ଦୀର୍ଘଦିନର ନିରବତାପରେ ନୂଆ କୃଷି ଆଇନକୁ ନେଇ ମୁହଁ ଖୋଲିଲା ଆରଏସଏସ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କିଛି ମାସ ଧରି ଚାଲିଆସୁଥିବା କୃଷକ ଆନ୍ଦୋଳନ ଉପରେ ପ୍ରଥମଥର ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ନିଜର ମତାମତ ଦେଇଛି। କେନ୍ଦ୍ରର ତିନୋଟି ନୂତନ କୃଷି ନିୟମ ବିରୁଦ୍ଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନର ସମାଧାନ ପାଇଁ ’ରାଷ୍ଟ୍ରବିରୋଧୀ’ ଏବଂ ’ଅସାମାଜିକ’ ବାହିନୀ ଚେଷ୍ଟା କରୁଛନ୍ତି। ସଙ୍ଘ ମଧ୍ୟ ଆହୁରି କହିଛି ଯେ ଦୀର୍ଘ ଦିନ ଧରି କୌଣସି ଆନ୍ଦୋଳନ ଚାଲିବା ଏହା ରାଷ୍ଟ୍ରର ହୀତରେ ନୁହେଁ। ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା ଆବଶ୍ୟକ ଏବଂ […]

ନୂଆଦିଲ୍ଲୀ: ଦେଶରେ କିଛି ମାସ ଧରି ଚାଲିଆସୁଥିବା କୃଷକ ଆନ୍ଦୋଳନ ଉପରେ ପ୍ରଥମଥର ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ନିଜର ମତାମତ ଦେଇଛି। କେନ୍ଦ୍ରର ତିନୋଟି ନୂତନ କୃଷି ନିୟମ ବିରୁଦ୍ଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନର ସମାଧାନ ପାଇଁ ’ରାଷ୍ଟ୍ରବିରୋଧୀ’ ଏବଂ ’ଅସାମାଜିକ’ ବାହିନୀ ଚେଷ୍ଟା କରୁଛନ୍ତି। ସଙ୍ଘ ମଧ୍ୟ ଆହୁରି କହିଛି ଯେ ଦୀର୍ଘ ଦିନ ଧରି କୌଣସି ଆନ୍ଦୋଳନ ଚାଲିବା ଏହା ରାଷ୍ଟ୍ରର ହୀତରେ ନୁହେଁ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା ଆବଶ୍ୟକ ଏବଂ ସମସ୍ତ ସମସ୍ୟାର ସମାଧାନ ହୋଇ ନ ଥିଲେ ମଧ୍ୟ କିଛି ସହମତି ପ୍ରକାଶ କରିବା ଆବଶ୍ୟକ। ସୂଚନାଯୋଗ୍ୟ ଯେ ସଂଗଠନର ଅଲ ଇଣ୍ଡିଆ ପ୍ରତିନିଧୀ ସଭା (ଏବିପିଏସ୍) ର ଦୁଇ ଦିନିଆ ବୈଠକ ଶୁକ୍ରବାର ଦିନ ଆରମ୍ଭ ହୋଇଥିଲା  ଯେଉଁଥିରେ କୃଷକଙ୍କ ଆନ୍ଦୋଳନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ପ୍ରାୟ ଶହେ ଦିନରୁ ଅଧିକ ସମୟ ଧରି ଚାଷୀଙ୍କ ଆନ୍ଦୋଳନ ଚାଲିଛି। କୃଷକମାନେ ଦିଲ୍ଲୀର ସୀମାରେ କେନ୍ଦ୍ରର ତିନୋଟି ନୂତନ କୃଷି ନିୟମକୁ ବିରୋଧ କରୁଛନ୍ତି। ଏଥିସହିତ ସେମାନେ ଏହି ଆଇନ ରଦ୍ଦ କରିବାକୁ ଦାବି କରୁଛନ୍ତି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

କୌଣସି ପ୍ରକାରର ଆନ୍ଦୋଳନ ଦୀର୍ଘ ସମୟ ଧରି ଚାଲିବା ଏହା କାହାର ହିତରେ ନାହିଁ । ଆଲୋଚନା ଆବଶ୍ୟକ, କିନ୍ତୁ ସମାଧାନ ଖୋଜିବା ଚିନ୍ତାଧାରା ସହିତ ଏହି ଆଲୋଚନା ହେବା ଉଚିତ୍। ଏହା ସମ୍ଭବ ଯେ ସମସ୍ତ ପ୍ରସଙ୍ଗ ସହମତ ହୋଇପାରିବ ନାହିଁ, କିନ୍ତୁ କିଛି ସହମତି ହାସଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଆନ୍ଦୋଳନ ଯୋଗୁଁ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହେଉଛି। ଗଣତନ୍ତ୍ରରେ ସମସ୍ତଙ୍କର ନିଜର ମତ ପ୍ରକାଶ କରିବାର ସ୍ବାଧୀନତା ରହିଛି, କିନ୍ତୁ ଦେଶରେ ବିଶୃଙ୍ଖଳା ଏବଂ ଅସ୍ଥିରତା ସୃଷ୍ଟି କରିବାର ଅଧିକାର କାହାକୁ ଦିଆଯାଇପାରିବ ନାହିଁ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର