ଦେଶରେ ଭୟଙ୍କର ସ୍ଥିତି : ୨୪ ଘଣ୍ଟାରେ ୨,୧୦୨ ମୃତ, ୩ ଲକ୍ଷରୁ ଅଧିକ ପଜିଟିଭ୍‌ ଚିହ୍ନଟ

The Sakala Picture
Published On

ନୂଆଦିଲ୍ଲୀ : ଦେଶରେ କରୋନା ବିସ୍ଫୋରକ ରୂପ ଧାରଣ କରିସାରିଛି । ମହାମାରୀ ଅନିୟନ୍ତ୍ରିତ ମନେ ହେଉଛି । ପ୍ରତିଦିନ କୋଭିଡ ସଂକ୍ରମଣର ନୂଆ ରେକର୍ଡ ସାମ୍ନାକୁ ଆସୁଛି। ସାଂଘାତିକ ହେଉଛି କରୋନାର ସେକେଣ୍ଡ ଓ୍ୱେଭ୍ । ସଂକ୍ରମଣ ସହ ହୁ ହୁ ହୋଇ ବଢୁଛି ମୃତ୍ୟୁସଂଖ୍ୟା । ଦୈନିକ ଡେଥ୍ କେସ୍ ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି । ଗତ ୨୪ ଘଣ୍ଟାରେ କରୋନାରେ ସାରା ଦେଶରୁ ୨ ହଜାର ୧୦୨୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। […]

ନୂଆଦିଲ୍ଲୀ : ଦେଶରେ କରୋନା ବିସ୍ଫୋରକ ରୂପ ଧାରଣ କରିସାରିଛି । ମହାମାରୀ ଅନିୟନ୍ତ୍ରିତ ମନେ ହେଉଛି । ପ୍ରତିଦିନ କୋଭିଡ ସଂକ୍ରମଣର ନୂଆ ରେକର୍ଡ ସାମ୍ନାକୁ ଆସୁଛି। ସାଂଘାତିକ ହେଉଛି କରୋନାର ସେକେଣ୍ଡ ଓ୍ୱେଭ୍ । ସଂକ୍ରମଣ ସହ ହୁ ହୁ ହୋଇ ବଢୁଛି ମୃତ୍ୟୁସଂଖ୍ୟା । ଦୈନିକ ଡେଥ୍ କେସ୍ ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି । ଗତ ୨୪ ଘଣ୍ଟାରେ କରୋନାରେ ସାରା ଦେଶରୁ ୨ ହଜାର ୧୦୨୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଯାହାକି ବର୍ତ୍ତମାନ ସୁଦ୍ଧା ଦେଶରେ ସର୍ବାଧିକ ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଏଥି ସହିତ  ମାତ୍ର ୧୭ ଦିନ ଭିତରେ ଦେଶରେ ଦୈନିକ ସଂକ୍ରମଣ ଲକ୍ଷେରୁ ତିନି ଲକ୍ଷ ଡେଇଁଗଲା । ଏପ୍ରିଲ ୪ ତାରିଖରେ ଦେଶରେ ଦୈନିକ ସଂକ୍ରମଣ ଲକ୍ଷେ ପାର କରିଥିଲା । ଆଜି ଏହି ସଂଖ୍ୟା ୩ ଲକ୍ଷ ଉପରେ । ୧୭ଟି ରାଜ୍ୟରେ ଦୈନିକ ସଂକ୍ରମଣ ଉପରମୁହାଁ ହୋଇଛି।ଗତ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୧୫ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ବିଶ୍ୱରେ ରେକର୍ଡ କରିଛି ଭାରତ କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାପୂର୍ବରୁ, ଆମେରିକାରେ ବିଶ୍ୱରେ ଗୋଟିଏ ଦିନରେ ସର୍ବାଧିକ ନୂଆ ସଂକ୍ରମିତ ହେବାର ରେକର୍ଡ ଥିଲା। ଜାନୁଆରୀ ୮, ୨୦୨୧ ରେ, ଆମେରିକାରେ ୩ ଲକ୍ଷ ୭ ହଜାର ୫୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ୧୭ ଦିନରେ ଦୈନିକ ସଂକ୍ରମଣ ହାର ରହିଛି ୬.୭୬ ପ୍ରତିଶତ । କିନ୍ତୁ ଆମେରିକାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେରୁ ତିନି ଲକ୍ଷ ହେବାକୁ ୬୫ ଦିନ ଲାଗିଥିଲା । ଏଥିରୁ ଜଣା ପଡୁଛି, ଏପ୍ରିଲରେ ଦେଶରେ ସଂକ୍ରମଣ ଦ୍ରୁତ ବଢୁଛି । ଆଗକୁ ସ୍ଥିତି ଅଧିକ ସଙ୍ଗୀନ ହୋଇପାରେ ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧୦୦ ଲୋକ ପ୍ରାଣ ହରାଇଥିବା ବେଳେ ବୁଧବାର ଦିନ ୧ ଲକ୍ଷ ୭୯ ହଜାର ୩୭୨ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମଣ ହେତୁ ଏକ ଲକ୍ଷ ୮୪ ହଜାର ୬୭୨ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ସମୁଦାୟ ସଂକ୍ରମିତ କରୋନା ସଂଖ୍ୟା ୧ କୋଟି ୫୯ ଲକ୍ଷ ୨୪ ହଜାର ୭୩୨ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ୨୨ ଲକ୍ଷ ୮୪ ହଜାର ୨୦୯ ରୋଗୀ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

22 Apr 2021 By The Sakala

ଦେଶରେ ଭୟଙ୍କର ସ୍ଥିତି : ୨୪ ଘଣ୍ଟାରେ ୨,୧୦୨ ମୃତ, ୩ ଲକ୍ଷରୁ ଅଧିକ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ବିସ୍ଫୋରକ ରୂପ ଧାରଣ କରିସାରିଛି । ମହାମାରୀ ଅନିୟନ୍ତ୍ରିତ ମନେ ହେଉଛି । ପ୍ରତିଦିନ କୋଭିଡ ସଂକ୍ରମଣର ନୂଆ ରେକର୍ଡ ସାମ୍ନାକୁ ଆସୁଛି। ସାଂଘାତିକ ହେଉଛି କରୋନାର ସେକେଣ୍ଡ ଓ୍ୱେଭ୍ । ସଂକ୍ରମଣ ସହ ହୁ ହୁ ହୋଇ ବଢୁଛି ମୃତ୍ୟୁସଂଖ୍ୟା । ଦୈନିକ ଡେଥ୍ କେସ୍ ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି । ଗତ ୨୪ ଘଣ୍ଟାରେ କରୋନାରେ ସାରା ଦେଶରୁ ୨ ହଜାର ୧୦୨୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଯାହାକି ବର୍ତ୍ତମାନ ସୁଦ୍ଧା ଦେଶରେ ସର୍ବାଧିକ ।

ଏଥି ସହିତ  ମାତ୍ର ୧୭ ଦିନ ଭିତରେ ଦେଶରେ ଦୈନିକ ସଂକ୍ରମଣ ଲକ୍ଷେରୁ ତିନି ଲକ୍ଷ ଡେଇଁଗଲା । ଏପ୍ରିଲ ୪ ତାରିଖରେ ଦେଶରେ ଦୈନିକ ସଂକ୍ରମଣ ଲକ୍ଷେ ପାର କରିଥିଲା । ଆଜି ଏହି ସଂଖ୍ୟା ୩ ଲକ୍ଷ ଉପରେ । ୧୭ଟି ରାଜ୍ୟରେ ଦୈନିକ ସଂକ୍ରମଣ ଉପରମୁହାଁ ହୋଇଛି।ଗତ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୧୫ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ବିଶ୍ୱରେ ରେକର୍ଡ କରିଛି ଭାରତ କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାପୂର୍ବରୁ, ଆମେରିକାରେ ବିଶ୍ୱରେ ଗୋଟିଏ ଦିନରେ ସର୍ବାଧିକ ନୂଆ ସଂକ୍ରମିତ ହେବାର ରେକର୍ଡ ଥିଲା। ଜାନୁଆରୀ ୮, ୨୦୨୧ ରେ, ଆମେରିକାରେ ୩ ଲକ୍ଷ ୭ ହଜାର ୫୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ୧୭ ଦିନରେ ଦୈନିକ ସଂକ୍ରମଣ ହାର ରହିଛି ୬.୭୬ ପ୍ରତିଶତ । କିନ୍ତୁ ଆମେରିକାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେରୁ ତିନି ଲକ୍ଷ ହେବାକୁ ୬୫ ଦିନ ଲାଗିଥିଲା । ଏଥିରୁ ଜଣା ପଡୁଛି, ଏପ୍ରିଲରେ ଦେଶରେ ସଂକ୍ରମଣ ଦ୍ରୁତ ବଢୁଛି । ଆଗକୁ ସ୍ଥିତି ଅଧିକ ସଙ୍ଗୀନ ହୋଇପାରେ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୧୦୦ ଲୋକ ପ୍ରାଣ ହରାଇଥିବା ବେଳେ ବୁଧବାର ଦିନ ୧ ଲକ୍ଷ ୭୯ ହଜାର ୩୭୨ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମଣ ହେତୁ ଏକ ଲକ୍ଷ ୮୪ ହଜାର ୬୭୨ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ସମୁଦାୟ ସଂକ୍ରମିତ କରୋନା ସଂଖ୍ୟା ୧ କୋଟି ୫୯ ଲକ୍ଷ ୨୪ ହଜାର ୭୩୨ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ୨୨ ଲକ୍ଷ ୮୪ ହଜାର ୨୦୯ ରୋଗୀ ଚିକିତ୍ସିତ ହେଉଛନ୍ତି।

https://www.thesakala.in/national-international/record-of-daily-positive-case-315000-positives-a-day-from-the-country-the-highest-in-the-world/article-1739
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର