ତିନି ଦିନରେ ରାହୁଲଙ୍କୁ ୩୦ ଘଣ୍ଟା ଜେରା

The Sakala Picture
Published On

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଜେରା କରିଛି। ଗତ ତିନିଦିନ ମଧ୍ୟରେ ତାଙ୍କୁ ୩୦ ଘଣ୍ଟା ଜେରା କରାଯାଇ ସାରିଥିଲା ବେଳେ ଚତୁର୍ଥ ପର୍ଯ୍ୟାୟ ଜେରା ପାଇଁ ଶୁକ୍ରବାର ରାହୁଲଙ୍କୁ ପୁଣି ହାଜର ହେବା ପାଇଁ କୁହାଯାଇଛି। କିନ୍ତୁ ରାହୁଲଙ୍କୁ ଇଡିର କ୍ରମାଗତ ଜେରାକୁ ନେଇ ଦିଲ୍ଲୀ ରାଜରାସ୍ତାରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ଜାରି ରହିଛି। ବୁଧବାର ଶହ ଶହ ସଂଖ୍ୟାରେ […]

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଜେରା କରିଛି। ଗତ ତିନିଦିନ ମଧ୍ୟରେ ତାଙ୍କୁ ୩୦ ଘଣ୍ଟା ଜେରା କରାଯାଇ ସାରିଥିଲା ବେଳେ ଚତୁର୍ଥ ପର୍ଯ୍ୟାୟ ଜେରା ପାଇଁ ଶୁକ୍ରବାର ରାହୁଲଙ୍କୁ ପୁଣି ହାଜର ହେବା ପାଇଁ କୁହାଯାଇଛି। କିନ୍ତୁ ରାହୁଲଙ୍କୁ ଇଡିର କ୍ରମାଗତ ଜେରାକୁ ନେଇ ଦିଲ୍ଲୀ ରାଜରାସ୍ତାରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ଜାରି ରହିଛି। ବୁଧବାର ଶହ ଶହ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତା କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରି ବିକ୍ଷୋଭ କରିଛନ୍ତି। ଇଡି କାର୍ଯ୍ୟାଳୟ ନିକଟରେ ୧୪୪ ଧାରା ଜାରି କରାଯାଇଥିଲେ ହେଁ କଂଗ୍ରେସ କର୍ମୀମାନେ ନିୟମ ଉଲ୍ଲଘଂନ କରିବାରୁ ପୁଲିସ ଶହ ଶହ କର୍ମୀଙ୍କୁ ଅଟକ ରଖିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଗତ ତିନି ଦିନ ମଧ୍ୟରେ ପ୍ରାୟ ୮୦୦ ରୁ ଅଧିକ କର୍ମୀଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବୁଧବାର ପୁଲିସ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପଶିବା ଘଟଣାକୁ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହିତ ଆସନ୍ତାକାଲି ଏହା ବିରୋଧରେ ସମସ୍ତ ରାଜଭବନ ଘେରାଓ କରାଯିବ କଂଗ୍ରେସ ନେତା ରଣଦୀପ ସୁର୍ଯେୱାଲା କହିଛନ୍ତି। ପୁଲିସ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରି ଦଳୀୟ କର୍ମୀମାନଙ୍କୁ ଯେଭଳି ପିଟିଲେ ତାହା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ। ବିଜେପିର ଗୁଣ୍ଡା ସାଜି ଦିଲ୍ଲୀ ପୁଲିସ ଏଭଳି କାର୍ଯ୍ୟ କରିଛି ବୋଲି ସେ କହିଛନ୍ତି। ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ ଏବଂ ଏହାର ଜବାବ ଦିଆଯିବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର