‘ଭାରତ ଯୋଡ଼’ ଯାତ୍ରାରେ ରାହୁଲଙ୍କ ସହ ସାମିଲ ହେଲେ ମା’ ସୋନିଆ; ରାସ୍ତା ମଝିରେ ମା’ଙ୍କ ଜୋତାର ଫିତା ବାନ୍ଧିଦେଲେ ରାହୁଲ

The Sakala Picture
Published On

କର୍ଣ୍ଣାଟକ: ୨୦୨୪ ଇଲେକ୍ସନ ବାଜି ଜିତିବା ପାଇଁ ଜୋରଦାର ଆକ୍ସନ ମୋଡରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବାବେଳେ ଆଜି ସୋନିଆ ପୁଅ ରାହୁଲଙ୍କ ସହ ରାଲିରେ ଯୋଗଦେଇଛନ୍ତି । ଭାରତ ଯୋଡୋ଼ ଯାତ୍ରାରେ ସୋନିଆ ଗାନ୍ଧୀ ସାମିଲ ହୋଇଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ରାହୁଲ ଗାନ୍ଧୀ ମଝି ରାସ୍ତାରେ ତାଙ୍କ ମା’ ସୋନିଆ […]

କର୍ଣ୍ଣାଟକ: ୨୦୨୪ ଇଲେକ୍ସନ ବାଜି ଜିତିବା ପାଇଁ ଜୋରଦାର ଆକ୍ସନ ମୋଡରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଭାରତ ଯୋଡ଼ୋ ଯାତ୍ରା ଚାଲିଥିବାବେଳେ ଆଜି ସୋନିଆ ପୁଅ ରାହୁଲଙ୍କ ସହ ରାଲିରେ ଯୋଗଦେଇଛନ୍ତି । ଭାରତ ଯୋଡୋ଼ ଯାତ୍ରାରେ ସୋନିଆ ଗାନ୍ଧୀ ସାମିଲ ହୋଇଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ରାହୁଲ ଗାନ୍ଧୀ ମଝି ରାସ୍ତାରେ ତାଙ୍କ ମା’ ସୋନିଆ ଗାନ୍ଧିଙ୍କ ଜୋତାର ଫିତା ବାନ୍ଧୁଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ କଂଗ୍ରେସ ତା’ର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଅପଲୋଡ଼ କରିଛି। ଏହି ଫଟୋ ଅପଲୋଡ ହେବା ପରଠାରୁ ତାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର, ଏହି ଭାବବିହ୍ବଳ କଲା ଭଳି ଫଟୋଟିକୁ ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ଦିନ ପରେ ପଦଯାତ୍ରାରେ ସୋନିଆ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । କାରଣ ସ୍ୱାସ୍ଥ୍ୟଗତ କାରଣରୁ ଦୀର୍ଘଦିନ ହେବ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ ସୋନିଆ ଗାନ୍ଧୀ । ତେବେ ବିଦେଶରୁ ଚିକିତ୍ସିତ ହୋଇ ଫେରିବା ପରେ ପ୍ରଥମ ଥର ପାଇଁ ପଦଯାତ୍ରାରେ ସାମିଲ ହୋଇଛନ୍ତି ସୋନିଆ ଗାନ୍ଧୀ ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର