ଆସିଆନ୍‌ ଦେଶକୁ ବ୍ରହ୍ମୋସ, ତେଜସ୍‌ ଦେବାକୁ ପ୍ରସ୍ତୁତ, ଚୀନ୍‌କୁ ଘେରିବାକୁ ଭାରତର ଉଦ୍ୟମ

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ ସମ୍ମିଳନୀରେ ଯୋଗଦେବା ପାଇଁ ବୁଧବାର ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଆସିଆନ ଦେଶଗୁଡିକ ସହ ବହୁ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର କରିବେ ବୋଲି କୁହାଯାଉଛି। ଏହି ଦେଶଗୁଡିକ ମଧ୍ୟ ଭାରତର ସହଯୋଗ ଚାହୁଁଛନ୍ତି। ଦିନେ ଚୀନ୍‌ର ମିତ୍ର ରାଷ୍ଟ୍ର ଥିବା ଇଣ୍ଡୋନେସିଆ ଏବେ ତା ଜାଲରୁ ବାହାରିବା ପାଇଁ ଭାରତର ସାହାଯ୍ୟ ଚାହୁଁଛି। ରିପୋର୍ଟ ଅନୁଯାୟୀ ଆସିୟାନ ରାଷ୍ଟ୍ର ଗୁଡିକ ମଧ୍ୟରେ ଦିନକୁ ଦିନ ଅସ୍ତ୍ରଶସ୍ତ୍ରର ଚାହିଦା […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ ସମ୍ମିଳନୀରେ ଯୋଗଦେବା ପାଇଁ ବୁଧବାର ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଆସିଆନ ଦେଶଗୁଡିକ ସହ ବହୁ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର କରିବେ ବୋଲି କୁହାଯାଉଛି। ଏହି ଦେଶଗୁଡିକ ମଧ୍ୟ ଭାରତର ସହଯୋଗ ଚାହୁଁଛନ୍ତି। ଦିନେ ଚୀନ୍‌ର ମିତ୍ର ରାଷ୍ଟ୍ର ଥିବା ଇଣ୍ଡୋନେସିଆ ଏବେ ତା ଜାଲରୁ ବାହାରିବା ପାଇଁ ଭାରତର ସାହାଯ୍ୟ ଚାହୁଁଛି। ରିପୋର୍ଟ ଅନୁଯାୟୀ ଆସିୟାନ ରାଷ୍ଟ୍ର ଗୁଡିକ ମଧ୍ୟରେ ଦିନକୁ ଦିନ ଅସ୍ତ୍ରଶସ୍ତ୍ରର ଚାହିଦା ବଢ଼ିବାରେ ଲାଗିଛି। ଏମାନେ ଭାରତଠାରୁ ପ୍ରତିରକ୍ଷା ଉପକରଣ କିଣିବାକୁ ଚାହୁଁଛନ୍ତି। ଭାରତ ଆସିଆନ୍‌ ମାଧ୍ୟମରେ ଚୀନ୍‌କୁ ନିଜ ପଡ଼ୋଶୀ ରାଷ୍ଟ୍ରଙ୍କ ଦ୍ବାରା ଘେରିବାକୁ ଉଦ୍ୟମ କରୁଛି। ଏଥିପାଇଁ ଆସିଆନ ରାଷ୍ଟ୍ରଙ୍କୁ ବ୍ରହ୍ମୋସ୍‌ ସହିତ ବିଭିନ୍ନ କ୍ଷେପଣାସ୍ତ୍ର, ଲଢୁଆ ଯୁଦ୍ଧ ବିମାନ ତେଜସ୍‌ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଭାରତ ଇଣ୍ଡୋନେସିଆକୁ ସୁପ୍‌ରସୋନିକ ମିସାଇଲ ଦେବାକୁ ପ୍ରସ୍ତୁତ ଅଛି। ଫିଲିପାଇନ୍ସକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଦେବା ପାଇଁ ୩୧ ହଜାର କୋଟିର ଚୁକ୍ତି କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଯୋଗାଣ ଆରମ୍ଭ ହେବ। ଏହି ସବୁ କ୍ଷେପଣାସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ରକୁ ଦକ୍ଷିଣ ଚୀନ୍‌ ସାଗର ନିକଟରେ ମୁତୟନ କରାଯିବ। ଏହା ଦ୍ବାରା ଚୀନ୍‌ ଜାହାଜ ଉପରେ ନଜର ରଖିହେବ। ଭାରତ ମହାସାଗରରୁ ଚୀନ୍‌କୁ ମଧ୍ୟ ଘଉଡ଼ାଇ ହେବ। ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ କର୍ତ୍ତୃତ୍ବକୁ ପ୍ରତିହତ କରିବା ପାଇଁ ଆସିଆନ ରାଷ୍ଟ୍ରଗୁଡିକ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି କରିଛନ୍ତି। ଚୀନ୍‌ର କାର୍ଯ୍ୟକଳାପ ଉପରେ ୧୦ରୁ ୫ ରାଷ୍ଟ୍ର ମାଲେସିଆ, ଇଣ୍ଡୋନେସିଆ, ବ୍ରୁନେଇ, ଭିଏତନାମ, ଫଲିପାଇନ୍ସ ପ୍ରଶ୍ନ ଉଠାଇଛନ୍ତି। ଏହି ୫ ଦେଶର ଅସ୍ତ୍ରଶସ୍ତ୍ର ଉତ୍ପାଦନ ବହୁତ କମ୍‌ ରହିଛି। ବିଶ୍ବରେ ଅସ୍ତ୍ରଶସ୍ତ୍ର ବନାଉଥିବା ଶହେ କମ୍ପାନୀ ମଧ୍ୟରେ କେବଳ ସିଙ୍ଗାପୁର କମ୍ପାନୀ ସାମିଲ ରହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ତେଣୁ ଚୀନ୍‌କୁ ଟକ୍କର ଦେବା ପାଇଁ ସେମାନେ ଭାରତ ସହ ସମ୍ପର୍କ ବୃଦ୍ଧି କରି ଅସ୍ତ୍ରଶସ୍ତ୍ର କିଣିବାକୁ ଚାହୁଁଛନ୍ତି। ଅନ୍ୟପକ୍ଷରେ ଭାରତ ସହ ଦ୍ବିପାକ୍ଷିକ ସମ୍ବନ୍ଧ ସ୍ଥିର ରହିଛି ବୋଲି ଚୀନ୍‌ ପକ୍ଷରୁ କୁହାଯାଇଛି। ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ପ୍ରୟାସ କରାଯିବ। ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଛି। ଏହା ସହିତ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ଭାରତର ଜି-୨୦ ଅଧ୍ୟକ୍ଷତାକୁ ସମର୍ଥନ କରିଛି। ଏହାର ସଫଳତା କାମନା କରିଛି। ସୂଚନାଯୋଗ୍ୟ ଯେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଜି-୨୦ ସମ୍ମିଳନୀରେ ସାମିଲ ହେବା ପାଇଁ ଭାରତ ଗସ୍ତରେ ଆସିବେ ନାହିଁ। ତାଙ୍କ ବଦଳରେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସାମିଲ ହେବେ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର