ସଞ୍ଜୟ ମାଲହୋତ୍ରା ନୂଆ RBI ଗଭର୍ଣ୍ଣର ନିଯୁକ୍ତ, ଆସନ୍ତା ୧୧ ତାରିଖରୁ ନେବେ ଦାୟିତ୍ବ

The Sakala Picture
Published On

ନୂଆଦିଲ୍ଲୀ: ବଦଳିବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର। ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱଭାର ଗ୍ରହଣ କରିବେ ସଞ୍ଜୟ ମାଲହୋତ୍ରା। ଆସନ୍ତା ଡିସେମ୍ବର ୧୧ ତାରିଖରେ ସେ ଦାୟିତ୍ୱ ଭାର ଗ୍ରହଣ କରିବେ। ୧୯୯୦ ବ୍ୟାଚ ରାଜସ୍ଥାନ କ୍ୟାଡରର ଆଇଏଏସ୍‌ ଅଫିସର ହେଉଛନ୍ତି ସଞ୍ଜୟ ମାଲହୋତ୍ରା। ବର୍ତ୍ତମାନ କେନ୍ଦ୍ର ରାଜସ୍ୱ ସଚିବ ଭାବେ କାମ କରୁଥିବା ସଞ୍ଜୟ ମାଲହୋତ୍ରା ହେବେ ନୂଆ ଗଭର୍ଣ୍ଣର। ଶକ୍ତିକାନ୍ତ ଦାସଙ୍କ ଠାରୁ ସେ ଦାୟିତ୍ୱ ଭାର ଗ୍ରହଣ କରିବେ। ଆସନ୍ତା ୩ବର୍ଷ ପାଇଁ […]

ନୂଆଦିଲ୍ଲୀ: ବଦଳିବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର। ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱଭାର ଗ୍ରହଣ କରିବେ ସଞ୍ଜୟ ମାଲହୋତ୍ରା। ଆସନ୍ତା ଡିସେମ୍ବର ୧୧ ତାରିଖରେ ସେ ଦାୟିତ୍ୱ ଭାର ଗ୍ରହଣ କରିବେ। ୧୯୯୦ ବ୍ୟାଚ ରାଜସ୍ଥାନ କ୍ୟାଡରର ଆଇଏଏସ୍‌ ଅଫିସର ହେଉଛନ୍ତି ସଞ୍ଜୟ ମାଲହୋତ୍ରା। ବର୍ତ୍ତମାନ କେନ୍ଦ୍ର ରାଜସ୍ୱ ସଚିବ ଭାବେ କାମ କରୁଥିବା ସଞ୍ଜୟ ମାଲହୋତ୍ରା ହେବେ ନୂଆ ଗଭର୍ଣ୍ଣର। ଶକ୍ତିକାନ୍ତ ଦାସଙ୍କ ଠାରୁ ସେ ଦାୟିତ୍ୱ ଭାର ଗ୍ରହଣ କରିବେ। ଆସନ୍ତା ୩ବର୍ଷ ପାଇଁ ସେ ଆରବିଆଇର ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇବେ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଉଛନ୍ତି ଶକ୍ତିକାନ୍ତ ଦାସ । ଆରବିଆଇ ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି । ତାଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି । ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର