କୃଷି ଆଇନକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କୁ ଏପରି ଗୁହାରି କଲେ ରାକେଶ ଟିକାୟତ

The Sakala Picture
Published On

ନୂଆଦିଲ୍ଲୀ :  ଦିର୍ଘ ୧୧ ମାସ ହେଲା କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ନୂଆ କୃଷି ଆଇନ ବିରୋଧ କରି ହଜାର ହଜାର ଚାଷୀ ଦିଲ୍ଲୀ  ଏବଂ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କର ଦାବି ହେଉଛି କେନ୍ଦ୍ର ସରକାର ନୂଆ କୃଷି ଆଇନରେ ତିନୋଟି ନିୟମ ପ୍ରତ୍ୟାହାର କରନ୍ତି। ସରକାର ନୂଆ କୃଷି ଆଇନରେ ୩ଟି କଳା ନିୟମ ପ୍ରତ୍ୟାହାର କଲେ ସେମାନ ଆନ୍ଦୋଳନ ବନ୍ଦ କରିବେ। କିନ୍ତୁ ଏବେ ଯାଏ ଏହାର […]

ନୂଆଦିଲ୍ଲୀ :  ଦିର୍ଘ ୧୧ ମାସ ହେଲା କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ନୂଆ କୃଷି ଆଇନ ବିରୋଧ କରି ହଜାର ହଜାର ଚାଷୀ ଦିଲ୍ଲୀ  ଏବଂ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କର ଦାବି ହେଉଛି କେନ୍ଦ୍ର ସରକାର ନୂଆ କୃଷି ଆଇନରେ ତିନୋଟି ନିୟମ ପ୍ରତ୍ୟାହାର କରନ୍ତି। ସରକାର ନୂଆ କୃଷି ଆଇନରେ ୩ଟି କଳା ନିୟମ ପ୍ରତ୍ୟାହାର କଲେ ସେମାନ ଆନ୍ଦୋଳନ ବନ୍ଦ କରିବେ। କିନ୍ତୁ ଏବେ ଯାଏ ଏହାର କୌଣସି ସମାଧାନ ହୋଇପାରି ନାହିଁ । ଏହାରି ମଧ୍ୟରେ ଚାଷୀ ନେତା ରାକେଶ ଟିକାୟତ କୃଷି ଆଇନକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କରିଥିବା ଗୁହାରି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ଆହୁରି ପଢ଼ନ୍ତୁ: ପିସିଆର କର୍ମଚାରୀଙ୍କ ପାଇଁ ନିୟମ କଡ଼ାକଡ଼ି: ଖିଲାପ କଲେ ସସପେଣ୍ଡ ଓ ଡିସଚାର୍ଜ ସହ ଜେଲ୍


ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ରହିଛନ୍ତି। ଗତକାଲିଠୁ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ଅର୍ଥାତ ୨୫ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ ।ଦୁଇ ନେତାଙ୍କ ମଧ୍ୟରେ ଆସନ୍ତାକାଲି ବୈଠକ ହେବାର ରହିଛି। ଏହି ବୈଠକ ପୂର୍ବରୁ ଚାଷୀ ନେତା ରାକେଶ ଟିକାୟତ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଟ୍ବିଟ୍‌ ମାଧ୍ୟରେ କୃଷି ଆଇନକୁ ନେଇ ଗୁହାରି ଜଣାଇଛନ୍ତି। ଭାରତ କିସାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାଇଟ ବାଇଡେନଙ୍କୁ ଟ୍ବିଟ୍‌ କରି ଲେଖିଛନ୍ତି ଯେ ‘ଆମେ ଭାରତୀୟ କୃଷକ ସରକାରଙ୍କ ୩ କୃଷି ଆଇନ୍‌ ବିରୋଧରେ ପ୍ରଦର୍ଶନ କରୁଛୁ। ୧୧ ମାସରେ ୭୦୦ କୃଷକ ଜୀବନ ହରାଇଛନ୍ତି। ଆମକୁ ବଞ୍ଚାଇବା ପାଇଁ ଏହି କଳା ଆଇନ୍‌ ରଦ୍ଦ ହେବା ଦରକାର। ଦୟକରି ମୋଦୀଙ୍କ ସହ ସାକ୍ଷାତ ବେଳେ ଏହି ପ୍ରସଙ୍ଗରେ ଆଲୋଚନା କରିବେ।’

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp