ଦରଦାମ ବୃଦ୍ଧି ପ୍ରତିବାଦରେ ସାରା ଦେଶରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

The Sakala Picture
Published On

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି ଦରଦାମ । ଏହି ଦରଦାମ ବୃଦ୍ଧିକୁ ନେଇ  ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଏକାଧିକ ନେତାଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ । କଂଗ୍ରେସର ଅନେକ ସାଂସଦ କଳା ପୋଷାକ ପିନ୍ଧି ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାହୁଲ ଗାନ୍ଧୀ ସାଂସଦଙ୍କ ସହ ସଂସଦ ଭବନଠାରୁ ରାଷ୍ଟ୍ରପତି ଭବନଯାଏଁ ଏକ ମାର୍ଚ୍ଚରେ ଯାଉଥିଲେ […]

ନୂଆଦିଲ୍ଲୀ: ହୁ ହୁ ହୋଇ ବଢୁଛି ଦରଦାମ । ଏହି ଦରଦାମ ବୃଦ୍ଧିକୁ ନେଇ  ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଏକାଧିକ ନେତାଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ । କଂଗ୍ରେସର ଅନେକ ସାଂସଦ କଳା ପୋଷାକ ପିନ୍ଧି ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାହୁଲ ଗାନ୍ଧୀ ସାଂସଦଙ୍କ ସହ ସଂସଦ ଭବନଠାରୁ ରାଷ୍ଟ୍ରପତି ଭବନଯାଏଁ ଏକ ମାର୍ଚ୍ଚରେ ଯାଉଥିଲେ । କିନ୍ତୁ ପୂର୍ବରୁ ପୁଲିସ ଏହି ଇଲାକାରେ ନିସିଦ୍ଧ କରିବା ସହ ୧୪୪ ଧାରା ଲାଗୁ କରିଥିଲା । ତେଣୁ ମାର୍ଚ୍ଚରେ ଯାଉଥିବାରୁ ରାହୁଲ ଗାନ୍ଧୀଙ୍କୁ ହେପାଜତରେ ନେଇଛି ଦିଲ୍ଲୀ ପୋଲିସ ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ କହିଛନ୍ତି ଯେ, ଦେଶର ମହଙ୍ଗା ମାଡ ସହ ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସ ଏହି ବିରୋଧ ପ୍ରଦର୍ଶନ କରୁଛି । ରାଜନୈତିକ ଦଳ ହିସାବରେ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ହେଉଛି ଲୋକଙ୍କ ପକ୍ଷରୁ ସରକାରଙ୍କ ବିରୋଧରେ ସ୍ୱର ଉଠାଇବା । ହେଲେ ସରକାର ସତ୍ୟର ସ୍ୱରକୁ ଦମନ କରୁଛନ୍ତି ବୋଲି ଚିଦାମ୍ବରମ୍ କହିଛନ୍ତି ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଦେଶରେ ଏକଛତ୍ରବାଦୀ ଶାସନ ଚାଲିଥିବା ବେଳେ ଲୋକତନ୍ତ୍ରର ହତ୍ୟା କରାଯାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ପେଟ୍ରୋଲ, ଡିଜେଲ, ଗ୍ୟାସ ଦାମ୍ ଲଗାତାର ବଢ଼ୁଥିବା ବେଳେ ଭାରତରେ ବେରୋଜଗାରୀ ଭୟଙ୍କର ହୋଇଛି ବୋଲି ରାହୁଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର