ଗୃହକୁ ନ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଥିଲି: ବଡ଼ ଖୁଲାସା କଲେ ବାଚସ୍ପତି ଓମ୍ ବିର୍ଲା

Madhusudan Das Picture
Published On

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସମ୍ଭାବ୍ୟ ବିଶୃଙ୍ଖଳା ଏବଂ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୃହକୁ ନ ଆସିବା ପାଇଁ ପରାମର୍ଶ ଦେଇଥିଲେ। ବାଚସ୍ପତିଙ୍କ କହିବା ଅନୁଯାୟୀ, କଂଗ୍ରେସ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କ ଆସନ ନିକଟରେ କୌଣସି 'ଅନୁଚିତ ଘଟଣା' ଘଟାଇବାର ଯୋଜନା କରିଥିଲେ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ବାଚସ୍ପତି ବିର୍ଲା ସ୍ପଷ୍ଟ କରିଛନ୍ତି ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା, ସେତେବେଳେ ତାଙ୍କୁ ସୂଚନା ମିଳିଥିଲା ଯେ କିଛି ବିରୋଧୀ ଦଳ ସାଂସଦ ପ୍ରଧାନମନ୍ତ୍ରୀଙ୍କ ଚେୟାର ପାଖରେ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି। ସେ କହିଛନ୍ତି, "ଯଦି ଏଭଳି ଘଟଣା ଘଟିଥାନ୍ତା, ତେବେ ଏହା ଦେଶର ଗଣତାନ୍ତ୍ରିକ ପରମ୍ପରାକୁ କ୍ଷୁଣ୍ଣ କରିଥାନ୍ତା। ଏହାକୁ ରୋକିବା ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଗୃହକୁ ନ ଆସିବାକୁ ଅନୁରୋଧ କରିଥିଲି।" ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କ ଅନୁରୋଧ ରକ୍ଷା କରି ଗୃହରେ ଅନୁପସ୍ଥିତ ରହିଥିଲେ, ଯାହା ଫଳରେ ଏକ ବଡ଼ ଅପ୍ରୀତିକର ଘଟଣା ଟଳି ଯାଇଥିଲା।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଅନ୍ୟପଟେ କଂଗ୍ରେସ ନେତା ପବନ ଖେଡ଼ା ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ସରକାରଙ୍କ ଉପରେ ବର୍ଷିଛନ୍ତି। ବାଚସ୍ପତିଙ୍କ କାର୍ଯ୍ୟାଳୟରୁ ଗଣମାଧ୍ୟମରେ ମିଥ୍ୟା ରିପୋର୍ଟ ପ୍ରଚାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଖେଡ଼ା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, "ମହିଳା ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ବୋଲି କହିବା କ’ଣ ଯୁକ୍ତିଯୁକ୍ତ? ଜଣେ ଦଳିତ ମହିଳା ସାଂସଦ ନିଜର ଦାବି ଉପସ୍ଥାପନ କରିବା କ’ଣ ଆତଙ୍କବାଦ?" ଏଭଳି ମନ୍ତବ୍ୟ ପାଇଁ ସରକାର ଦେଶର ମହିଳା, ବିଶେଷକରି ଦଳିତ ମହିଳାଙ୍କୁ କ୍ଷମା ମାଗିବା ଉଚିତ ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର