ଯେଉଁ ଭଲପାଇବା ମା’ଙ୍କ ଠାରୁ ମିଳିଛି, ତାହାକୁ ପୂରା ଦେଶ ସହ ବାଣ୍ଟୁଛି: ମା’ ସୋନିଆଙ୍କ ସହ ଫଟୋ ପୋଷ୍ଟ କରି ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବେଶ କରିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା । ରାହୁଲ ଗାନ୍ଧୀ ଦିଲ୍ଲୀରେ ପହଞ୍ଚିବା ପରେ ନିଜ ମା’ ସୋନିଆ ଗାନ୍ଧୀଙ୍କ ସହ ଫଟୋ ଟ୍ଵିଟ୍‌ କରି ଇମୋସନାଲ ପୋଷ୍ଟ ଲେଖିଛନ୍ତି। ରାହୁଲଙ୍କ ନେତୃତ୍ୱରେ ତାମିଲନାଡ଼ୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଶନିବାର ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିଛି। ପୁଅ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ଆଗକୁ ବଢିଥିଲେ ମା’ ସୋନିଆ । […]

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବେଶ କରିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା । ରାହୁଲ ଗାନ୍ଧୀ ଦିଲ୍ଲୀରେ ପହଞ୍ଚିବା ପରେ ନିଜ ମା’ ସୋନିଆ ଗାନ୍ଧୀଙ୍କ ସହ ଫଟୋ ଟ୍ଵିଟ୍‌ କରି ଇମୋସନାଲ ପୋଷ୍ଟ ଲେଖିଛନ୍ତି। ରାହୁଲଙ୍କ ନେତୃତ୍ୱରେ ତାମିଲନାଡ଼ୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଶନିବାର ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ପୁଅ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ଆଗକୁ ବଢିଥିଲେ ମା’ ସୋନିଆ । କେବଳ ମା’ ସୋନିଆ ନୁହଁନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦିଲ୍ଲୀରେ କଂଗ୍ରେସର ଏହି ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି । ଆଉ ଏହି ଯାତ୍ରାରେ ସାମିଲ ହେବା ପରେ ରାହୁଲ ଗାନ୍ଧୀ ମା’ ସୋନିଆ ଗାନ୍ଧୀଙ୍କ ସହ ଏକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଯେଉଁ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଫଟୋ ପୋଷ୍ଟ କରିବା ସହ ରାହୁଲ ଗାନ୍ଧୀ ଏକ ଭାବପ୍ରବଣ କଲା ଭଳି କ୍ୟାପସନ ମଧ୍ୟ ଲେଖିଛନ୍ତି । ରାହୁଲ କ୍ୟାପସନରେ ଲେଖିଛନ୍ତି, ଯେଉଁ ଭଲପାଇବା ମୋ ମା’ଙ୍କ ଠାରୁ ମିଳିଛି, ସେହି ଭଲପାଇବା ମୁଁ ପୂରା ଦେଶକୁ ବାଣ୍ଟୁଛି ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ରାହୁଲଙ୍କର ଆଉ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସୋନିଆ ଗାନ୍ଧୀଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି। କେରଳର ଭାୟନାଡରୁ ସାଂସଦ ଥିବା ରାହୁଲ ଗାନ୍ଧୀ ମା’ଙ୍କ ସହ ଆହୁରି ବି ଅନେକ ଫଟୋ ସେୟାର କରିଛନ୍ତି। କିଛି ଫଟୋରେ ମା’ ଓ ପୁଅ କୌଣସି ଚର୍ଚ୍ଚା କରୁଥିବାର ନଜର ଆସୁଛନ୍ତି। ସୋନିଆ ଗାନ୍ଧୀ, ରାହୁଲଙ୍କ ସହ ଦିଲ୍ଲୀ ରାସ୍ତାରେ କିଛି ଦୂର ପର୍ଯ୍ୟନ୍ତ ଚାଲିଥିଲେ। ସୋନିଆ ଗାନ୍ଧୀ ପହଞ୍ଚିବା ପରେ କଂଗ୍ରେସ କର୍ମକର୍ତ୍ତାମାନେ ଉତ୍ସାହିତ ହୋଇ ନାରା ଲଗାଇଥିଲେ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା ଶନିବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି। ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଭାରତ ଯୋଡ ଯାତ୍ରା ଦିଲ୍ଲୀ ପହଁଞ୍ଚିବା ମାତ୍ରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ରବର୍ଟ ଭ୍ରଦା ମଧ୍ୟ ଏହି ଯାତ୍ରାରେ ସାମିଲ ହେବାକୁ ପହଞ୍ଚିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର