ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ମିଳିଲା ଜାମିନ୍

The Sakala Picture
Published On

ଝାଡ଼ଖଣ୍ଡ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ଥି ମିଳିଛି । ବିହାରର ବହୁ ଚର୍ଚ୍ଚିତ ଗୋ ଖାଦ୍ୟ ଦୁର୍ନୀତିରେ ଲାଲୁଙ୍କୁ ଜାମିନ ମିଳିଛି। ଡୋରଣ୍ଡା କୋଷାଗାର ମାମଲାରେ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ଲାଲୁ ଯାଦବଙ୍କୁ ଆଜି ଝାଡଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୧୦ ଲକ୍ଷ ଟଙ୍କର ଜରିମାନା ଏବଂ ୧ଲକ୍ଷ ଟଙ୍କା ବେଲ ବଣ୍ଡ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଖୁବ ଶୀଘ୍ର ସେ […]

ଝାଡ଼ଖଣ୍ଡ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ଥି ମିଳିଛି । ବିହାରର ବହୁ ଚର୍ଚ୍ଚିତ ଗୋ ଖାଦ୍ୟ ଦୁର୍ନୀତିରେ ଲାଲୁଙ୍କୁ ଜାମିନ ମିଳିଛି। ଡୋରଣ୍ଡା କୋଷାଗାର ମାମଲାରେ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା ଲାଲୁ ଯାଦବଙ୍କୁ ଆଜି ଝାଡଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୧୦ ଲକ୍ଷ ଟଙ୍କର ଜରିମାନା ଏବଂ ୧ଲକ୍ଷ ଟଙ୍କା ବେଲ ବଣ୍ଡ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଖୁବ ଶୀଘ୍ର ସେ ଜେଲରୁ ବାହାରିବେ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଝାଡଖଣ୍ଡ ହାଇକୋର୍ଟ ୧୩୯.୩୫ କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ସ୍ୱତନ୍ତ୍ର ସିବିଆଇ କୋର୍ଟ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ମାମଲାରେ ତାଙ୍କୁ ୬୦ଲକ୍ଷ ଟଙ୍କା ଜରିମନା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏହା ବିରୋଧରେ ଲାଲୁ ହାଇକୋର୍ଟରେ ଜାମିନ ନିବେଦନ କରିଥିଲେ। ଏହା ପୂର୍ବରୁ ଲାଲୁଙ୍କୁ ଗୋଖାଦ୍ୟ ଦୁର୍ନୀତିର ଅନ୍ୟ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର