ଶ୍ରୀଲଙ୍କା ବାଛିଲା ନୂଆ ରାଷ୍ଟ୍ରପତି : ୧୩୪ ଭୋଟ୍‌ ହାସଲ କରି ନିର୍ବାଚନ ଜିତିଲେ ରାନିଲ ବିକ୍ରମସିଂଘେ

The Sakala Picture
Published On

କଲମ୍ବୋ : ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଙ୍ଘେ । ଆର୍ଥିକ ସଂକଟରୁ ରାଜନୈତିକ ଅସ୍ଥିରତା ଭିତରେ ନୂଆ ରାଷ୍ଟ୍ରମୁଖ୍ୟ ଚୟନ କରାଯାଇଛି। ରାଷ୍ଟ୍ରପତି ପଦ ପାଇଁ ତ୍ରିମୁଖୀ ଲଢେଇରେ ବାଜିମାତ୍ କରିଛନ୍ତି ବିକ୍ରମସିଙ୍ଘେ । ସେ ପୂର୍ବରୁ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ଗୋଟାବାୟ ରାଜପକ୍ଷେଙ୍କ ଇସ୍ତଫା ପରେ କାମଚଳା ରାଷ୍ଟ୍ରପତି ଥିଲେ । ଅଶାନ୍ତିର ତତଲା କଢ଼େଇରେ ସନ୍ତୁଳି ହେଉଥିବା ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ନେଇ ଆଜି ନିର୍ବାଚନ ହୋଇଥିଲା। ରାଷ୍ଟ୍ରପତି ଦୌଡ଼ରେ କାମଚଳା […]

କଲମ୍ବୋ : ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମସିଙ୍ଘେ । ଆର୍ଥିକ ସଂକଟରୁ ରାଜନୈତିକ ଅସ୍ଥିରତା ଭିତରେ ନୂଆ ରାଷ୍ଟ୍ରମୁଖ୍ୟ ଚୟନ କରାଯାଇଛି। ରାଷ୍ଟ୍ରପତି ପଦ ପାଇଁ ତ୍ରିମୁଖୀ ଲଢେଇରେ ବାଜିମାତ୍ କରିଛନ୍ତି ବିକ୍ରମସିଙ୍ଘେ । ସେ ପୂର୍ବରୁ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ଗୋଟାବାୟ ରାଜପକ୍ଷେଙ୍କ ଇସ୍ତଫା ପରେ କାମଚଳା ରାଷ୍ଟ୍ରପତି ଥିଲେ ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଅଶାନ୍ତିର ତତଲା କଢ଼େଇରେ ସନ୍ତୁଳି ହେଉଥିବା ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ନେଇ ଆଜି ନିର୍ବାଚନ ହୋଇଥିଲା। ରାଷ୍ଟ୍ରପତି ଦୌଡ଼ରେ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ, ଦୁଲାସ ଆଲାପେରୁମ୍ମା ଓ ଅନୁରା କୁମାର ଦିସାନାୟକେଙ୍କ ମଧ୍ୟରେ ତ୍ରିମୁଖି ଲଢ଼େଇ ହୋଇଥିଲା। ୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ପାର୍ଲାମେଣ୍ଟରେ ରାନିଲ ବିକ୍ରମସିଂଘେଙ୍କୁ ୧୩୪ଟି ଭୋଟ୍ ମିଳିଥିଲା। ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ପରୋକ୍ଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ରାନିଲ୍‌ ବିକ୍ରମାସିଂଘେଙ୍କୁ ୧୩୪ଟି ଭୋଟ ମିଳିଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଦୁଲାସ ଆଲାପେରୁମ୍ମା ପାଇଛନ୍ତି ୮୨ଟି ଭୋଟ । ପାର୍ଲାମେଣ୍ଟର ମୋଟ ୨୨୫ ସାଂସଦଙ୍କ ମଧ୍ୟରୁ ୨୨୩ ଜଣ ଭୋଟ ଦେଇଛନ୍ତି । ଗୋଟାବାୟାଙ୍କ ବାକି କାର୍ୟ୍ୟକାଳ ସରିବା ଯାଏଁ ରାନିଲ ରାଷ୍ଟ୍ରପତି ରହିବେ । ଅର୍ଥାତ ନଭେମ୍ବର ୨୦୨୪ ଯାଏ ଏହି ପଦରେ ରହିବେ ରାନିଲ । ସେ ଆଗରୁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ତେଣୁ ଦେଶ ଚଳାଇବାର ଅଭିଜ୍ଞତା ତାଙ୍କର ଅଛି । ନୂଆ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେଙ୍କ ପ୍ରଥମ ଚ୍ୟାଲେଞ୍ଜ ହେବ, ଦେଶରେ ରାଜନୈତିକ ସ୍ଥିରତା ଫେରାଇ ଆଣିବା । ତା ସହିତ ଦେଶରେ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି ସହିତ ଆର୍ଥିକ ସଂକଟର ମୁକାବିଲା କରିବା । ଶ୍ରୀଲଙ୍କାରେ ଆର୍ଥିକ ସଂକଟ, ତା ପରେ ପରେ ବିକ୍ଷୋଭ, ରାଜନୈତିକ ଅସ୍ଥିରତା ପରେ ଗୋଟାବାୟା ଦେଶ ଛାଡ଼ି ପଳାଇଥିଲେ ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର