ରୁଷ ଧର୍ମଗୁରୁ ପାଟ୍ରିଆଚ କିରିଲ୍ଲଙ୍କ ଅନୁରୋଧ ପରେ ଦୁଇଦିନ ପାଇଁ ୟୁକ୍ରେନ ବିରୋଧରେ ଯୁଦ୍ଧବିରତି ନିଷ୍ପତ୍ତି ନେଲା ରୁଷ

The Sakala Picture
Published On

ମସ୍କୋ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ । ଏହାରି ଭିତରେ ରୁଷ ପକ୍ଷରୁ ଆସିଛି ଏକ ବଡ ଘୋଷଣା । ଦୁଇଦିନ ପାଇଁ ୟୁକ୍ରେନ ବିରୋଧରେ ଯୁଦ୍ଧବିରତି ନିଷ୍ପତ୍ତି ନେଇଛି ରୁଷ । ଅର୍ଥାତ ରୁଷ ସେନା ଆସନ୍ତା ୬ ଏବଂ ୭ ଜାନୁଆରୀରେ ୟୁକ୍ରେନ ଉପରେ ସମସ୍ତ ପ୍ରକାରର ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ । ଅର୍ଥଡକ୍ସ ଖ୍ରୀଷ୍ଟମାସ ପର୍ବ ପାଇଁ ରକ୍ତପାତ ବନ୍ଦ କରିବାକୁ […]

ମସ୍କୋ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ । ଏହାରି ଭିତରେ ରୁଷ ପକ୍ଷରୁ ଆସିଛି ଏକ ବଡ ଘୋଷଣା । ଦୁଇଦିନ ପାଇଁ ୟୁକ୍ରେନ ବିରୋଧରେ ଯୁଦ୍ଧବିରତି ନିଷ୍ପତ୍ତି ନେଇଛି ରୁଷ । ଅର୍ଥାତ ରୁଷ ସେନା ଆସନ୍ତା ୬ ଏବଂ ୭ ଜାନୁଆରୀରେ ୟୁକ୍ରେନ ଉପରେ ସମସ୍ତ ପ୍ରକାରର ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ । ଅର୍ଥଡକ୍ସ ଖ୍ରୀଷ୍ଟମାସ ପର୍ବ ପାଇଁ ରକ୍ତପାତ ବନ୍ଦ କରିବାକୁ ରୁଷର ଧର୍ମଗୁରୁ ପାଟ୍ରିଆଚ କିରିଲ୍ଲ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷା କରି ପୁଟିନ ଅସ୍ଥାୟୀ ଭାବେ ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ଘୋଷଣା କରିଥିବା କ୍ରେମଲିନ ପକ୍ଷରୁ କୁହାଯାଉଛି। ତେବେ ଅସ୍ତ୍ରବିରତି ନେଇ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ କୌଣସି ପ୍ରତିକ୍ରିୟା ଦେଇନାହିଁ ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଅର୍ଥୋଡକ୍ସ କ୍ରିସମାସ ପୂର୍ବ ୟୁରୋପୀୟ ଦେଶ ଯେମିତି କି ରୁଷ୍, ଗ୍ରୀସ, ଇଥିୟୋପିୟା ଏବଂ ଇଜିପ୍ଟରେ ପାଳନ କରାଯାଇଥାଏ । ସୂଚନାଥାଉକି, ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ୧୧ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଚାଲିଛି । ରୁଷର ଘନଘନ ମିସାଇଲ ଓ ବୋମା ମାଡ଼ରେ ୟୁକ୍ରେନର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ୟୁକ୍ରେନ ବର୍ତ୍ତମାନ ପର୍ଯ୍ୟନ୍ତ ରୁଷ ଆଗରେ ହାର ମାନିନି। ଛୋଟିଆ ଦେଶ ହେଲେ ବି ୟୁକ୍ରେନର ଯବାନମାନେ ରୁଷକୁ କଡ଼ା ଜବାବ ଦେବାରେ ଲାଗିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର