ଘୁଞ୍ଚିଲା ପଞ୍ଜାବ ନିର୍ବାଚନ ତାରିଖ

The Sakala Picture
Published On

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି ମତଦାନ ୧୪ ଫେବୃଆରୀରେ ହେବ ବୋଲି କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ୨୦ ଫେବୃଆରୀରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ପଞ୍ଜାବରେ ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ପଞ୍ଜାବ ସରକାର  କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ । ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ଅଧିକାଂଶ ରାଜନୈତିକ ଦଳର ଅନୁରୋଧ କ୍ରମେ ନିର୍ବାଚନ କମିଶନଙ୍କ ବୈଠକ […]

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି ମତଦାନ ୧୪ ଫେବୃଆରୀରେ ହେବ ବୋଲି କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ୨୦ ଫେବୃଆରୀରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସୂଚନା ଅନୁଯାୟୀ, ପଞ୍ଜାବରେ ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ପଞ୍ଜାବ ସରକାର  କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ । ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ଅଧିକାଂଶ ରାଜନୈତିକ ଦଳର ଅନୁରୋଧ କ୍ରମେ ନିର୍ବାଚନ କମିଶନଙ୍କ ବୈଠକ ବସିଥିଲା । ଶେଷରେ ନିର୍ବାଚନ ତାରିଖକୁ ଘୁଞ୍ଚାଇଛନ୍ତି କେନ୍ଦ୍ର ନିର୍ବାଚନ କମିଶନ । ଗୁରୁ ରବିଦାସ ଜୟନ୍ତୀ ଅବସରରେ ନିର୍ବାଚନ ତାରିଖକୁ ଅତି କମରେ ୬ ଦିନ ଘୁଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପତ୍ର ଲେଖିଥିଲେ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ପଞ୍ଜାବର ୧୧୭ଟି ଆସନ ଲାଗି ଫେବ୍ରୁଆରୀ ୧୪ରେ ଗୋଟିଏ ପର୍ଯ୍ଯାୟରେ ଭୋଟ କରିବା ଲାଗି ନିର୍ବାଚନ କମିଶନ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ, ପଞ୍ଜାବ ଜନସଂଖ୍ୟାର ୩୨ ପ୍ରତିଶତ ହେଉଛନ୍ତି ତଫସିଲଭୁକ୍ତ ଜାତି ବର୍ଗର ଲୋକ । ସେମାନେ ଫେବ୍ରୁଆରୀ ୧୦ରୁ ୧୬ ତାରିଖ ପର୍ଯ୍ଯନ୍ତ ଗୁରୁ ରବିଦାସଙ୍କ ଜୟନ୍ତୀ ଲାଗି ଉତ୍ତରପ୍ରଦେଶ ବନାରସକୁ ଯାଇଥାନ୍ତି । ତେଣୁ ୧୪ରେ ହେବାକୁ ଥିବା ନିର୍ବାଚନରେ ସେମାନେ ମତଦାନ କରିବା ଅସୁବିଧା ହେବ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଚନ୍ନୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପତ୍ର ଲେଖିଥିଲେ । ପଞ୍ଜାବ ଆମ ଆଦମି ପାର୍ଟି ନେତା ଭଗବନ୍ତ ମନ୍ ମଧ୍ୟ ନିର୍ବାଚନ ଘୁଞ୍ଚାଇବା ଲାଗି କମିଶନଙ୍କ ନିକଟରେ ଅନୁରୋଧ କରିଥିଲେ । ଚିଠି ପାଇବା ପରେ ନିର୍ବାଚନ ଆୟୋଗ ଅଭିଯୋଗକୁ ବିଚାର ବିମର୍ଶ କରିଥିଲେ । ୧୪ ନୁହେଁ ଫେବୃଆରୀ ୨୦ରେ ହିଁ ବିଧାନସଭା ନିର୍ବାଚନ ହେବା ଲାଗି ଘୋଷଣା କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର