ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲା କଂଗ୍ରେସ: ବିଜେପିକୁ ହିନ୍ଦୁ ଓ ହିନ୍ଦୁତ୍ୱବାଦୀର ପାଠ ପଢାଇଲେ ରାହୁଲଗାନ୍ଧୀ

The Sakala Picture
Published On

ଜୟପୁର: ରବିବାର କଂଗ୍ରେସ ଜୟପୁରରେ ଦରଦାମ ହ୍ରାସ ଦାବିରେ ଏକ ରାଲି କରିଛି । ଏହି ରାଲିରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସାମିଲ ହୋଇଥିଲେ । ଏହି ରାଲିରେ ରାହୁଲ ଗାନ୍ଧୀ କହିଥିଲେ କି ଦେଶରେ ବର୍ତ୍ତମାନ ଦୁଇଟି ଶବ୍ଦକୁ ନେଇ ରାଜନୀତି କରାଯାଉଛି । ସେଥିମଧ୍ୟରୁ ଗୋଟିଏ ଶବ୍ଦ ହେଉଛି ହିନ୍ଦୁ ଓ ଅନ୍ୟଟି ହେଉଛି ହିନ୍ଦୁତ୍ୱବାଦୀ । ମୁଁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହେଁ […]

ଜୟପୁର: ରବିବାର କଂଗ୍ରେସ ଜୟପୁରରେ ଦରଦାମ ହ୍ରାସ ଦାବିରେ ଏକ ରାଲି କରିଛି । ଏହି ରାଲିରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସାମିଲ ହୋଇଥିଲେ । ଏହି ରାଲିରେ ରାହୁଲ ଗାନ୍ଧୀ କହିଥିଲେ କି ଦେଶରେ ବର୍ତ୍ତମାନ ଦୁଇଟି ଶବ୍ଦକୁ ନେଇ ରାଜନୀତି କରାଯାଉଛି । ସେଥିମଧ୍ୟରୁ ଗୋଟିଏ ଶବ୍ଦ ହେଉଛି ହିନ୍ଦୁ ଓ ଅନ୍ୟଟି ହେଉଛି ହିନ୍ଦୁତ୍ୱବାଦୀ । ମୁଁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହେଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ମହାତ୍ମା ଗାନ୍ଧୀ ଥିଲେ ହିନ୍ଦୁ ଓ ଗଡସେ ଥିଲେ ହିନ୍ଦୁତ୍ୱବାଦୀ ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଏହି ରାଲିରେ ଉଦବୋଧନ ଦେବା ସମୟରେ ରାହୁଲ ଗାନ୍ଧୀ କହିଥିଲେ କି ଦୁଇଟି ଜୀବ ମଧ୍ୟରେ ଗୋଟିଏ ଆତ୍ମା ରହି ପାରିବନି । ସେହିପରି ଭାବରେ ଦୁଇଟି ଶବ୍ଦର ଗୋଟିଏ ଅର୍ଥ ହୋଇ ପାରିବ ନାହିଁ । ପ୍ରତିଟି ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ଥାଏ । ବର୍ତ୍ତମାନ ଦେଶରେ ଦୁଇଟି ଶବ୍ଦକୁ ନେଇ ରାଜନୀତି ହେଉଛି । ସେଥିମଧ୍ୟରୁ ଗୋଟିଏ ଶବ୍ଦ ହେଉଛି ହିନ୍ଦୁ ଏବଂ ଦ୍ୱିତୀୟ ଶବ୍ଦ ହେଉଛି ହିନ୍ଦୁତ୍ୱବାଦୀ । ଏହି ଦୁଇଟି ଶବ୍ଦର ଅର୍ଥ ଭିନ୍ନ ଅଟେ ।

ଆହୁରି ପଢ଼ନ୍ତୁ: ପତ୍ନୀଙ୍କୁ ମାରିବାକୁ ସ୍ୱାମୀର ଭୟଙ୍କର ଷଡ଼ଯନ୍ତ୍ର: ୩ ଥର ବିଷ ଦେଇ ବିଫଳ ହେବା ପରେ ୧ ଲକ୍ଷର ସୁପାରି ଦେଇ ହତ୍ୟା

ରାହୁଲ ଆହୁରି କହିଛନ୍ତି କି ମୁଁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହେଁ । ଏମାନେ ସବୁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହଁନ୍ତି । ଆଜି ମୁଁ ଆପଣଙ୍କୁ ହିନ୍ଦୁ ଓ ହିନ୍ଦୁତ୍ୱବାଦୀ ମଧ୍ୟରେ କ’ଣ ଭିନ୍ନ ରହିଛି ତାହା କହିବାକୁ ଚାହୁଁଛି ବୋଲି କହିଥିଲେ ରାହୁଲ ଗାନ୍ଧୀ। ମହାତ୍ମା ଗାନ୍ଧୀ ହିନ୍ଦୁ ଓ ନାଥୁରାମ୍ ଗଡସେ ହିନ୍ଦୁତ୍ୱବାଦୀ ଥିଲେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ହିନ୍ଦୁର ରାସ୍ତା ସତ୍ୟାଗ୍ରହ ଅଟେ । ସେ ଯାହା ବି ହେଉ ନା କାହିଁକି ହିନ୍ଦୁ ସବୁ ସମୟରେ ସତ୍ୟକୁ ସନ୍ଧାନ କରିଥାଏ । ମହାତ୍ମା ଗାନ୍ଧୀ ତାଙ୍କ ଜୀବନୀରେ ଲେଖିଥିଲେ କି ସେ ପୂରା ଜୀବନ ସତ୍ୟକୁ ବୁଝିବା ପାଇଁ ଅତିବାହିତ କରିଥିଲେ । କିନ୍ତୁ ଶେଷରେ ତାଙ୍କୁ ଜଣେ ହିନ୍ଦୁତ୍ୱବାଦୀ ଗୁଳି କରି ହତ୍ୟା କଲେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ସେ ଆହୁରି କହିଛନ୍ତି କି ହିନ୍ଦୁତ୍ୱବାଦୀ କ୍ଷମତା ପାଇବା ପାଇଁ ପୂରା ଜୀବନ ବିତାଇ ଦିଅନ୍ତି । ସେମାନଙ୍କର ସତ୍ୟ ସନ୍ଧାନରେ କିଛି ସମ୍ପର୍କ ନାହିଁ । ସେମାନଙ୍କୁ କେବଳ କ୍ଷମତା ଦରକାର ଓ କ୍ଷମତା ପାଇଁ ସେମାନେ କିଛି ବି କରିପାରନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ହିନ୍ଦୁ ସାମ୍ନାରେ ଛିଡା ହୋଇ ଭୟର ସାମ୍ନା କରିଥାଏ ଏବଂ ଗୋଟିଏ ବି ଇଞ୍ଚ ପଛକୁ ଫେରିନଥାଏ । କିନ୍ତୁ ହିନ୍ଦୁତ୍ୱବାଦୀ ଭୟରେ ନତମସ୍ତକ କରିଥାଏ । ଏହା ହେଉଛି ହିନ୍ଦୁ ଓ ହିନ୍ଦୁତ୍ୱବାଦୀ ମଧ୍ୟରେ ଫରକ ।

ରାହୁଲ ଏହି ରାଲିକୁ ସମ୍ବୋଧିତ କରିବା ସମୟରେ କହିଥିଲେ କି ମୁଁ କାହିଁକି ଆପଣଙ୍କୁ ଏହି ଭାଷଣ ଦେଉଛି? କାରଣ ଆପଣମାନେ ସବୁ ହେଉଛନ୍ତି ହିନ୍ଦୁ, ହିନ୍ଦୁତ୍ୱବାଦୀ ନୁହଁନ୍ତି । ଏ ଦେଶ ହିନ୍ଦୁଙ୍କର ହିନ୍ଦୁତ୍ୱବାଦୀଙ୍କର ନୁହେଁ । ଆଜି ଯଦି ଏହି ଦେଶରେ ଦରଦାମ ବୃଦ୍ଧି ହୋଇଛି ତାହାଲେ ଏଥି ପାଇଁ ଦାୟୀ ହେଉଛନ୍ତି ହିନ୍ଦୁତ୍ୱବାଦୀ । ହିନ୍ଦୁତ୍ୱବାଦୀଙ୍କୁ କେବଳ କ୍ଷମତା ଦରକାର ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

12 Dec 2021 By The Sakala

ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲା କଂଗ୍ରେସ: ବିଜେପିକୁ ହିନ୍ଦୁ ଓ ହିନ୍ଦୁତ୍ୱବାଦୀର ପାଠ ପଢାଇଲେ ରାହୁଲଗାନ୍ଧୀ

ଜୟପୁର: ରବିବାର କଂଗ୍ରେସ ଜୟପୁରରେ ଦରଦାମ ହ୍ରାସ ଦାବିରେ ଏକ ରାଲି କରିଛି । ଏହି ରାଲିରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସାମିଲ ହୋଇଥିଲେ । ଏହି ରାଲିରେ ରାହୁଲ ଗାନ୍ଧୀ କହିଥିଲେ କି ଦେଶରେ ବର୍ତ୍ତମାନ ଦୁଇଟି ଶବ୍ଦକୁ ନେଇ ରାଜନୀତି କରାଯାଉଛି । ସେଥିମଧ୍ୟରୁ ଗୋଟିଏ ଶବ୍ଦ ହେଉଛି ହିନ୍ଦୁ ଓ ଅନ୍ୟଟି ହେଉଛି ହିନ୍ଦୁତ୍ୱବାଦୀ । ମୁଁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହେଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ମହାତ୍ମା ଗାନ୍ଧୀ ଥିଲେ ହିନ୍ଦୁ ଓ ଗଡସେ ଥିଲେ ହିନ୍ଦୁତ୍ୱବାଦୀ ।

ଏହି ରାଲିରେ ଉଦବୋଧନ ଦେବା ସମୟରେ ରାହୁଲ ଗାନ୍ଧୀ କହିଥିଲେ କି ଦୁଇଟି ଜୀବ ମଧ୍ୟରେ ଗୋଟିଏ ଆତ୍ମା ରହି ପାରିବନି । ସେହିପରି ଭାବରେ ଦୁଇଟି ଶବ୍ଦର ଗୋଟିଏ ଅର୍ଥ ହୋଇ ପାରିବ ନାହିଁ । ପ୍ରତିଟି ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ଥାଏ । ବର୍ତ୍ତମାନ ଦେଶରେ ଦୁଇଟି ଶବ୍ଦକୁ ନେଇ ରାଜନୀତି ହେଉଛି । ସେଥିମଧ୍ୟରୁ ଗୋଟିଏ ଶବ୍ଦ ହେଉଛି ହିନ୍ଦୁ ଏବଂ ଦ୍ୱିତୀୟ ଶବ୍ଦ ହେଉଛି ହିନ୍ଦୁତ୍ୱବାଦୀ । ଏହି ଦୁଇଟି ଶବ୍ଦର ଅର୍ଥ ଭିନ୍ନ ଅଟେ ।

ରାହୁଲ ଆହୁରି କହିଛନ୍ତି କି ମୁଁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହେଁ । ଏମାନେ ସବୁ ହିନ୍ଦୁ କିନ୍ତୁ ହିନ୍ଦୁତ୍ୱବାଦୀ ନୁହଁନ୍ତି । ଆଜି ମୁଁ ଆପଣଙ୍କୁ ହିନ୍ଦୁ ଓ ହିନ୍ଦୁତ୍ୱବାଦୀ ମଧ୍ୟରେ କ’ଣ ଭିନ୍ନ ରହିଛି ତାହା କହିବାକୁ ଚାହୁଁଛି ବୋଲି କହିଥିଲେ ରାହୁଲ ଗାନ୍ଧୀ। ମହାତ୍ମା ଗାନ୍ଧୀ ହିନ୍ଦୁ ଓ ନାଥୁରାମ୍ ଗଡସେ ହିନ୍ଦୁତ୍ୱବାଦୀ ଥିଲେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ହିନ୍ଦୁର ରାସ୍ତା ସତ୍ୟାଗ୍ରହ ଅଟେ । ସେ ଯାହା ବି ହେଉ ନା କାହିଁକି ହିନ୍ଦୁ ସବୁ ସମୟରେ ସତ୍ୟକୁ ସନ୍ଧାନ କରିଥାଏ । ମହାତ୍ମା ଗାନ୍ଧୀ ତାଙ୍କ ଜୀବନୀରେ ଲେଖିଥିଲେ କି ସେ ପୂରା ଜୀବନ ସତ୍ୟକୁ ବୁଝିବା ପାଇଁ ଅତିବାହିତ କରିଥିଲେ । କିନ୍ତୁ ଶେଷରେ ତାଙ୍କୁ ଜଣେ ହିନ୍ଦୁତ୍ୱବାଦୀ ଗୁଳି କରି ହତ୍ୟା କଲେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ସେ ଆହୁରି କହିଛନ୍ତି କି ହିନ୍ଦୁତ୍ୱବାଦୀ କ୍ଷମତା ପାଇବା ପାଇଁ ପୂରା ଜୀବନ ବିତାଇ ଦିଅନ୍ତି । ସେମାନଙ୍କର ସତ୍ୟ ସନ୍ଧାନରେ କିଛି ସମ୍ପର୍କ ନାହିଁ । ସେମାନଙ୍କୁ କେବଳ କ୍ଷମତା ଦରକାର ଓ କ୍ଷମତା ପାଇଁ ସେମାନେ କିଛି ବି କରିପାରନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ହିନ୍ଦୁ ସାମ୍ନାରେ ଛିଡା ହୋଇ ଭୟର ସାମ୍ନା କରିଥାଏ ଏବଂ ଗୋଟିଏ ବି ଇଞ୍ଚ ପଛକୁ ଫେରିନଥାଏ । କିନ୍ତୁ ହିନ୍ଦୁତ୍ୱବାଦୀ ଭୟରେ ନତମସ୍ତକ କରିଥାଏ । ଏହା ହେଉଛି ହିନ୍ଦୁ ଓ ହିନ୍ଦୁତ୍ୱବାଦୀ ମଧ୍ୟରେ ଫରକ ।

ରାହୁଲ ଏହି ରାଲିକୁ ସମ୍ବୋଧିତ କରିବା ସମୟରେ କହିଥିଲେ କି ମୁଁ କାହିଁକି ଆପଣଙ୍କୁ ଏହି ଭାଷଣ ଦେଉଛି? କାରଣ ଆପଣମାନେ ସବୁ ହେଉଛନ୍ତି ହିନ୍ଦୁ, ହିନ୍ଦୁତ୍ୱବାଦୀ ନୁହଁନ୍ତି । ଏ ଦେଶ ହିନ୍ଦୁଙ୍କର ହିନ୍ଦୁତ୍ୱବାଦୀଙ୍କର ନୁହେଁ । ଆଜି ଯଦି ଏହି ଦେଶରେ ଦରଦାମ ବୃଦ୍ଧି ହୋଇଛି ତାହାଲେ ଏଥି ପାଇଁ ଦାୟୀ ହେଉଛନ୍ତି ହିନ୍ଦୁତ୍ୱବାଦୀ । ହିନ୍ଦୁତ୍ୱବାଦୀଙ୍କୁ କେବଳ କ୍ଷମତା ଦରକାର ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

https://www.thesakala.in/national-international/rahul-gandhis-hindutvavadi-attack-on-bjp/article-7546
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର