ମିଡିଆକୁ ପୁତିନଙ୍କ ନିର୍ଦ୍ଦେଶ : ଆକ୍ରମଣ-ଅନୁପ୍ରବେଶ ପରି ଶଦ୍ଦ ବ୍ୟବହାର କଲେ ଜେଲ୍‌-ଜରିମାନା

The Sakala Picture
Published On

ମସ୍କୋ : ବିଶ୍ବରୁ ଶାନ୍ତି ହଜାଇ ଦେଇଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପୁଣି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଶନିବାର ଦ୍ବିପହରେ ରୁଷ ସରକାରଙ୍କ ଅଧିନରେ କାମ କରୁଥିବା ମିଡିଆ ପାଇଁ ତୋଗଲକୀ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ଯୁଦ୍ଧ, ଆକ୍ରମଣ କିମ୍ବା ଅନୁପ୍ରବେଶ ପରି ଶଦ୍ଦ ବ୍ୟବହାର ନ କରିବାକୁ ମିଡିଆକୁ କୁହାଯାଇଛି। ଏହି ନିର୍ଦ୍ଦେଶ ନ ମାନିଲେ ସାମ୍ବାଦିକଙ୍କୁ ଦଣ୍ଡ ଦିଆଯିବ ଏବଂ ମିଡିଆ ହାଉସ ବନ୍ଦ କରାଯିବ। ଏହା […]

ମସ୍କୋ : ବିଶ୍ବରୁ ଶାନ୍ତି ହଜାଇ ଦେଇଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପୁଣି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଶନିବାର ଦ୍ବିପହରେ ରୁଷ ସରକାରଙ୍କ ଅଧିନରେ କାମ କରୁଥିବା ମିଡିଆ ପାଇଁ ତୋଗଲକୀ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ଯୁଦ୍ଧ, ଆକ୍ରମଣ କିମ୍ବା ଅନୁପ୍ରବେଶ ପରି ଶଦ୍ଦ ବ୍ୟବହାର ନ କରିବାକୁ ମିଡିଆକୁ କୁହାଯାଇଛି। ଏହି ନିର୍ଦ୍ଦେଶ ନ ମାନିଲେ ସାମ୍ବାଦିକଙ୍କୁ ଦଣ୍ଡ ଦିଆଯିବ ଏବଂ ମିଡିଆ ହାଉସ ବନ୍ଦ କରାଯିବ। ଏହା ସହିତ ବିପୁଳ ଜରିମାନା ଲଗାଯିବ ବୋଲି କୁହାଯାଇଛି। ପୁତିନ ଫେବୃଆରୀ ଦ୍ବିତୀୟ ସପ୍ତାହରୁ ମିଡିଆ ଉପରେ କଟକଣା ଲଗାଇବା ଆରମ୍ଭ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କରାଯାଉଥିଲା। ଏବେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଚତୁର୍ଥ ଦିନରେ ପହଞ୍ଚିଛି। ଏହାକୁ ରୁଷର ଅନେକ ଜନସାଧାରଣ ଦୃଢ ବିରୋଧ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ତେଣୁ ପୁତିନ ଏହାକୁ ଚପାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପ୍ରମୁଖ ମିଡିଆଗୁଡିକ ରୁଷ ବିରୋଧୀଙ୍କୁ ପ୍ରାଧାନ୍ୟା ଦେଉଥିବାରୁ ପୁତିନ ଏହି ତୋଗଲକୀ ନିର୍ଦ୍ଦେଶ ଜାରି କରିଛନ୍ତି। ରୁଷ ସେନାର ଅଧିକ କ୍ଷୟକ୍ଷତିକୁ ନେଇ ପ୍ରସାର କରାଯାଉଥିବା ଖବର ଉପରେ ପୁତିନ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ସାଇଟ ଉପରେ ନଜର ରଖିବା ପାଇଁ ସାଇବର ସିକ୍ୟୁରିଟି ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି। ପୁତିନ ବିରୋଧୀ ଆକାଉଣ୍ଟଗୁଡିକ ଉପରେ ସାଇବର ଏଜେନ୍ସି ନଜର ରଖିଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ରିପୋର୍ଟ ଅନୁଯାୟୀ ୟୁକ୍ରେନ ଆକ୍ରମଣକୁ ଦେଶରେ ବିରୋଧ କରାଯାଉଛି ବୋଲି ରୁଷ ସରକାର ଜାଣି ସାରିଲେଣି। ଏହି ସ୍ବରକୁ ଚପାଇବା ପାଇଁ ଏବେ ପ୍ରୟାସ କରାଯାଉଛି। ମିଡିଆ ନିୟାମକ ରୁଷ ଭାଷାରେ ଏ ସମ୍ବନ୍ଧୀୟ ନିର୍ଦ୍ଦେଶ ଜାରି କରିଛି। ଏଥିରେ କିଛି ଘରୋଇ ମିଡିଆ ହାଉସ ଭୁଲ ଖବର ଦେଉଥିବା କୁହାଯାଇଛି। ରୁଷ ସେନା ୟୁକ୍ରେନ ସହରରେ ଆକ୍ରମଣ କରିଛି ବୋଲି ସେମାନେ ଦେଖାଉଛନ୍ତି। ପୁତିନ ବିରୋଧୀ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ମାର୍ଗଦର୍ଶିକା ମାନୁ ନଥିବା ଆକାଉଣ୍ଟ ବିରୋଧରେ ୬୦ ହଜାର ରୁବଲର ଜରିମାନା ଲଗାଯାଉଛି। ସରକାରଙ୍କ ପକ୍ଷରୁ ଜାରି ହେଉଥିବା ସୂଚନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ମିଡିଆ ହାଉସଗୁଡିକୁ କୁହାଯାଇଛି। ୟୁକ୍ରେନ ଆକ୍ରମଣରେ ରୁଷର ପ୍ରବଳ କ୍ଷୟକ୍ଷତି ହେଉଥିବା ନେଇ କିଛି ମିଡିଆ ହାଉସ ରିପୋର୍ଟ ପ୍ରକାଶ କରିବା ପରେ ପୁତିନ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର