୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୨୦୦ ଫୁଟ୍ ବୋରୱେଲ ଭିତରେ ଫସିଥିବା ନାବାଳକ ସୁରକ୍ଷିତଭାବେ ଉଦ୍ଧାର

The Sakala Picture
Published On

ଜୟପୁର: ୨୦୦ ଫୁଟ୍ ବୋରୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ନାବାଳକ । ଉଦ୍ଧାରକାରୀ ଦଳର ପ୍ରାୟ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ହୋଇଛି ଉଦ୍ଧାର । ଏନଡିଆରଏଫ ଓ ଏସଡିଆରଏଫ ବାହିନୀର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ତାକୁ କରାଯାଇଛି ଉଦ୍ଧାର । ଉଦ୍ଧାରକାରୀ ଦଳ ଏକ ଲୁହା ଜାଲ ସହାୟତାରେ ପିଲାଟିକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ରାଜସ୍ଥାନ ଜୟପୁର ଅନ୍ତର୍ଗତ ଭୋଜପୁରାରେ ଶନିବାର ସକାଳ ୭ଟା ବେଳେ ଜଣେ ୯ବର୍ଷର ବାଳକ […]

ଜୟପୁର: ୨୦୦ ଫୁଟ୍ ବୋରୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ନାବାଳକ । ଉଦ୍ଧାରକାରୀ ଦଳର ପ୍ରାୟ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ହୋଇଛି ଉଦ୍ଧାର । ଏନଡିଆରଏଫ ଓ ଏସଡିଆରଏଫ ବାହିନୀର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ତାକୁ କରାଯାଇଛି ଉଦ୍ଧାର । ଉଦ୍ଧାରକାରୀ ଦଳ ଏକ ଲୁହା ଜାଲ ସହାୟତାରେ ପିଲାଟିକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ରାଜସ୍ଥାନ ଜୟପୁର ଅନ୍ତର୍ଗତ ଭୋଜପୁରାରେ ଶନିବାର ସକାଳ ୭ଟା ବେଳେ ଜଣେ ୯ବର୍ଷର ବାଳକ ୨୦୦ ଫୁଟ୍ ଗଭୀର ଏକ ବରୋୱେଲର ଗାତ ଭିତରକୁ ଗଳିପଡିଥିଲେ । ହେଲେ ୭୦ ଫୁଟ ତଳେ ପିଲାଟି ଲାଖି ଯାଇଥିଲା ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଖେଳୁଥିବାବେଳେ ଆଜି ସକାଳ ୭ଟାରେ ଅସାବଧାନତା ଅବସ୍ଥାରେ ସେ ଖୋଲା ନଳକୂପରେ ଖସିପଡିଥିଲା । ବାଳକକୁ ଉଦ୍ଧାର କରିବା ଲାଗି ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ମୁତୟନ କରାଯାଇଥିଲା । ଲକି ଚତୁର୍ଥ ଶ୍ରେଣୀରେ ପଢୁଥିବା ସୂଚନା ମିଳିଛି । ମାମୁ ଘରକୁ ବୁଲି ଆସିଥିବାବେଳେ ଲକି ବୋରଓ୍ବେଲରେ ଖସିପଡିଥିଲା । ପ୍ରାୟ ୭୦ ଫୁଟ ଗଭୀରରେ ନାବାଳକଟି ଲାଖିଯାଇଥିଲା । ସୂଚନା ପାଇବା ପରେ ସକାଳ ୮ଟାରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ସିସିଟିଭି ମାଧ୍ୟମରେ ଲକିକୁ ଦେଖିଥିଲେ । ଏହାପରେ ସିବିଲ ଡିଫେନ୍ସ ଓ ଏନଡିଆରଏଫ ଟିମ୍ ମିଳିତ ଭାବେ ଅପରେଶନ ଆରମ୍ଭ କରି ଦୀର୍ଘ ୭ଘଣ୍ଟା ପରେ ଲକିକୁ ଉଦ୍ଧାର କରିଛନ୍ତି ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର