ରାହୁଲ ଗାନ୍ଧୀ ଓ ଆଦିତ୍ୟ ଠାକରେ ଦେଶର ନେତୃତ୍ୱ ନେବାରେ ସକ୍ଷମ ଅଟନ୍ତି: ସଞ୍ଜୟ ରାଉତ

The Sakala Picture
Published On

ମୁମ୍ବାଇ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡା ଯାତ୍ରା ବର୍ତ୍ତମାନ ମହାରାଷ୍ଟ୍ରର ନନ୍ଦେଡରେ ଜାରି ରହିଛି । ଏହି ସମୟରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ଆଦିତ୍ୟ ଠାକରେ ମଧ୍ୟ ଶୁକ୍ରବାର ଭାଗ ନେଇଥିଲେ । ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କ ସହ କିଛି ରାସ୍ତା ଯାତ୍ରା କରିଥିଲେ । ଏହା ପରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ସାଂସଦ ସଞ୍ଜୟ […]

ମୁମ୍ବାଇ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡା ଯାତ୍ରା ବର୍ତ୍ତମାନ ମହାରାଷ୍ଟ୍ରର ନନ୍ଦେଡରେ ଜାରି ରହିଛି । ଏହି ସମୟରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ଆଦିତ୍ୟ ଠାକରେ ମଧ୍ୟ ଶୁକ୍ରବାର ଭାଗ ନେଇଥିଲେ । ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କ ସହ କିଛି ରାସ୍ତା ଯାତ୍ରା କରିଥିଲେ ।

ଆହୁରି ପଢ଼ନ୍ତୁ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ: ଭାରତୀୟ ରପ୍ତାନି ଉପରେ ରହିବନି ଶୁଳ୍କ

ଏହା ପରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କ ଏହି ପଦଯାତ୍ରାରେ ଆଦିତ୍ୟ ଠାକରେ ଯୋଗଦେବା ନେଇ ବିବୃତ୍ତି ଆସିଛି । ସେ କହିଛନ୍ତି ଯେ ଉଭୟ ଯୁବ ନେତା ରାହୁଲ ଗାନ୍ଧୀ ଏବଂ ଆଦିତ୍ୟ ଠାକରେ ଦେଶର ନେତୃତ୍ୱ ନେବାରେ ସକ୍ଷମ ଅଟନ୍ତି ।

ଆହୁରି ପଢ଼ନ୍ତୁ: ମାସୁଦ ଆଝାରର ଅବସ୍ଥା ସଙ୍କଟାପନ୍ନ: ମର୍କଜରୁ ବାହାର କରାଯାଇ ସାମରିକ ବଙ୍କରକୁ ସ୍ଥାନାନ୍ତର

ଭାରତ ଯୋଡ଼ାରେ ଯୋଗ ଦେବା ପରେ ଆଦିତ୍ୟ ଠାକରେ ମଧ୍ୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଦର୍ଶଗତ ପାର୍ଥକ୍ୟ ସତ୍ତ୍ୱେ ସେ ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଛନ୍ତି । କାରଣ ଏହି ସମୟରେ ଗଣତନ୍ତ୍ର ଏବଂ ସମ୍ବିଧାନ ବିପଦରେ ରହିଛି । ସେ କହିଛନ୍ତି ଯେ, କଂଗ୍ରେସ-ଶିବସେନା ସଂପର୍କରେ ଅନେକ ଉତ୍ଥାନ ଓ ପତନ ଘଟିଛି । ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ମହା ବିକାଶ ଅଘାଡ଼ି ମିଳିତ ମଞ୍ଚ ସମୟରେ ଏହା ଅଧିକ ଦେଖିବାକୁ ମିଳିଥିଲା । ତେବେ ପରେ ମଧ୍ୟ ସେଠାରେ ଉଦ୍ଧବଙ୍କ ନେତୃତ୍ୱରେ ଏକ ସରକାର ଗଠନ କରାଯାଇଥିଲା, କିନ୍ତୁ ଚଳିତ ବର୍ଷ ଜୁନ୍ ମାସରେ ସରକାର ଭାଙ୍ଗି ଯାଇଥିଲା ।

ଆହୁରି ପଢ଼ନ୍ତୁ: UIDAI ର ବଡ଼ ସ୍ପଷ୍ଟୀକରଣ: ଆଧାର କାର୍ଡକୁ ଜନ୍ମ ତାରିଖର ପ୍ରମାଣ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ

ଏହି ଗସ୍ତ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଆଦିତ୍ୟ ଠାକରେ କହିଛନ୍ତି ଯେ, ବାଲାସାହେବ ଠାକରେଙ୍କ ସହ ଇନ୍ଦିରା ଗାନ୍ଧୀଙ୍କ ଭଲ ସମ୍ପର୍କ ରହିଥିଲା । କଂଗ୍ରେସ ଏବଂ ଶିବସେନା ନେତାମାନେ ବନ୍ଧୁ ରହି ଆସିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ବାଲାସାହେବ ଠାକରେ ପ୍ରତିଭା ପାଟିଲ ଏବଂ ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିଲେ । ଏଭଳି ପରିସ୍ଥିତିରେ ଆମେ ବର୍ତ୍ତମାନ ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଏକାଠି ହୋଇଛୁ ।

କଂଗ୍ରେସ ଉଦ୍ଧବ ଠାକରେଙ୍କୁ ଏହି ଯାତ୍ରା ପାଇଁ ନିମନ୍ତ୍ରଣ କରିଥିଲା । ଏହା ପରେ ଦଳ ତାଙ୍କୁ ଆଶ୍ୱାସନା ଦେଇଥିଲା ଯେ ଉଦ୍ଧବ କିମ୍ବା ଆଦିତ୍ୟ ଠାକରେ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡା ଯାତ୍ରାରେ ଯୋଗଦେବେ । କଂଗ୍ରେସ ପକ୍ଷରୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଏହି ଯାତ୍ରାରେ ଯୋଗ ଦେଇପାରିନଥିଲେ । ତେବେ ତାଙ୍କ ଝିଅ ଏବଂ ଲୋକସଭା ସାଂସଦ ସୁପ୍ରିୟା ସୁଲେ ଗୁରୁବାର ଏହି ଯାତ୍ରାରେ ଯୋଗ ଦେଇଥିଲେ ।

12 Nov 2022 By The Sakala

ରାହୁଲ ଗାନ୍ଧୀ ଓ ଆଦିତ୍ୟ ଠାକରେ ଦେଶର ନେତୃତ୍ୱ ନେବାରେ ସକ୍ଷମ ଅଟନ୍ତି: ସଞ୍ଜୟ ରାଉତ

ମୁମ୍ବାଇ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡା ଯାତ୍ରା ବର୍ତ୍ତମାନ ମହାରାଷ୍ଟ୍ରର ନନ୍ଦେଡରେ ଜାରି ରହିଛି । ଏହି ସମୟରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ଆଦିତ୍ୟ ଠାକରେ ମଧ୍ୟ ଶୁକ୍ରବାର ଭାଗ ନେଇଥିଲେ । ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କ ସହ କିଛି ରାସ୍ତା ଯାତ୍ରା କରିଥିଲେ ।

ଏହା ପରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ସାଂସଦ ସଞ୍ଜୟ ରାଉତଙ୍କ ଏହି ପଦଯାତ୍ରାରେ ଆଦିତ୍ୟ ଠାକରେ ଯୋଗଦେବା ନେଇ ବିବୃତ୍ତି ଆସିଛି । ସେ କହିଛନ୍ତି ଯେ ଉଭୟ ଯୁବ ନେତା ରାହୁଲ ଗାନ୍ଧୀ ଏବଂ ଆଦିତ୍ୟ ଠାକରେ ଦେଶର ନେତୃତ୍ୱ ନେବାରେ ସକ୍ଷମ ଅଟନ୍ତି ।

ଭାରତ ଯୋଡ଼ାରେ ଯୋଗ ଦେବା ପରେ ଆଦିତ୍ୟ ଠାକରେ ମଧ୍ୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଦର୍ଶଗତ ପାର୍ଥକ୍ୟ ସତ୍ତ୍ୱେ ସେ ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଛନ୍ତି । କାରଣ ଏହି ସମୟରେ ଗଣତନ୍ତ୍ର ଏବଂ ସମ୍ବିଧାନ ବିପଦରେ ରହିଛି । ସେ କହିଛନ୍ତି ଯେ, କଂଗ୍ରେସ-ଶିବସେନା ସଂପର୍କରେ ଅନେକ ଉତ୍ଥାନ ଓ ପତନ ଘଟିଛି । ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ମହା ବିକାଶ ଅଘାଡ଼ି ମିଳିତ ମଞ୍ଚ ସମୟରେ ଏହା ଅଧିକ ଦେଖିବାକୁ ମିଳିଥିଲା । ତେବେ ପରେ ମଧ୍ୟ ସେଠାରେ ଉଦ୍ଧବଙ୍କ ନେତୃତ୍ୱରେ ଏକ ସରକାର ଗଠନ କରାଯାଇଥିଲା, କିନ୍ତୁ ଚଳିତ ବର୍ଷ ଜୁନ୍ ମାସରେ ସରକାର ଭାଙ୍ଗି ଯାଇଥିଲା ।

ଏହି ଗସ୍ତ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଆଦିତ୍ୟ ଠାକରେ କହିଛନ୍ତି ଯେ, ବାଲାସାହେବ ଠାକରେଙ୍କ ସହ ଇନ୍ଦିରା ଗାନ୍ଧୀଙ୍କ ଭଲ ସମ୍ପର୍କ ରହିଥିଲା । କଂଗ୍ରେସ ଏବଂ ଶିବସେନା ନେତାମାନେ ବନ୍ଧୁ ରହି ଆସିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ବାଲାସାହେବ ଠାକରେ ପ୍ରତିଭା ପାଟିଲ ଏବଂ ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିଲେ । ଏଭଳି ପରିସ୍ଥିତିରେ ଆମେ ବର୍ତ୍ତମାନ ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଏକାଠି ହୋଇଛୁ ।

କଂଗ୍ରେସ ଉଦ୍ଧବ ଠାକରେଙ୍କୁ ଏହି ଯାତ୍ରା ପାଇଁ ନିମନ୍ତ୍ରଣ କରିଥିଲା । ଏହା ପରେ ଦଳ ତାଙ୍କୁ ଆଶ୍ୱାସନା ଦେଇଥିଲା ଯେ ଉଦ୍ଧବ କିମ୍ବା ଆଦିତ୍ୟ ଠାକରେ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡା ଯାତ୍ରାରେ ଯୋଗଦେବେ । କଂଗ୍ରେସ ପକ୍ଷରୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଏହି ଯାତ୍ରାରେ ଯୋଗ ଦେଇପାରିନଥିଲେ । ତେବେ ତାଙ୍କ ଝିଅ ଏବଂ ଲୋକସଭା ସାଂସଦ ସୁପ୍ରିୟା ସୁଲେ ଗୁରୁବାର ଏହି ଯାତ୍ରାରେ ଯୋଗ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର