ନାବାଳିକାକୁ ନିଶା ଦ୍ରବ୍ଯ ପିଆଇ ଗଣବଳତ୍କାର, ୪ ଗିରଫ

The Sakala Picture
Published On

ନୂଆଦିଲ୍ଲୀ: ରାଜସ୍ଥାନର ଝାଲାୱାଡରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝାଲାୱାଡରେ ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ୯ ଜଣ ଦୁର୍ବୃତ୍ତ ନିଶା ଦ୍ରବ୍ୟ ପିଆଇ ୮ ଦିନ ଯାଏଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ଏପର୍ଯ୍ଯନ୍ତ ମୋଟ ଦୁଇ ଜଣ ନାବାଳକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଡିଏସପି ମଞ୍ଜିତ ସିଂ କହିଛନ୍ତି ଯେ, ପୀଡିତାଙ୍କ ଅଭିଯୋଗ ପରେ ଚାରିଜଣ ଅଭିଯୁକ୍ତଙ୍କୁ […]

ନୂଆଦିଲ୍ଲୀ: ରାଜସ୍ଥାନର ଝାଲାୱାଡରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝାଲାୱାଡରେ ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ୯ ଜଣ ଦୁର୍ବୃତ୍ତ ନିଶା ଦ୍ରବ୍ୟ ପିଆଇ ୮ ଦିନ ଯାଏଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ଏପର୍ଯ୍ଯନ୍ତ ମୋଟ ଦୁଇ ଜଣ ନାବାଳକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଡିଏସପି ମଞ୍ଜିତ ସିଂ କହିଛନ୍ତି ଯେ, ପୀଡିତାଙ୍କ ଅଭିଯୋଗ ପରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଯେଉଁଥିରୁ ଦୁଇଜଣ ଅଭିଯୁକ୍ତ ନାବାଳକ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ପୁଲିସ ସୂଚନା ଅନୁଯାୟୀ, ଝାଲାୱାଡରେ ଫେବୃଆରୀ ୨୫ରେ ୯ ଜଣ ଲୋକ ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ନିଶାଦ୍ରବ୍ୟ ଦେଇ ୮ ଦିନ ଯାଏଁ  ଦୁଷ୍କର୍ମ କରିଥିଲେ। ତେବେ ପୀଡିତା କୌଣସି ମତେ ଶୁକ୍ରବାର ସେମାନଙ୍କ କବଳରୁ ଖସି ଆସି ନିଜ ଘରକୁ ପଳାଇ ଆସିଥିଲେ ଓ ଘରେ ସବୁ କହିଥିଲେ। ଏହାପରେ ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଫେବୃଆରୀ ୨୫ରେ ନାବାଳିକା ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହ ସ୍କୁଲ ବ୍ୟାଗ ଓ ଅନ୍ୟ ସାମଗ୍ରୀ କିଣିବା ପାଇଁ ଝାଲାୱାଡ ବଜାରକୁ ଯାଇଥିଲେ। ଏହି ସମୟରେ ସେହି ଦୁଇ ବନ୍ଧୁ ରାସ୍ତାରେ ଥିବା ଏକ ପାର୍କରେ ଅଟକିଥିଲେ ଓ ଅନ୍ୟ ବନ୍ଧୁ ଆସିବେ ବୋଲି କହିଥିଲେ। ଏହାପରେ ପାର୍କକୁ ଅନ୍ୟ ୩ ଜଣ ଲୋକ ଆସିଥିଲେ ଓ ତାଙ୍କୁ ଜବରଦସ୍ତ ନିଶାଦ୍ରବ୍ୟ ଦେଇ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ସେଠାରୁ ନେଇ ୮ ଦିନ ଯାଏଁ ଭ ଦୁଷ୍କର୍ମ କରିଥିଲେ। ତେବେ କୌଣସି ମତେ ନାବାଳିକା ଜଣଙ୍କ ସେମାନଙ୍କ କବଳରୁ ଖସିଆସି ଘରେ ପହଞ୍ଚିଥିଲେ ଓ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ ୨ ଜଣ ନାବାଳକଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର