। ଦେଶର ଅଧିକାଂଶ ଭାଗ ଧ୍ବସ୍ତ ବିଧ୍ବସ୍ତ ହୋଇସାରିଥିଲେ ହେଁ ଶତ୍ରକୁ ସାମ୍ନା କରିବାର ଲକ୍ଷ୍ୟରୁ ସେମାନେ ବିରତ ହୋଇନାହାନ୍ତି। ଏହିକ୍ରମରେ ୟୁକ୍ରେନ ସେନା ୨୦ ଜନବସତିରେ ପୁଣି ନିଜର କତ୍ତୃତ୍ବ ଜାହିର କରିଛି। ସେହିଭଳି ଦକ୍ଷିଣ ଖାରସେନର ପ୍ରାୟ ୫୦୦ ବର୍ଗ କିମି ଅଞ୍ଚଳକୁ ୟୁକ୍ରେନ ପୁନଃ ଦଖଲ କରିଥିବା ଦାବି କରିଛି। ପୂର୍ବରୁ ଖାରକିଭ୍‌ ଅଞ୍ଚଳକୁ ରୁଷ ସେନାମୁକ୍ତ କରାଯାଇଥିଲା। ୟୁକ୍ରେନ ସେନାର ଏଭଳି ପରାକ୍ରମକୁ ସହ୍ୟ କରି ନପାରି ରୁଷ ସେନା ଏହି ଅଞ୍ଚଳରେ ବୋମା ମାଡ଼ କରି ବିଦ୍ୟୁତ ଏବଂ ଜଳ ଯୋଗାଣ ବନ୍ଦ କରିଦେଇଛି। ଏହାସତ୍ତ୍ବେ ୟୁକ୍ରେନ ସେନାର ଲଢେଇ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ବହୁ ଅଞ୍ଚଳରୁ ରୁଷ ସେନାକୁ ପଛକୁ ହଟାଇ ଦିଆଯାଇଥିବା କୁହାଯାଇଛି। ଏପରିକି ୟୁକ୍ରେନର ଉତ୍ତର ସୀମାକୁ ଲାଗି ରହିଥିବା ରୁଷ ସୀମାକୁ ରୁଷ ସେନା ପଳାୟନ କରୁଛନ୍ତି ବୋଲି ୟୁକ୍ରେନ ଦାବି କରିଛି।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ୟୁକ୍ରେନ ସେନାର ଦୃଢ ମନୋବଳ ଏବଂ ୟୁେରାପୀୟ ରାଷ୍ଟ୍ରମାନଙ୍କ ଦ୍ବାରା ଅସ୍ତ୍ରଶସ୍ତ୍ର ସହାୟତା ରୁଷ ପାଇଁ ମହଙ୍ଗା ପଡ଼ିଛି ବୋଲି କୁହାଯାଉଛି। ୟୁକ୍ରେନର ଅଧିକାଂଶ ଅଞ୍ଚଳକୁ ରୁଷ କବଳରୁ ମୁକ୍ତ କରାଯାଇପାରିଛି ବୋଲି ରାଷ୍ଟ୍ରପତି ଜେଲେଁସ୍କି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ତାଲିବାନୀ ତରିକାରେ ସମ୍ପୂର୍ଣ୍ଣ ୟୁକ୍ରେନକୁ ଅକ୍ତିଆର କରିବାକୁ ଚାହୁଁଥିବା ରୁଷର ଏବେ ବୁଦ୍ଧି ହଜିଯାଇଥିବା କୁହାଯାଉଛି। ତେବେ ଉଭୟ ପକ୍ଷରୁ ଆଣବିକ କେନ୍ଦ୍ର ଉପରେ ଆକ୍ରମଣକୁ ଏଡାଇ ଦିଆଯିବା ବିଶ୍ବ ସମାଜ ପାଇଁ ଅନୁକୂଳ ହୋଇଛି।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

13 Sep 2022 By The Sakala

ୟୁକ୍ରେନ ବିରୁଦ୍ଧରେ ୨୦୦ ଦିନର ସଂଘର୍ଷ ପରେ ରୁଷର ପଛଘୁଞ୍ଚା !

କିଭ୍‌: ରୁଷ-ୟୁକ୍ରେନର ଯୁଦ୍ଧ ଇତି ମଧ୍ୟରେ ୨୦୦ ଦିନ ଅତିକ୍ରମ କରିଛି। ଉଭୟ ପକ୍ଷର ଆକ୍ରମଣ, ପ୍ରତ୍ୟାକ୍ରମଣ ଜାରି ରହିଥିଲେ ହେଁ ଏହା ମଧ୍ୟରେ ଏକ ବିରାଟ ପରବର୍ତ୍ତନ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା ରୁଷ ସେନା ଏବେ ରଣଭୂମିରୁ ପଛଘୁଞ୍ଚା ଦେଉଥିବାର ସଙ୍କେତ ମିଳିଛି। ଯୁଦ୍ଧ ପ୍ରାରମ୍ଭରେ ରୁଷ ସେନାର ପରାକ୍ରମ ଏବଂ ଉତ୍ସାହ ଯେଭଳି ରହିଥିଲା ତାହା ଦେଖିବାକୁ ମିଳୁ ନାହିଁ। ଦିନକୁ ଦିନ ରୁଷ ସେନାର ମନୋବଳ ଦୁର୍ବଳ ହେବା ସହିତ ସେମାନେ ଧୈର୍ଯ୍ୟଚ୍ୟୁତ ହେବାରେ ଳାଗିଛନ୍ତି ବୋଲି କୁହାଯାଉଛି। କିନ୍ତୁ ଅପରପକ୍ଷରେ ନିଜ ରାଷ୍ଟ୍ରପତି ଅସୀମ ସାହାସ, ତ୍ୟାଗ ଏବଂ ସୁଦୀର୍ଘ ଧୈର୍ଯ୍ୟର ପରିଚୟ ଦେଇଛି ୟୁକ୍ରେନ ସେନା। ଦେଶର ଅଧିକାଂଶ ଭାଗ ଧ୍ବସ୍ତ ବିଧ୍ବସ୍ତ ହୋଇସାରିଥିଲେ ହେଁ ଶତ୍ରକୁ ସାମ୍ନା କରିବାର ଲକ୍ଷ୍ୟରୁ ସେମାନେ ବିରତ ହୋଇନାହାନ୍ତି। ଏହିକ୍ରମରେ ୟୁକ୍ରେନ ସେନା ୨୦ ଜନବସତିରେ ପୁଣି ନିଜର କତ୍ତୃତ୍ବ ଜାହିର କରିଛି। ସେହିଭଳି ଦକ୍ଷିଣ ଖାରସେନର ପ୍ରାୟ ୫୦୦ ବର୍ଗ କିମି ଅଞ୍ଚଳକୁ ୟୁକ୍ରେନ ପୁନଃ ଦଖଲ କରିଥିବା ଦାବି କରିଛି। ପୂର୍ବରୁ ଖାରକିଭ୍‌ ଅଞ୍ଚଳକୁ ରୁଷ ସେନାମୁକ୍ତ କରାଯାଇଥିଲା। ୟୁକ୍ରେନ ସେନାର ଏଭଳି ପରାକ୍ରମକୁ ସହ୍ୟ କରି ନପାରି ରୁଷ ସେନା ଏହି ଅଞ୍ଚଳରେ ବୋମା ମାଡ଼ କରି ବିଦ୍ୟୁତ ଏବଂ ଜଳ ଯୋଗାଣ ବନ୍ଦ କରିଦେଇଛି। ଏହାସତ୍ତ୍ବେ ୟୁକ୍ରେନ ସେନାର ଲଢେଇ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ବହୁ ଅଞ୍ଚଳରୁ ରୁଷ ସେନାକୁ ପଛକୁ ହଟାଇ ଦିଆଯାଇଥିବା କୁହାଯାଇଛି। ଏପରିକି ୟୁକ୍ରେନର ଉତ୍ତର ସୀମାକୁ ଲାଗି ରହିଥିବା ରୁଷ ସୀମାକୁ ରୁଷ ସେନା ପଳାୟନ କରୁଛନ୍ତି ବୋଲି ୟୁକ୍ରେନ ଦାବି କରିଛି।

ୟୁକ୍ରେନ ସେନାର ଦୃଢ ମନୋବଳ ଏବଂ ୟୁେରାପୀୟ ରାଷ୍ଟ୍ରମାନଙ୍କ ଦ୍ବାରା ଅସ୍ତ୍ରଶସ୍ତ୍ର ସହାୟତା ରୁଷ ପାଇଁ ମହଙ୍ଗା ପଡ଼ିଛି ବୋଲି କୁହାଯାଉଛି। ୟୁକ୍ରେନର ଅଧିକାଂଶ ଅଞ୍ଚଳକୁ ରୁଷ କବଳରୁ ମୁକ୍ତ କରାଯାଇପାରିଛି ବୋଲି ରାଷ୍ଟ୍ରପତି ଜେଲେଁସ୍କି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ତାଲିବାନୀ ତରିକାରେ ସମ୍ପୂର୍ଣ୍ଣ ୟୁକ୍ରେନକୁ ଅକ୍ତିଆର କରିବାକୁ ଚାହୁଁଥିବା ରୁଷର ଏବେ ବୁଦ୍ଧି ହଜିଯାଇଥିବା କୁହାଯାଉଛି। ତେବେ ଉଭୟ ପକ୍ଷରୁ ଆଣବିକ କେନ୍ଦ୍ର ଉପରେ ଆକ୍ରମଣକୁ ଏଡାଇ ଦିଆଯିବା ବିଶ୍ବ ସମାଜ ପାଇଁ ଅନୁକୂଳ ହୋଇଛି।

https://www.thesakala.in/national-international/russia-retreats-after-200-days-of-fighting-against-ukraine/article-14936
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର