ମନୋରଞ୍ଜନ
ଓଡ଼ିଶା
ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ: ୬ ମହିଳା ଶ୍ରମିକ ମୃତ
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ଏକ ଟ୍ରକ୍ ଧକ୍କା ଦେଇଛି। ଫଳକେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛିି। ଏହି ଦୁର୍ଘଟଣାରେ ଆହୁରି ଅନେକ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ସମସ୍ତେ ମହିଳା ଶ୍ରମିକ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ହାଇଦ୍ରାବାଦ-ବାଙ୍ଗାଲୋର ହାଇୱେରେ ଏକ ଯାତ୍ରୀବାହୀ ଅଟୋ ମହିଳା ଶ୍ରମିକଙ୍କୁ ନେଇ ଯାଉଥିଲା। ଅଟୋଟି ଅନନ୍ତପୁରର ପମିଡି ମଣ୍ଡଳ ଅଞ୍ଚଳରେ ଯାଉଥିବା […]
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ଏକ ଟ୍ରକ୍ ଧକ୍କା ଦେଇଛି। ଫଳକେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛିି। ଏହି ଦୁର୍ଘଟଣାରେ ଆହୁରି ଅନେକ ଗୁରୁତର ହୋଇଥିବା ଜଣାଯାଇଛି। ମୃତକ ସମସ୍ତେ ମହିଳା ଶ୍ରମିକ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ ହାଇଦ୍ରାବାଦ-ବାଙ୍ଗାଲୋର ହାଇୱେରେ ଏକ ଯାତ୍ରୀବାହୀ ଅଟୋ ମହିଳା ଶ୍ରମିକଙ୍କୁ ନେଇ ଯାଉଥିଲା। ଅଟୋଟି ଅନନ୍ତପୁରର ପମିଡି ମଣ୍ଡଳ ଅଞ୍ଚଳରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ଟି ଅଟୋକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୬ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତେ ଅନନ୍ତପୁରର କୋପଲ୍ଲାକୋଁଡା ଗାଁର ବୋଲି ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ






