ରାଜସ୍ଥାନ ରାଜନୀତିରେ କମ୍ପନ : ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ବିରୋଧ କରି ଗେହଲଟ କ୍ୟାମ୍ପର ୯୨ ବିଧାୟକଙ୍କ ଇସ୍ତଫା

The Sakala Picture
Published On

ଜୟପୁର : ରାଜସ୍ଥାନରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଂଗ୍ରେସରେ ଏକ ବଡ଼ ବିଭାଜନ ଦେଖିବାକୁ ମିଳୁଛି। କଂଗ୍ରେସ ହାଇକମାଣ୍ଡ ଉପରେ ଚାପ ପକାଇବା ପାଇଁ ଗେହଲଟ ସମର୍ଥକ ବିଧାୟକ ମାନେ ଇସ୍ତଫା ଘୋଷଣା କରିଛନ୍ତି। ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଥିବା କଂଗ୍ରେସ ବିଧାୟକ ଦଳର ବୈଠକ ସମ୍ପର୍କରେ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ। ଏହାପୂର୍ବରୁ ଏହି ବୈଠକ ୭ଟା ସମୟରେ ଅନୁଷ୍ଠିତ ହେବାର ଥିଲା, ତା’ପରେ ଏହାର ସମୟ ୭.୩୦କୁ […]

ଜୟପୁର : ରାଜସ୍ଥାନରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଂଗ୍ରେସରେ ଏକ ବଡ଼ ବିଭାଜନ ଦେଖିବାକୁ ମିଳୁଛି। କଂଗ୍ରେସ ହାଇକମାଣ୍ଡ ଉପରେ ଚାପ ପକାଇବା ପାଇଁ ଗେହଲଟ ସମର୍ଥକ ବିଧାୟକ ମାନେ ଇସ୍ତଫା ଘୋଷଣା କରିଛନ୍ତି। ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଥିବା କଂଗ୍ରେସ ବିଧାୟକ ଦଳର ବୈଠକ ସମ୍ପର୍କରେ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ। ଏହାପୂର୍ବରୁ ଏହି ବୈଠକ ୭ଟା ସମୟରେ ଅନୁଷ୍ଠିତ ହେବାର ଥିଲା, ତା’ପରେ ଏହାର ସମୟ ୭.୩୦କୁ ବୃଦ୍ଧି କରାଯାଇଥିଲା। ଏହି ବୈଠକରେ ଦଳର ଜାତୀୟ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦିତା କରିବାକୁ ଗେହଲଟ ଘୋଷଣା ହେବା ପରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଆଲୋଚନା ହେବାର ଥିଲା। କିନ୍ତୁ ବୈଠକ ପୂର୍ବରୁ ଅନେକ ବିଧାୟକ ଗେହଲଟଙ୍କ ଖାସ ମନ୍ତ୍ରୀ ଶାନ୍ତି ଧରିୱାଲଙ୍କ ବାସଭବନରେ ପହଞ୍ଚି ସଚିନ ପାଇଲଟଙ୍କ ବିରୋଧରେ ହରତାଳ ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଗେହଲଟଙ୍କ ପରେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ସମ୍ଭାବିତ ନିଷ୍ପତ୍ତି ପରେ ବଡ଼ ବିରୋଧ ଆରମ୍ଭ ହୋଇଛି। ସଚିନ୍ ପାଇଲଟଙ୍କୁ ପରବର୍ତି ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବକୁ ବିରୋଧ କରି ୯୨ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ବିଧାୟକମାନେ ଦଳର ନିଷ୍ପତିକୁ ବିରୋଧ କରି ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତି ସିପି ଜୋଶୀଙ୍କୁ ଦେଇଥିବା ସୂଚନା ଦେଇଛନ୍ତି ବିଧାୟକ ପ୍ରତାପ ସିଂ । ଦଳ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ବେଳେ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନଥିବା ଓ ସେମାନଙ୍କ ସହ ଆଲୋଚନା କରିନଥିବା ଅଭିଯୋଗ ଆଣି ପଦରୁ ଇସ୍ତଫା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଇସ୍ତଫା ଦେଇଥିବା ବିଧାୟକମାନେ କହିଛନ୍ତି ଯେ ଅଶୋକ ଗେହଲଟ ଏକାସାଂଗରେ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ ସମ୍ଭାଳି ପାରିବେ । ଅଶୋକ ଗେହଲଟ ରାଜସ୍ଥାନରେ ବହୁ ଜନମଂଗଳକାରୀ ଯୋଜନା ପ୍ରଣୟଣ କରିଛନ୍ତି ।ଆଉ ଏହା ହେଲେ, ଦଳ ପୁଣି ଥରେ ରାଜସ୍ଥାନରେ କ୍ଷମତାକୁ ଫେରିବ । ଏଥିସହ ଆଜି ସନ୍ଧ୍ୟାରେ ବସିଥିବା ବିଧାୟକ ଦଳ ବୈଠକକୁ ରଦ୍ଧ କରି ଦିଆଯାଇଛି । ବୈଠକରେ ଯୋଗ ଦେବା ପାଇଁ ଯାଇଥିବା କେନ୍ଦ୍ରିୟ ପର୍ଯ୍ୟବେକ୍ଷକ ଅଜୟ ମାକନ ଓ ମଲିକାର୍ଜୁନ ଖଡଗେଙ୍କ ସମ୍ମୁଖରେ କଂଗ୍ରେସ ବିଧାୟକମାନେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସୋନିଆଙ୍କ ଫୋନରେ ହାତ ଟେକିଦେଲେ ଅଶୋକ ଗେହଲଟ

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଅଶୋକ ଗେହଲଟ ପ୍ରାର୍ଥୀ ହେବା ଚର୍ଚ୍ଚା ପରେ ଆରମ୍ଭ ହୋଇଥିବା ରାଜନୈତିକ ସଂକଟ ଏବେ ବଡ଼ ରୂପ ନେଇଛି। ବିବାଦ ବଢ଼ୁଥିବାବେଳେ ଅଶୋକ ଗେହଲଟଙ୍କ ଆଭିମୁଖ୍ୟରେ ଦଳର ଶୀର୍ଷ ନେତୃତ୍ୱ ବୁଦ୍ଧିଶୂନ୍ୟ କରିଦେଇଛି। ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ କେସି ବେଣୁଗୋପାଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଫୋନ କରି ଜୟପୁରରେ କଣ ଚାଲିଛି ବୋଲି ପ୍ରଶ୍ନ କରିଥିଲେ। କୁହାଯାଇଛି ଏହାର ଜବାବରେ ମୁଖ୍ୟମନ୍ତ୍ରୀ ହାତ ଟେକି ଦେଇଥିଲେ ଏବଂ ତାଙ୍କ ନିୟନ୍ତ୍ରଣରେ କିଛି ନଥିବା କହିଥିଲେ । ସେ କହିଛନ୍ତି, ଏହା ବିଧାୟକଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ଏଥିରେ କାହାରି ହାତ ନାହିଁ।

ସୂଚନାଯୋଗ୍ୟ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେହଲଟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ନିଷ୍ପତି ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଆଉ ତାଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ପରବର୍ତି ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ହାଇକମାଣ୍ଡ ନିଷ୍ପତି ନେଇଥିଲେ । ହେଲେ, ୧୦୭ ଦଳୀୟ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଗେହଲଟଙ୍କ ସପକ୍ଷରେ ୯୨ ବିଧାୟକ ରିହଥିବାବେଳେ ସଚିନଙ୍କ ସପକ୍ଷରେ ମାତ୍ର ୧୫ ବିଧାୟକ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର