ଶିଖ୍‌ କିମ୍ବା ମୁସଲମାନ୍‌ଙ୍କୁ ହତ୍ୟା କରିବା ହିନ୍ଦୁ ଧର୍ମ ନୁହେଁ କିନ୍ତୁ ଏହା ହିନ୍ଦୁତ୍ବର କାମ : ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦଳର ଡିଜିଟାଲ ‘ଜନ ଜାଗରଣ ଅଭିଯାନ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ରାହୁଲ ଇସାରା-ଇସାରାରେ କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌ଙ୍କ ପୁସ୍ତକକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ନିଜର ମତ ରଖିଥିଲେ। ରାହୁଲ କହିଛନ୍ତି ଯେ ‘ହିନ୍ଦୁ ଧର୍ମ ଏବଂ ହିନ୍ଦୁତ୍ବ ମଧ୍ୟରେ କଣ ରହିଛି ପାର୍ଥକ୍ୟ। କଣ ଏହି ଦୁଇଟି ସମାନ, ଯଦି ସମାନ ତେବେ କଣ ପାଇଁ ଦୁଇଟି ନାମ ବ୍ୟବହାର କରାଯାଉଛି। ଆମେ […]

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦଳର ଡିଜିଟାଲ ‘ଜନ ଜାଗରଣ ଅଭିଯାନ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ରାହୁଲ ଇସାରା-ଇସାରାରେ କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌ଙ୍କ ପୁସ୍ତକକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ନିଜର ମତ ରଖିଥିଲେ। ରାହୁଲ କହିଛନ୍ତି ଯେ ‘ହିନ୍ଦୁ ଧର୍ମ ଏବଂ ହିନ୍ଦୁତ୍ବ ମଧ୍ୟରେ କଣ ରହିଛି ପାର୍ଥକ୍ୟ। କଣ ଏହି ଦୁଇଟି ସମାନ, ଯଦି ସମାନ ତେବେ କଣ ପାଇଁ ଦୁଇଟି ନାମ ବ୍ୟବହାର କରାଯାଉଛି। ଆମେ କଣ ପାଇଁ ଗୋଟିଏ ନାମରେ ଏହି ଦୁଇଟିକୁ ଜାଣୁନାହୁଁ। ବାସ୍ତବରେ ହିନ୍ଦୁ ଧର୍ମ ଏବଂ ହିନ୍ଦୁତ୍ବ ଦୁଇଟି ଅଲଗା ଅଲଗା। ଶିଖ୍‌ କିମ୍ବା ମୁସଲମାନ୍‌ଙ୍କୁ ହତ୍ୟା କରିବା ହିନ୍ଦୁ ଧର୍ମ ନୁହେଁ କିନ୍ତୁ ଏହା ହିନ୍ଦୁତ୍ବର କାମ’ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଟିସିଏସ୍ ନାସିକ୍ ମାମଲା: ନିଦା ଖାନ୍ ଏଚଆର ମୁଖ୍ୟ ନା ବିପିଓ ଟେଲିକଲର? ସାମ୍ନାକୁ ଆସିଲା ବଡ଼ ସତ

ଏହା ସହ ରାହୁଲ ଗାନ୍ଧୀ ବିଜେପି-ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)କୁ ଟର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ଆଜି କାଲି ଲୋକ ହିନ୍ଦୁ ଧର୍ମ ଏବଂ ହିନ୍ଦୁତ୍ବକୁ ଗୋଟିଏ ବୋଲି ଭାବିବା ଆରମ୍ଭ କରିଛନ୍ତି। କିନ୍ତୁ ବାସ୍ତବରେ ଏହି ଦୁଇଟି ଭିନ୍ନ। ଆମକୁ ଏହା ପସନ୍ଦ ହେଉ ବା ନହେଉ କିନ୍ତୁ ବିଜେପି -ଆରଏସଏସର ଘୃଣା ଭାବନା କଂଗ୍ରେସର ପ୍ରେମ ଏବଂ ଜାତୀୟତାଠାରୁ ଅଧିକ।ଆମକୁ ଏହାକୁ ଗ୍ରହଣ କରିବାକୁ ପଡିବ।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସର ଆଦର୍ଶ ବିଚାରଧାରା ଏବେ ମଧ୍ୟ ଜୀବନ୍ତ ରହିଛି କିନ୍ତୁ ଏହାର ପ୍ରଭାବ କିଛି ମାତ୍ରାରେ ହ୍ରାସ ପାଇଛି। ଦଳର ଆଦର୍ଶକୁ ଆଗକୁ ନେବାକୁ ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ କଂଗ୍ରେସର ଆଦର୍ଶ ବିଚାରଧାରା କମିବାର କାରଣ ହେଉଛି ମେ ଏହାକୁ ନିଜ ଲୋକଙ୍କ ମଧ୍ୟରେ ସଠିକ୍ ଭାବରେ ବିସ୍ତାର କରିବାରେ ସକ୍ଷମ ହୋଇ ନାହୁଁ। ରାହୁଲ ତାଙ୍କ ଯୋଜନା ବିଷୟରେ ଆହୁରି କହିଛନ୍ତି, “ଆମ କଂଗ୍ରେସର ଯେକୌସି ବ୍ୟକ୍ତିଙ୍କ ପାଇଁ ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ୍ଣ, ସେ କେତେ ସିନିୟର କିମ୍ବା ଯେତେ ଜୁନିଅର ହେଉନା କାହିଁକି। ବ୍ୟବସ୍ଥିତ ତାଲିମ ଗୁରୁତ୍ୱପୂର୍ଣ୍ଣ ଏବଂ ଆମକୁ ଏହା ସାରା ଦେଶରେ କରିବାକୁ ପଡିବ। ଯଦି ଆମେ ଆମର ଆଦର୍ଶକୁ ଅନୁସରଣ କରୁ। ଆମର ସଂଗଠନ, ଆମେ ଆଗକୁ ବଢିପାରିବ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ସୂଚନାଯୋଗ୍ୟ କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌ଙ୍କ ଦ୍ବାରା ରଚିତ ଇଂରାଜୀ ପୁସ୍ତକ ’ସନ୍‌ରାଇଜ୍‌ ଓଭର ଅଯୋଧ୍ୟା: ନାସନହୁଡ୍‌ ଇନ୍‌ ଆୱାର ଟାଇମ୍ସ’କୁ ନେଇ ଏବେ ବିବାଦ ତିବ୍ରହେବାରେ ଲାଗିଛି। ସଲମାନ ଏହି ପୁସ୍ତକରେ ହିନ୍ଦୁତ୍ବକୁ ଇସଲାମିକ୍‌ ଆତଙ୍କୀ ସଙ୍ଗଠନ ଆଇଏସଆଇଏସ୍‌ ଏବଂ ବୋକୋ ହାରାମ ସହ ତୁଳନା କରିଛନ୍ତି। ଯାହାକୁ ବିଜେପି ସମେତ ବିଭିନ୍ନ ମହଲରୁ ବିରୋଧ କରାଯାଉଛି।

12 Nov 2021 By The Sakala

ଶିଖ୍‌ କିମ୍ବା ମୁସଲମାନ୍‌ଙ୍କୁ ହତ୍ୟା କରିବା ହିନ୍ଦୁ ଧର୍ମ ନୁହେଁ କିନ୍ତୁ ଏହା ହିନ୍ଦୁତ୍ବର କାମ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦଳର ଡିଜିଟାଲ ‘ଜନ ଜାଗରଣ ଅଭିଯାନ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ରାହୁଲ ଇସାରା-ଇସାରାରେ କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌ଙ୍କ ପୁସ୍ତକକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ନିଜର ମତ ରଖିଥିଲେ। ରାହୁଲ କହିଛନ୍ତି ଯେ ‘ହିନ୍ଦୁ ଧର୍ମ ଏବଂ ହିନ୍ଦୁତ୍ବ ମଧ୍ୟରେ କଣ ରହିଛି ପାର୍ଥକ୍ୟ। କଣ ଏହି ଦୁଇଟି ସମାନ, ଯଦି ସମାନ ତେବେ କଣ ପାଇଁ ଦୁଇଟି ନାମ ବ୍ୟବହାର କରାଯାଉଛି। ଆମେ କଣ ପାଇଁ ଗୋଟିଏ ନାମରେ ଏହି ଦୁଇଟିକୁ ଜାଣୁନାହୁଁ। ବାସ୍ତବରେ ହିନ୍ଦୁ ଧର୍ମ ଏବଂ ହିନ୍ଦୁତ୍ବ ଦୁଇଟି ଅଲଗା ଅଲଗା। ଶିଖ୍‌ କିମ୍ବା ମୁସଲମାନ୍‌ଙ୍କୁ ହତ୍ୟା କରିବା ହିନ୍ଦୁ ଧର୍ମ ନୁହେଁ କିନ୍ତୁ ଏହା ହିନ୍ଦୁତ୍ବର କାମ’ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ଏହା ସହ ରାହୁଲ ଗାନ୍ଧୀ ବିଜେପି-ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)କୁ ଟର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ଆଜି କାଲି ଲୋକ ହିନ୍ଦୁ ଧର୍ମ ଏବଂ ହିନ୍ଦୁତ୍ବକୁ ଗୋଟିଏ ବୋଲି ଭାବିବା ଆରମ୍ଭ କରିଛନ୍ତି। କିନ୍ତୁ ବାସ୍ତବରେ ଏହି ଦୁଇଟି ଭିନ୍ନ। ଆମକୁ ଏହା ପସନ୍ଦ ହେଉ ବା ନହେଉ କିନ୍ତୁ ବିଜେପି -ଆରଏସଏସର ଘୃଣା ଭାବନା କଂଗ୍ରେସର ପ୍ରେମ ଏବଂ ଜାତୀୟତାଠାରୁ ଅଧିକ।ଆମକୁ ଏହାକୁ ଗ୍ରହଣ କରିବାକୁ ପଡିବ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସର ଆଦର୍ଶ ବିଚାରଧାରା ଏବେ ମଧ୍ୟ ଜୀବନ୍ତ ରହିଛି କିନ୍ତୁ ଏହାର ପ୍ରଭାବ କିଛି ମାତ୍ରାରେ ହ୍ରାସ ପାଇଛି। ଦଳର ଆଦର୍ଶକୁ ଆଗକୁ ନେବାକୁ ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ କଂଗ୍ରେସର ଆଦର୍ଶ ବିଚାରଧାରା କମିବାର କାରଣ ହେଉଛି ମେ ଏହାକୁ ନିଜ ଲୋକଙ୍କ ମଧ୍ୟରେ ସଠିକ୍ ଭାବରେ ବିସ୍ତାର କରିବାରେ ସକ୍ଷମ ହୋଇ ନାହୁଁ। ରାହୁଲ ତାଙ୍କ ଯୋଜନା ବିଷୟରେ ଆହୁରି କହିଛନ୍ତି, “ଆମ କଂଗ୍ରେସର ଯେକୌସି ବ୍ୟକ୍ତିଙ୍କ ପାଇଁ ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ୍ଣ, ସେ କେତେ ସିନିୟର କିମ୍ବା ଯେତେ ଜୁନିଅର ହେଉନା କାହିଁକି। ବ୍ୟବସ୍ଥିତ ତାଲିମ ଗୁରୁତ୍ୱପୂର୍ଣ୍ଣ ଏବଂ ଆମକୁ ଏହା ସାରା ଦେଶରେ କରିବାକୁ ପଡିବ। ଯଦି ଆମେ ଆମର ଆଦର୍ଶକୁ ଅନୁସରଣ କରୁ। ଆମର ସଂଗଠନ, ଆମେ ଆଗକୁ ବଢିପାରିବ।

ସୂଚନାଯୋଗ୍ୟ କଂଗ୍ରେସ ନେତା ସଲମାନ୍‌ ଖୁର୍ସିଦ୍‌ଙ୍କ ଦ୍ବାରା ରଚିତ ଇଂରାଜୀ ପୁସ୍ତକ ’ସନ୍‌ରାଇଜ୍‌ ଓଭର ଅଯୋଧ୍ୟା: ନାସନହୁଡ୍‌ ଇନ୍‌ ଆୱାର ଟାଇମ୍ସ’କୁ ନେଇ ଏବେ ବିବାଦ ତିବ୍ରହେବାରେ ଲାଗିଛି। ସଲମାନ ଏହି ପୁସ୍ତକରେ ହିନ୍ଦୁତ୍ବକୁ ଇସଲାମିକ୍‌ ଆତଙ୍କୀ ସଙ୍ଗଠନ ଆଇଏସଆଇଏସ୍‌ ଏବଂ ବୋକୋ ହାରାମ ସହ ତୁଳନା କରିଛନ୍ତି। ଯାହାକୁ ବିଜେପି ସମେତ ବିଭିନ୍ନ ମହଲରୁ ବିରୋଧ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର