ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନା ସଭାପତିଙ୍କୁ ଗୁଳି କରି ହତ୍ୟା, ଘରେ ପଶି ହତ୍ୟା କଲେ ୩ ଦୁର୍ବୃତ୍ତ

The Sakala Picture
Published On

ଜୟପୁର: ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣିସେନା ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସିସିଟିଭିରେ କଏଦ ହୋଇଛି ତାଙ୍କ ହତ୍ୟା ବେଳର ଦୃଶ୍ୟ। ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି ତିନି ଅଜଣା ଲୋକ ସୁଖଦେବ ସିଂ ଗୋଗାମେଡିଙ୍କ ସହ ସାମ୍ନାସାମ୍ନି ବସି କଥା ହେଉଛନ୍ତି। ଏହା ପରେ ହଠାତ୍ ସେମାନେ ସୁଖଦେବଙ୍କୁ ଅତର୍କିତ ଗୁଳିମାଡ଼ କରୁଛନ୍ତିି। ଜୟପୁରର ଶ୍ୟାମ ନଗର ଜନପଥରେ ଥିବା ତାଙ୍କ ବାସଭବନରେ ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା କରାଯାଇଛି। ଏହି […]

ଜୟପୁର: ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣିସେନା ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସିସିଟିଭିରେ କଏଦ ହୋଇଛି ତାଙ୍କ ହତ୍ୟା ବେଳର ଦୃଶ୍ୟ। ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି ତିନି ଅଜଣା ଲୋକ ସୁଖଦେବ ସିଂ ଗୋଗାମେଡିଙ୍କ ସହ ସାମ୍ନାସାମ୍ନି ବସି କଥା ହେଉଛନ୍ତି। ଏହା ପରେ ହଠାତ୍ ସେମାନେ ସୁଖଦେବଙ୍କୁ ଅତର୍କିତ ଗୁଳିମାଡ଼ କରୁଛନ୍ତିି। ଜୟପୁରର ଶ୍ୟାମ ନଗର ଜନପଥରେ ଥିବା ତାଙ୍କ ବାସଭବନରେ ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପାଇଁ ରାଜସ୍ଥାନର ରୋହିତ ଗୋଦାରା ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ମିଳିଥିବା ସୂଚନା ଅନୁଯାୟୀ ଗୋଗାମେଡିଙ୍କୁ ଭେଟିବାକୁ ତିନିଜଣ ଲୋକ ଏକ ସ୍କୁଟରରେ ତାଙ୍କ ଘରକୁ ଆସିଥିଲେ । ସେମାନେ ତାଙ୍କ ରୁମକୁ ଯାଇ ସେଠାରେ ବସି ପ୍ରାୟ ୧୦ ମିନିଟ୍ କଥାବାର୍ତ୍ତା କରିଥିଲେ । ଏହା ପରେ ସେମାନେ ହଠାତ୍ ସୁଖଦେବଙ୍କ ଉପରକୁ ଏକାଧିକ ରାଉଣ୍ଡ ଗୁଳିମାଡ଼ କରିଥିଲେ । ପାଖରେ ଛିଡ଼ା ହୋଇଥିବା ଗୋଗାମେଡିଙ୍କ ଜଣେ ଅଙ୍ଗରକ୍ଷୀ ମଧ୍ୟ ଆକ୍ରମଣକାରୀଙ୍କୁ ପାଲଟା ଗୁଳି ଚଳାଇଥିଲା। କ୍ରସ୍ ଫାୟାରିଂରେ ଜଣେ ଆକ୍ରମଣକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

ରୋହିତ ଗୋଦରା ଗ୍ୟାଙ୍ଗ୍ ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନା ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି । ଏହି ଗ୍ୟାଙ୍ଗ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗ୍ ସହ ଜଡ଼ିତ । କିଛି ମାସ ତଳେ ରୋହିତ ଗୋଦାରା ଦୁବାଇରୁ ଗୋଗାମେଡିଙ୍କୁ ଧମକ ଦେଇଥିଲା। ରୋହିତ ଗୋଦାରା ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଯିଏ ବର୍ତ୍ତମାନ ଭାରତ ବାହାରେ ରହୁଛି। ଏନଆଇଏ ମଧ୍ୟ ତାକୁ ଖୋଜୁଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ବର୍ବରତା: ପିଓକେ, ବେଲୁଚିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ମାନବାଧିକାର ଉଲ୍ଲଂଘନ କରୁଛନ୍ତି ଆସିମ ମୁନିର

05 Dec 2023 By The Sakala

ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନା ସଭାପତିଙ୍କୁ ଗୁଳି କରି ହତ୍ୟା, ଘରେ ପଶି ହତ୍ୟା କଲେ ୩ ଦୁର୍ବୃତ୍ତ

ଜୟପୁର: ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣିସେନା ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସିସିଟିଭିରେ କଏଦ ହୋଇଛି ତାଙ୍କ ହତ୍ୟା ବେଳର ଦୃଶ୍ୟ। ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି ତିନି ଅଜଣା ଲୋକ ସୁଖଦେବ ସିଂ ଗୋଗାମେଡିଙ୍କ ସହ ସାମ୍ନାସାମ୍ନି ବସି କଥା ହେଉଛନ୍ତି। ଏହା ପରେ ହଠାତ୍ ସେମାନେ ସୁଖଦେବଙ୍କୁ ଅତର୍କିତ ଗୁଳିମାଡ଼ କରୁଛନ୍ତିି। ଜୟପୁରର ଶ୍ୟାମ ନଗର ଜନପଥରେ ଥିବା ତାଙ୍କ ବାସଭବନରେ ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପାଇଁ ରାଜସ୍ଥାନର ରୋହିତ ଗୋଦାରା ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଗୋଗାମେଡିଙ୍କୁ ଭେଟିବାକୁ ତିନିଜଣ ଲୋକ ଏକ ସ୍କୁଟରରେ ତାଙ୍କ ଘରକୁ ଆସିଥିଲେ । ସେମାନେ ତାଙ୍କ ରୁମକୁ ଯାଇ ସେଠାରେ ବସି ପ୍ରାୟ ୧୦ ମିନିଟ୍ କଥାବାର୍ତ୍ତା କରିଥିଲେ । ଏହା ପରେ ସେମାନେ ହଠାତ୍ ସୁଖଦେବଙ୍କ ଉପରକୁ ଏକାଧିକ ରାଉଣ୍ଡ ଗୁଳିମାଡ଼ କରିଥିଲେ । ପାଖରେ ଛିଡ଼ା ହୋଇଥିବା ଗୋଗାମେଡିଙ୍କ ଜଣେ ଅଙ୍ଗରକ୍ଷୀ ମଧ୍ୟ ଆକ୍ରମଣକାରୀଙ୍କୁ ପାଲଟା ଗୁଳି ଚଳାଇଥିଲା। କ୍ରସ୍ ଫାୟାରିଂରେ ଜଣେ ଆକ୍ରମଣକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି।

ରୋହିତ ଗୋଦରା ଗ୍ୟାଙ୍ଗ୍ ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନା ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି । ଏହି ଗ୍ୟାଙ୍ଗ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗ୍ ସହ ଜଡ଼ିତ । କିଛି ମାସ ତଳେ ରୋହିତ ଗୋଦାରା ଦୁବାଇରୁ ଗୋଗାମେଡିଙ୍କୁ ଧମକ ଦେଇଥିଲା। ରୋହିତ ଗୋଦାରା ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଯିଏ ବର୍ତ୍ତମାନ ଭାରତ ବାହାରେ ରହୁଛି। ଏନଆଇଏ ମଧ୍ୟ ତାକୁ ଖୋଜୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର