ଜାନୁଆରୀ ୨୨ରେ ରାମ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

The Sakala Picture
Published On

ଲକ୍ଷ୍ନୌ: ଅଯୋଧ୍ୟାରେ ନିର୍ମାଣାଧୀନ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାର ତାରିଖ ଓ ସମୟ ଘୋଷଣା କରାଯାଇଛି । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ନବ ନିର୍ମିତ ରାମ ମନ୍ଦିରର ଗର୍ଭଗୃହରେ ରାମଲାଲା ବିରାଜମାନ କରିବେ । ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଦିନ ୧୨.୩୦ରେ ଶୁଭାରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ । ସେ ବୁଧବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି […]

ଲକ୍ଷ୍ନୌ: ଅଯୋଧ୍ୟାରେ ନିର୍ମାଣାଧୀନ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାର ତାରିଖ ଓ ସମୟ ଘୋଷଣା କରାଯାଇଛି । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ନବ ନିର୍ମିତ ରାମ ମନ୍ଦିରର ଗର୍ଭଗୃହରେ ରାମଲାଲା ବିରାଜମାନ କରିବେ । ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଦିନ ୧୨.୩୦ରେ ଶୁଭାରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ । ସେ ବୁଧବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ସମାରୋହରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମତି ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ରାମ ଜନ୍ମଭୂମି ନିର୍ମାଣ କମିଟିର ସଦସ୍ୟ ମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ପବିତ୍ର ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ କମିଟିର ସଦସ୍ୟମାନଙ୍କର ଅନୁରୋଧ ସ୍ବିକାର କରିଛନ୍ତି । ତେବେ ଚମ୍ପତ ରାୟ, ନୃପେନ୍ଦ୍ର ମିଶ୍ର, ଗୋବିଦ ଗିରିଙ୍କ ସମେତ ଟ୍ରଷ୍ଟର ଅଉ ଚାରି ଜଣ ସଦସ୍ୟ ଏଥିରେ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ମୋତିହାରୀରେ ହାଇ ଭୋଲଟେଜ୍ ଡ୍ରାମା: ଦେଢଶୁରଙ୍କୁ ଜେଲରୁ ବଞ୍ଚାଇବା ପାଇଁ ଟାୱାର ଉପରେ ଚଢ଼ିଗଲେ ମହିଳା, ଦେଲେ ଆତ୍ମହତ୍ୟା ଧମକ

ନିମନ୍ତ୍ରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ (ପୂର୍ବ ଟ୍ବିଟର)ରେ ମୋଦୀ ଲେଖିଛନ୍ତି ଯେ, ମୋର ସୌଭାଗ୍ୟ ଯେ, ମୁଁ ଏଭଳି ଏୈତିହାସିକ ସମାରୋହରେ ସାମିଲ ହେବି । ଏଥିପାଇଁ ମୁଁ ନିଜକୁ ଧନ୍ୟ ମନେକରୁଥିବା ଲେଖିଛନ୍ତି ମୋଦୀ । ଏହାସହ ସେ କମିଟିର ସଦସ୍ୟମାନଙ୍କ ସହ ଉଠାଇଥିବା ଫଟୋକୁ ମଧ୍ୟ ଅପଲୋଡ କରିଛନ୍ତି ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ଶ୍ରୀରାମ ଜନ୍ମଭୂମୀ କମିଟିର ସଦସ୍ୟ କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ଶ୍ରୀ ବିଗ୍ରହର ପ୍ରାଣ ପ୍ରତିଷ୍ଠା ୨୨ ଜାନୁଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ । ଏହା ପୂର୍ବରୁ ୫ ଅଗଷ୍ଟ ୨୦୨୦ରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ରାମ ମନ୍ଦିରର ଆଧାରଶୀଳା ରଖିଥିଲେ । ତେବେ ରାମଲାଲାଙ୍କୁ ମନ୍ଦିରର ଗର୍ଭଗୃହରେ ସ୍ଥାପନା ସମାରୋହରେ ମନ୍ଦିର ପରିସରରେ ପ୍ରବେଶ ପାଇଁ ପ୍ରାୟ ୧୦ ହଜାର ଲୋକଙ୍କୁ ଅନୁମତି ଦିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

25 Oct 2023 By The Sakala

ଜାନୁଆରୀ ୨୨ରେ ରାମ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଲକ୍ଷ୍ନୌ: ଅଯୋଧ୍ୟାରେ ନିର୍ମାଣାଧୀନ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାର ତାରିଖ ଓ ସମୟ ଘୋଷଣା କରାଯାଇଛି । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ନବ ନିର୍ମିତ ରାମ ମନ୍ଦିରର ଗର୍ଭଗୃହରେ ରାମଲାଲା ବିରାଜମାନ କରିବେ । ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଦିନ ୧୨.୩୦ରେ ଶୁଭାରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ । ସେ ବୁଧବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ସମାରୋହରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମତି ପ୍ରକାଶ କରିଛନ୍ତି ।

ରାମ ଜନ୍ମଭୂମି ନିର୍ମାଣ କମିଟିର ସଦସ୍ୟ ମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ପବିତ୍ର ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ କମିଟିର ସଦସ୍ୟମାନଙ୍କର ଅନୁରୋଧ ସ୍ବିକାର କରିଛନ୍ତି । ତେବେ ଚମ୍ପତ ରାୟ, ନୃପେନ୍ଦ୍ର ମିଶ୍ର, ଗୋବିଦ ଗିରିଙ୍କ ସମେତ ଟ୍ରଷ୍ଟର ଅଉ ଚାରି ଜଣ ସଦସ୍ୟ ଏଥିରେ ସାମିଲ ହୋଇଥିଲେ।

ନିମନ୍ତ୍ରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ (ପୂର୍ବ ଟ୍ବିଟର)ରେ ମୋଦୀ ଲେଖିଛନ୍ତି ଯେ, ମୋର ସୌଭାଗ୍ୟ ଯେ, ମୁଁ ଏଭଳି ଏୈତିହାସିକ ସମାରୋହରେ ସାମିଲ ହେବି । ଏଥିପାଇଁ ମୁଁ ନିଜକୁ ଧନ୍ୟ ମନେକରୁଥିବା ଲେଖିଛନ୍ତି ମୋଦୀ । ଏହାସହ ସେ କମିଟିର ସଦସ୍ୟମାନଙ୍କ ସହ ଉଠାଇଥିବା ଫଟୋକୁ ମଧ୍ୟ ଅପଲୋଡ କରିଛନ୍ତି ।

ଶ୍ରୀରାମ ଜନ୍ମଭୂମୀ କମିଟିର ସଦସ୍ୟ କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ଶ୍ରୀ ବିଗ୍ରହର ପ୍ରାଣ ପ୍ରତିଷ୍ଠା ୨୨ ଜାନୁଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ । ଏହା ପୂର୍ବରୁ ୫ ଅଗଷ୍ଟ ୨୦୨୦ରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ରାମ ମନ୍ଦିରର ଆଧାରଶୀଳା ରଖିଥିଲେ । ତେବେ ରାମଲାଲାଙ୍କୁ ମନ୍ଦିରର ଗର୍ଭଗୃହରେ ସ୍ଥାପନା ସମାରୋହରେ ମନ୍ଦିର ପରିସରରେ ପ୍ରବେଶ ପାଇଁ ପ୍ରାୟ ୧୦ ହଜାର ଲୋକଙ୍କୁ ଅନୁମତି ଦିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର