ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ! ସବୁ ରାଜ୍ୟକୁ ଚେତାବନୀ ଜାରି

The Sakala Picture
Published On

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କକ୍‌ଜା କରିବା ପରେ ଭାରତ ପ୍ରତି ବଡ ବିପଦ ଦେଖାଦେଇଛି । ଏହି ଆତଙ୍କବାଦୀ ସଂଗଠନ ପାକିସ୍ତାନକୁ ସମର୍ଥନ କରୁଥିବାରୁ ଭାରତ ପାଇଁ ଚିନ୍ତାର କାରଣ ପାଇଟିଛି। କିଛି ଆତଙ୍କବାଦୀ ସଂଗଠନ ତାଲିବାନକୁ ଖୋଲାଖୋଲି ଭାବେ ସମର୍ଥନ ମଧ୍ୟ ଦେଇଛନ୍ତି। ଏବେ ପାକିସ୍ତାନ ଆତଙ୍କବାଦୀ ଏବଂ ତାଲିବାନ ସମ୍ପର୍କକୁ ନେଇ ନୂଆ ଖୁଲାସା ହୋଇଛି। ଚଳିତ ମାସ ତୃତୀୟ ସପ୍ତାହରେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ (ଜେଇଏମ୍‌)ର ନେତା କାନ୍ଦାହାର ଯାଇ ତାଲିବାନ […]

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କକ୍‌ଜା କରିବା ପରେ ଭାରତ ପ୍ରତି ବଡ ବିପଦ ଦେଖାଦେଇଛି । ଏହି ଆତଙ୍କବାଦୀ ସଂଗଠନ ପାକିସ୍ତାନକୁ ସମର୍ଥନ କରୁଥିବାରୁ ଭାରତ ପାଇଁ ଚିନ୍ତାର କାରଣ ପାଇଟିଛି। କିଛି ଆତଙ୍କବାଦୀ ସଂଗଠନ ତାଲିବାନକୁ ଖୋଲାଖୋଲି ଭାବେ ସମର୍ଥନ ମଧ୍ୟ ଦେଇଛନ୍ତି। ଏବେ ପାକିସ୍ତାନ ଆତଙ୍କବାଦୀ ଏବଂ ତାଲିବାନ ସମ୍ପର୍କକୁ ନେଇ ନୂଆ ଖୁଲାସା ହୋଇଛି। ଚଳିତ ମାସ ତୃତୀୟ ସପ୍ତାହରେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ (ଜେଇଏମ୍‌)ର ନେତା କାନ୍ଦାହାର ଯାଇ ତାଲିବାନ ଜନତାଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଜେଇଏମ୍ ଭାରତରେ ନିଜ କାର୍ଯ୍ୟକଳାପ ଜାରି ରଖିବା ପାଇଁ ତାଲିବାନକୁ ସାହାଯ୍ୟ ମାଗୁଛି। ଏଥିରେ ପାକିସ୍ତାନର ରାଜନୈତିକ ସ୍ଥିତିକୁ ନେଇ ମଧ୍ୟ ଆଲୋଚନା କରାଯାଇଛି ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଏହା ସହିତ ପାକିସ୍ତାନରୁ ବାହାରି ଥିବା ୨ ଆତଙ୍କବାଦୀ ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଥିବା ଗୁଇନ୍ଦା ସୂଚନା ମିଳିଛି । ଏହାକୁ ଦେଖୁ ସବୁ ସୁରକ୍ଷା ଏଜେନ୍ସିଗୁଡିକୁ ସତର୍କ କରିଦିଆଯାଇଛି। ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସେମାନଙ୍କୁ ନିର୍ଦେଶ ଦିଆଯାଇଛି । ଗୁଇନ୍ଦା ଏଜେନ୍ସି ଗୁଡିକୁ ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟ ଗୁଇନ୍ଦା ବିଭାଗ ଏବଂ ସୁରକ୍ଷା ଏଜେନ୍ସିଗୁଡିକୁ ଏ ନେଇ ସୂଚନା ଦିଆଯାଇଛି ଏବଂ ସେମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସୁରକ୍ଷା ଡ୍ରିଲ କରିବା ସହିତ ଆତଙ୍କବାଦୀ ନିରୋଧ ଶାଖାକୁ ହାଇ ଆଲର୍ଟ ରେ ରଖିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ତାଲିବାନ ଅମଷ୍ଟ ୧୫ରେ କାବୁଲ କବଜା କରି ଆଫଗାନିସ୍ତାନ କ୍ଷମତାକୁ ନିଜ ହାତକୁ ନେଇଥିଲା। ଏହା ପରଠାରୁ ଅନେକ ରାଷ୍ଟ୍ର କାବୁଲରୁ ନିଜ ନାଗରିକ ଏବଂ କୂଟନୈତିଜ୍ଞଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି । ଏବେ ବି ଦେଶ ଛାଡି ଯିବା ପାଇଁ କାବୁଲ ବିମାନବନ୍ଦରରେ ହଜାର ହଜାର ଲୋକଙ୍କ ଭିଡ ଜମିଛି । ଭାରତ କାବୁଲରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଅଭିଯାନର ନାମ ‘ଦେବୀ ଶକ୍ତି’ ରଖିଛି । ସେଠାକାର ହିନ୍ଦୁ ଏବଂ ଶିଖଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର