କରୋନା ଟିକା ନେବାପରେ ବଢୁଛି ହୃଦ୍‌ରୋଗର ଆଶଙ୍କା !

The Sakala Picture
Published On

ନୂଆଦିଲ୍ଲୀ: କରୋନା ଏବଂ ହୃଦୟ ରୋଗ ମଧ୍ୟରେ ସମ୍ବନ୍ଧକୁ ନେଇ ଏକ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। କରୋନା ଟିକା ନେବା ପରେ ଲୋକଙ୍କଠାରେ ହୃଦୟ ସମ୍ବନ୍ଧିତ ରୋଗର ବିପଦ ବୃଦ୍ଧି ପାଉଛି ବୋଲି ବୈଜ୍ଞାନିକ ଦାବି କରିଛନ୍ତି। ଆମେରିକାର ଲସ୍‌ ଆଞ୍ଜେଲସ୍‌ ସ୍ଥିତ ସିଡର-ସ୍ମିଡଟ୍‌ ସିନାଇରେ କାର୍ଡିଆକ୍‌ ଇନଷ୍ଟିଚ୍ୟୁଟ ଏହା ଉପରେ ଅଧ୍ୟୟନ କରିଛି। ବୈଜ୍ଞାନିକ ଏଲନ ସି କ୍ବାନ କହିଛନ୍ତି ଯେ ଗବେଷଣାରେ ୨୦୨୦ ଏବଂ ୨୦୨୨ ମଧ୍ୟରେ ଟିକା ନେଇଥିବା ୨, ୮୪, […]

ନୂଆଦିଲ୍ଲୀ: କରୋନା ଏବଂ ହୃଦୟ ରୋଗ ମଧ୍ୟରେ ସମ୍ବନ୍ଧକୁ ନେଇ ଏକ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। କରୋନା ଟିକା ନେବା ପରେ ଲୋକଙ୍କଠାରେ ହୃଦୟ ସମ୍ବନ୍ଧିତ ରୋଗର ବିପଦ ବୃଦ୍ଧି ପାଉଛି ବୋଲି ବୈଜ୍ଞାନିକ ଦାବି କରିଛନ୍ତି। ଆମେରିକାର ଲସ୍‌ ଆଞ୍ଜେଲସ୍‌ ସ୍ଥିତ ସିଡର-ସ୍ମିଡଟ୍‌ ସିନାଇରେ କାର୍ଡିଆକ୍‌ ଇନଷ୍ଟିଚ୍ୟୁଟ ଏହା ଉପରେ ଅଧ୍ୟୟନ କରିଛି। ବୈଜ୍ଞାନିକ ଏଲନ ସି କ୍ବାନ କହିଛନ୍ତି ଯେ ଗବେଷଣାରେ ୨୦୨୦ ଏବଂ ୨୦୨୨ ମଧ୍ୟରେ ଟିକା ନେଇଥିବା ୨, ୮୪, ୫୯୨ ଲୋକଙ୍କ ଉପରେ ସର୍ଭେ କରାଯାଇଥିଲା। ଏହା ସହିତ ହୃଦୟ ରୋଗ ଥାଇ କରୋନାରେ ସଂକ୍ରମିତ ୧୨, ୪୬୦ ରୋଗୀଙ୍କୁ ଏଥିରେ ସାମିଲ କରାଯାଇଥିଲା। ଏଥିରୁ ଜଣାପଡିଥିଲା ଯେ କରୋନା ଟିକା ଲଗାଇବାର ୯୦ ଦିନ ପରେ ପୋଷ୍ଟୁରାଲ ଅର୍ଥୋଷ୍ଟ୍ରାଟିକ ଟ୍ୟାକିକାଡିଆ ସିଣ୍ଡ୍ରୋମ (ପିଓଟିଏସ) ଭଳି ରୋଗ ହେବାର ସମ୍ଭାବନା ୫ ଗୁଣ ବୃଦ୍ଧି ପାଇଥିଲା।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଗବେଷଣାରେ ପୁଣି କୁହାଯାଇଛି ଯେ କରୋନା ସଂକ୍ରମଣ ପରେ ଲୋକଙ୍କଠାରେ ହୃଦୟ ସମ୍ବନ୍ଧିତ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ଏହି ଗବେଷଣା ପିୟର-ରିଭ୍ୟୁ ଜର୍ଣ୍ଣାଲ ନେଚର କାର୍ଡିଓଭାସ୍କୁଲାରରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ପିଓଟିଏସ୍‌ ହେଉଛି ସ୍ନାୟବିକ ବ୍ୟବସ୍ଥା ସମ୍ବନ୍ଧିତ ଏକ ସମସ୍ୟା। ଏହା ମୁଖ୍ୟତଃ ତରୁଣୀଙ୍କୁ ପ୍ରଭାବିତ କରିଥାଏ। ପିଓଟିଏସ୍‌ ହେଲେ ୧୦ ମିନିଟ ଛିଡା ହେଲେ ହୃତସ୍ପନ୍ଦନ ମିନିଟ୍‌କୁ ୩୦ ଥର ବୃଦ୍ଧି ପାଇଥାଏ କିମ୍ବା ମିନିଟ୍‌ରେ ୧୨୦ ଥର ହୋଇଥାଏ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର