ଭାରତରେ ରୁଷ ରାଷ୍ଟ୍ରପତି ପୁତିନ: ଆଜି ଦିଲ୍ଲୀ ଶିଖର ବୈଠକ; ସାମରିକ, ବାଣିଜ୍ୟ, ଶକ୍ତି ସହଯୋଗ ଉପରେ ହେବ ଆଲୋଚନା

Madhusudan Das Picture
Published On

ନୂଆଦିଲ୍ଲୀ:  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ । ଗତକାଲି ସନ୍ଧ୍ୟାର ତାଙ୍କ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିବା ବେଳେ ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଥିଲେ । ୟୁକ୍ରେନ ଯୁଦ୍ଧ ପରେ ଏହା ହେଉଛି ପୁତିନଙ୍କ ପ୍ରଥମ ଭାରତ ଗସ୍ତ । ପୁଣି ଏହି ଯୁଦ୍ଧକୁ ନେଇ ରୁଷ ଉପରେ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ର କଟକଣା ଲଗାଇଥିବାରୁ ତାଙ୍କର ଭାରତ ଗସ୍ତ ଉପରେ ସାରା ବିଶ୍ବର ନଜର ରହିଛି । 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

୪ ବର୍ଷ ପରେ ପୁତିନ ଭାରତ ଆସିଛନ୍ତି ଏବଂ ସେ ୨୩ତମ ଭାରତ-ରୁଷ ବାର୍ଷିକ ଶୀର୍ଷ ସମ୍ମିଳନୀରେ ଭାଗ ନେବେ । ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ୫ ଥର ଫୋନରେ କଥାବାର୍ତ୍ତା ହୋଇଥିବା ବେଳେ ଗତ ସେପଟେମ୍ବର ପହିଲାରେ ଚୀନରେ ହୋଇଥିବା ଏସ୍‌ସିଓ ଶୀର୍ଷ ସମ୍ମିଳନୀରେ ସାକ୍ଷାତ ଆଲୋଚନା ହୋଇଥିଲା । 

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୁଷ ରାଷ୍ଟ୍ରପତି ପୁତିନଙ୍କୁ ଆନୁଷ୍ଠାନିକ ଭାବେ ସ୍ବାଗତ ଜଣାଇବେ ।  ସେଠାରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପୁତିନ । ଏହାପରେ ହାଇଦ୍ରାବାଦ ହାଉସରେ ଦୁଇ ଦେଶ ମଧ୍ୟରେ ଶିଖର ବୈଠକ ଅନୁଷ୍ଠିତ ହେବ । ଦୁଇ ଦେଶ ମଧ୍ୟରେ ସାମରିକ, ବାଣିଜ୍ୟ ଓ ଶକ୍ତି ସହଯୋଗ ନେଇ ଆଲୋଚନା ହେବ । 

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମେତ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଆଗାମୀ ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ଶହେ ବିଲିଅନ୍‌ ଡଲାର୍‌ର ବାଣିଜ୍ୟିକ କାରବାରର ପାଇଁ ଆଲୋଚନାରେ ଖସଡ଼ା ପ୍ରସ୍ତୁତ ହେବ। ଏହାଛଡ଼ା ଭାରତକୁ ଏସୟୁ-୫୭ ଯୁଦ୍ଧ ବିମାନ ଓ ଏସ୍‌ ୪୦୦/୫୦୦ ଏୟାର୍‌ ଡିଫେନ୍ସ ସିଷ୍ଟମ୍‌ ଯୋଗାଣ ଓ ଆଣବିକ ଶକ୍ତି ସମ୍ପର୍କିତ ଆଲୋଚନା ଓ ଚୁକ୍ତି ସ୍ବାକ୍ଷରିତ ହୋଇପାରେ ବୋଲି ସୂଚନା ମିଳିଛି । ଆଜି ରାତି ୯ଟାରେ ପୁତିନ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ।

ୟୁକ୍ରେନରେ ଯୁଦ୍ଧର ଅବସାନ ପାଇଁ ଆମେରିକାର ନୂତନ ପ୍ରୟାସ ମଧ୍ୟରେ ରୁଷୀୟ ନେତା ଭାରତ ଗସ୍ତରେ ଆସୁଛନ୍ତି । ତେଣୁ ଏହି ପ୍ରସଙ୍ଗରେ ମଧ୍ୟ ଶିଖର ସମ୍ମିଳନୀରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହି ସମ୍ମିଳନୀରେ ଭାରତ ରୁଷୀୟ ଅଶୋଧିତ ତୈଳର ବ୍ୟାପକ କ୍ରୟ ଯୋଗୁ ବୃଦ୍ଧି ପାଉଥିବା ବାଣିଜ୍ୟ ନିଅଣ୍ଟ ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି । ରୁଷରୁ ଅଶୋଧିତ ତୈଳ କିଣିବା ପାଇଁ ଭାରତ ଉପରେ ଆମେରିକାର କଟକଣା କିଭଳି ପ୍ରଭାବ ପକାଇବ ସେ ନେଇ ମଧ୍ୟ ଏହି ସମ୍ମିଳନୀରେ ଆଲୋଚନା ହେବାର ସମ୍ଭାବନା ରହିଛି ।

05 Dec 2025 By Madhusudan Das

ଭାରତରେ ରୁଷ ରାଷ୍ଟ୍ରପତି ପୁତିନ: ଆଜି ଦିଲ୍ଲୀ ଶିଖର ବୈଠକ; ସାମରିକ, ବାଣିଜ୍ୟ, ଶକ୍ତି ସହଯୋଗ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ:  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ । ଗତକାଲି ସନ୍ଧ୍ୟାର ତାଙ୍କ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିବା ବେଳେ ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଥିଲେ । ୟୁକ୍ରେନ ଯୁଦ୍ଧ ପରେ ଏହା ହେଉଛି ପୁତିନଙ୍କ ପ୍ରଥମ ଭାରତ ଗସ୍ତ । ପୁଣି ଏହି ଯୁଦ୍ଧକୁ ନେଇ ରୁଷ ଉପରେ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ର କଟକଣା ଲଗାଇଥିବାରୁ ତାଙ୍କର ଭାରତ ଗସ୍ତ ଉପରେ ସାରା ବିଶ୍ବର ନଜର ରହିଛି । 

୪ ବର୍ଷ ପରେ ପୁତିନ ଭାରତ ଆସିଛନ୍ତି ଏବଂ ସେ ୨୩ତମ ଭାରତ-ରୁଷ ବାର୍ଷିକ ଶୀର୍ଷ ସମ୍ମିଳନୀରେ ଭାଗ ନେବେ । ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ୫ ଥର ଫୋନରେ କଥାବାର୍ତ୍ତା ହୋଇଥିବା ବେଳେ ଗତ ସେପଟେମ୍ବର ପହିଲାରେ ଚୀନରେ ହୋଇଥିବା ଏସ୍‌ସିଓ ଶୀର୍ଷ ସମ୍ମିଳନୀରେ ସାକ୍ଷାତ ଆଲୋଚନା ହୋଇଥିଲା । 

ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୁଷ ରାଷ୍ଟ୍ରପତି ପୁତିନଙ୍କୁ ଆନୁଷ୍ଠାନିକ ଭାବେ ସ୍ବାଗତ ଜଣାଇବେ ।  ସେଠାରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପୁତିନ । ଏହାପରେ ହାଇଦ୍ରାବାଦ ହାଉସରେ ଦୁଇ ଦେଶ ମଧ୍ୟରେ ଶିଖର ବୈଠକ ଅନୁଷ୍ଠିତ ହେବ । ଦୁଇ ଦେଶ ମଧ୍ୟରେ ସାମରିକ, ବାଣିଜ୍ୟ ଓ ଶକ୍ତି ସହଯୋଗ ନେଇ ଆଲୋଚନା ହେବ । 

୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମେତ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଆଗାମୀ ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ଶହେ ବିଲିଅନ୍‌ ଡଲାର୍‌ର ବାଣିଜ୍ୟିକ କାରବାରର ପାଇଁ ଆଲୋଚନାରେ ଖସଡ଼ା ପ୍ରସ୍ତୁତ ହେବ। ଏହାଛଡ଼ା ଭାରତକୁ ଏସୟୁ-୫୭ ଯୁଦ୍ଧ ବିମାନ ଓ ଏସ୍‌ ୪୦୦/୫୦୦ ଏୟାର୍‌ ଡିଫେନ୍ସ ସିଷ୍ଟମ୍‌ ଯୋଗାଣ ଓ ଆଣବିକ ଶକ୍ତି ସମ୍ପର୍କିତ ଆଲୋଚନା ଓ ଚୁକ୍ତି ସ୍ବାକ୍ଷରିତ ହୋଇପାରେ ବୋଲି ସୂଚନା ମିଳିଛି । ଆଜି ରାତି ୯ଟାରେ ପୁତିନ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ।

ୟୁକ୍ରେନରେ ଯୁଦ୍ଧର ଅବସାନ ପାଇଁ ଆମେରିକାର ନୂତନ ପ୍ରୟାସ ମଧ୍ୟରେ ରୁଷୀୟ ନେତା ଭାରତ ଗସ୍ତରେ ଆସୁଛନ୍ତି । ତେଣୁ ଏହି ପ୍ରସଙ୍ଗରେ ମଧ୍ୟ ଶିଖର ସମ୍ମିଳନୀରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହି ସମ୍ମିଳନୀରେ ଭାରତ ରୁଷୀୟ ଅଶୋଧିତ ତୈଳର ବ୍ୟାପକ କ୍ରୟ ଯୋଗୁ ବୃଦ୍ଧି ପାଉଥିବା ବାଣିଜ୍ୟ ନିଅଣ୍ଟ ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି । ରୁଷରୁ ଅଶୋଧିତ ତୈଳ କିଣିବା ପାଇଁ ଭାରତ ଉପରେ ଆମେରିକାର କଟକଣା କିଭଳି ପ୍ରଭାବ ପକାଇବ ସେ ନେଇ ମଧ୍ୟ ଏହି ସମ୍ମିଳନୀରେ ଆଲୋଚନା ହେବାର ସମ୍ଭାବନା ରହିଛି ।

https://www.thesakala.in/national-international/putin-to-hold-summit-talks-with-pm-modi-in-delhi-today/article-43407
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର