ପଞ୍ଜାବରେ ଝାଡୁ ଝଡ଼, ସରକାର ଗଢ଼ିବ ଆପ୍

The Sakala Picture
Published On

ଚଣ୍ଡିଗଡ଼: ପଞ୍ଜାବରେ ସରକାର ଗଢ଼ିବ ଆମ୍ ଆଦମୀ ପାର୍ଟି । ଆଜି ଗଣତି ଆରମ୍ଭରେ ଏହି ଟ୍ରେଣ୍ଡ ସାମ୍ନାକୁ ଆସିଛି । ଗଣତି ଆରମ୍ଭ ପରେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ପଞ୍ଜାବରେ ବହୁମତ ହାସଲ କରିବ ଆମ୍ ଆଦମୀ ପାର୍ଟି । ପଞ୍ଜାବର ମୋଟ ୧୧୭ ଆସନରୁ ବର୍ତ୍ତମାନ ସୁଦ୍ଧା ୧୧୫ ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସି ସାରିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ୧୧୫ ଆସନରୁ ଆମ୍ ଆଦମୀ ପାର୍ଟି ୮୪ ଆସନରେ ଆଗୁଆ […]

ଚଣ୍ଡିଗଡ଼: ପଞ୍ଜାବରେ ସରକାର ଗଢ଼ିବ ଆମ୍ ଆଦମୀ ପାର୍ଟି । ଆଜି ଗଣତି ଆରମ୍ଭରେ ଏହି ଟ୍ରେଣ୍ଡ ସାମ୍ନାକୁ ଆସିଛି । ଗଣତି ଆରମ୍ଭ ପରେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ପଞ୍ଜାବରେ ବହୁମତ ହାସଲ କରିବ ଆମ୍ ଆଦମୀ ପାର୍ଟି । ପଞ୍ଜାବର ମୋଟ ୧୧୭ ଆସନରୁ ବର୍ତ୍ତମାନ ସୁଦ୍ଧା ୧୧୫ ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସି ସାରିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ୧୧୫ ଆସନରୁ ଆମ୍ ଆଦମୀ ପାର୍ଟି ୮୪ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୧୬ଟି ଆସନରେ ଆଗୁଆ ରହିଛି । ସେହିପରି ଶିରୋମଣୀ ଅକାଳୀ ଦଳ ୧୦ଟି ଆସନ ଓ ଭାରତୀୟ ଜନତା ପାର୍ଟି ୫ଟି ଆସନରେ ଆଗୁଆ ରହିଛି ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

ତେବେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏକ ଏକତରଫା ବିଜୟ ଲାଭ କରୁଥିବାରୁ ଦେଖିବାକୁ ମିଳିଛି । ଏଥିସହ ଆଉ ଏକ ବଡ଼ ଖବର ପଞ୍ଜାବରେ ଦେଖିବାକୁ ମିଳୁଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଲଢ଼ିଥିବା ଦୁଇଟି ଆସନରେ ପଛୁଆ ରହିଛନ୍ତି । ସେହିପରି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମଧ୍ୟ ଅମୃତସର ଇଷ୍ଟ ଆସନରେ ପଛୁଆ ରହିଛନ୍ତି । ସେପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକ କଂଗ୍ରେସ ପାର୍ଟି ମୁଖ୍ୟ କ୍ୟାପଟେନ ଅମିରନ୍ଦର ସିଂ ମଧ୍ୟ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛୁଆ ରହିଛନ୍ତି । ପ୍ରଥମ ରାଉଣ୍ଡରେ ପଟିଆଲା ଆସନରୁ ଅମିରନ୍ଦର ସିଂଙ୍କୁ ୩ ହଜାରୁ ଅଧିକ ଭୋଟରେ ପଛରେ ପକାଇଛନ୍ତି ଆମ୍ ଆଦମୀ ପାର୍ଟିର ଅଜିତ ପାଲ୍ ସିଂ କୋହଲି ।

ଆହୁରି ପଢ଼ନ୍ତୁ: ମିରଟ ହତ୍ୟାକାଣ୍ଡର ବଡ଼ ଖୁଲାସା: ଅର୍ଚିତା ନୁହେଁ, ମୃତ ମହିଳା ହେଲେ ତୁର୍କମେନିସ୍ତାନର 'ମହବତ'

10 Mar 2022 By The Sakala

ପଞ୍ଜାବରେ ଝାଡୁ ଝଡ଼, ସରକାର ଗଢ଼ିବ ଆପ୍

ଚଣ୍ଡିଗଡ଼: ପଞ୍ଜାବରେ ସରକାର ଗଢ଼ିବ ଆମ୍ ଆଦମୀ ପାର୍ଟି । ଆଜି ଗଣତି ଆରମ୍ଭରେ ଏହି ଟ୍ରେଣ୍ଡ ସାମ୍ନାକୁ ଆସିଛି । ଗଣତି ଆରମ୍ଭ ପରେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ପଞ୍ଜାବରେ ବହୁମତ ହାସଲ କରିବ ଆମ୍ ଆଦମୀ ପାର୍ଟି । ପଞ୍ଜାବର ମୋଟ ୧୧୭ ଆସନରୁ ବର୍ତ୍ତମାନ ସୁଦ୍ଧା ୧୧୫ ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସି ସାରିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ୧୧୫ ଆସନରୁ ଆମ୍ ଆଦମୀ ପାର୍ଟି ୮୪ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୧୬ଟି ଆସନରେ ଆଗୁଆ ରହିଛି । ସେହିପରି ଶିରୋମଣୀ ଅକାଳୀ ଦଳ ୧୦ଟି ଆସନ ଓ ଭାରତୀୟ ଜନତା ପାର୍ଟି ୫ଟି ଆସନରେ ଆଗୁଆ ରହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏକ ଏକତରଫା ବିଜୟ ଲାଭ କରୁଥିବାରୁ ଦେଖିବାକୁ ମିଳିଛି । ଏଥିସହ ଆଉ ଏକ ବଡ଼ ଖବର ପଞ୍ଜାବରେ ଦେଖିବାକୁ ମିଳୁଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଲଢ଼ିଥିବା ଦୁଇଟି ଆସନରେ ପଛୁଆ ରହିଛନ୍ତି । ସେହିପରି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମଧ୍ୟ ଅମୃତସର ଇଷ୍ଟ ଆସନରେ ପଛୁଆ ରହିଛନ୍ତି । ସେପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକ କଂଗ୍ରେସ ପାର୍ଟି ମୁଖ୍ୟ କ୍ୟାପଟେନ ଅମିରନ୍ଦର ସିଂ ମଧ୍ୟ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛୁଆ ରହିଛନ୍ତି । ପ୍ରଥମ ରାଉଣ୍ଡରେ ପଟିଆଲା ଆସନରୁ ଅମିରନ୍ଦର ସିଂଙ୍କୁ ୩ ହଜାରୁ ଅଧିକ ଭୋଟରେ ପଛରେ ପକାଇଛନ୍ତି ଆମ୍ ଆଦମୀ ପାର୍ଟିର ଅଜିତ ପାଲ୍ ସିଂ କୋହଲି ।

https://www.thesakala.in/national-international/punjab-assembly-election-result-2022/article-9852
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର