ସୁଶୀଲ କୁମାରଙ୍କ ବିଷୟରେ ସୂଚନା ଦେଲେ ମିଳିବ ଏକ ଲକ୍ଷ ଟଙ୍କା ପୁରସ୍କାର

The Sakala Picture
Published On

ମେ ୪ରେ ସାଗର ମୃତ୍ୟୁ ପରଠାରୁ ସୁଶୀଲ କୁମାର ଫେରାର ଅଛନ୍ତି। ସୁଶୀଲ କୁମାର ମଙ୍ଗଳବାର ଦିନ ରୋହିଣୀ କୋର୍ଟରେ ଜାମିନ ଆବେଦନ କରିଥିଲେ ହେଲେ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଦିଲ୍ଲୀ ପୋଲିସ କହିଛି ଯେ ଯେଉଁମାନେ ସୁଶୀଲ କୁମାରଙ୍କ ବିଷୟରେ ସୂଚନା ଦିଅନ୍ତି ସେମାନଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ପୋଲିସ ଏହା ମଧ୍ୟ କହିଛି ଯେ ଯିଏ ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ଅଜୟଙ୍କ ବିଷୟରେ ସୂଚନା ଦେବ […]

ମେ ୪ରେ ସାଗର ମୃତ୍ୟୁ ପରଠାରୁ ସୁଶୀଲ କୁମାର ଫେରାର ଅଛନ୍ତି। ସୁଶୀଲ କୁମାର ମଙ୍ଗଳବାର ଦିନ ରୋହିଣୀ କୋର୍ଟରେ ଜାମିନ ଆବେଦନ କରିଥିଲେ ହେଲେ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଦିଲ୍ଲୀ ପୋଲିସ କହିଛି ଯେ ଯେଉଁମାନେ ସୁଶୀଲ କୁମାରଙ୍କ ବିଷୟରେ ସୂଚନା ଦିଅନ୍ତି ସେମାନଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ପୋଲିସ ଏହା ମଧ୍ୟ କହିଛି ଯେ ଯିଏ ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ଅଜୟଙ୍କ ବିଷୟରେ ସୂଚନା ଦେବ ଉକ୍ତ ବ୍ୟକ୍ତିଙ୍କୁ 50 ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ଶନିବାର ଦିନ ଦିଲ୍ଲୀର ଏକ କୋର୍ଟ ଷ୍ଟାର ରେସଲର ସୁଶୀଲ କୁମାର ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅଜୟ ସୁଶୀଲଙ୍କର ଜଣେ ଭଲ ବନ୍ଧୁ ତେଣୁ ଅଧିକ ଆଶଙ୍କା ରହିଛି ଯେ ଅଜୟ ସୁଶୀଲଙ୍କୁ ଲୁଚାଇବାରେ ସାହାଯ୍ୟ କରୁଛନ୍ତି। ତେଣୁ ଉଭୟଙ୍କୁ ଏକକାଳୀନ ପୁରସ୍କାର ଘୋଷଣା କରାଯାଇଛି | ଦିଲ୍ଲୀ-ଏନସିଆରର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରୁଛି। ତେବେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ। ଅନ୍ୟପକ୍ଷରେ ସମସ୍ତ ପଳାୟନ ମାର୍ଗ ବନ୍ଦ ହେବା ପରେ ସୁଶୀଲ ଆତ୍ମସମର୍ପଣ କରିବା ସମ୍ଭବ ବୋଲି ଅଧିକାରୀମାନେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର