ଟନେଲ୍‌ ଭିତରେ ୬ ଦିନ ହେଲା ଫସି ରହିଛନ୍ତି ୪୦ ଶ୍ରମିକ; ଡ୍ରିଲିଂ ମେସିନ ଉପରେ ଅତଡ଼ା ଖସିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

The Sakala Picture
Published On

ଡେରାଡୁନ: ଉତ୍ତରକାଶୀରେ ଦୁର୍ଘଟଣାଗ୍ରସ୍ତ ଟନେଲ୍‌ ତଳେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ବେଳକୁ ବେଳ କଷ୍ଟସାଧ୍ୟ ହୋଇପଡ଼ୁଛି। ଶ୍ରମିକମାନେ ଫସି ରହିଥିବା ସ୍ଥାନରେ ‘ଏସକେପ୍‌ ପ୍ୟାସେଜ୍‌’ ବାହାର କରିବାକୁ ଦେଶ ବିଦେଶରୁ ଅଣାଯାଇଥିବା ଉନ୍ନତ ମେସିନ ଯୋଗେ ବିଗତ ୫ ଦିନ ହେଲା ଖୋଳା ଚାଲିଥିଲେ ହେଁ ଗୁରୁବାର ସୁଦ୍ଧା ସେଭଳି ସୁଫଳ ମିଳିପାରି ନାହିଁ। ଗତକାଲି ଠାରୁ ଆମେରିକାନ ଅଗର ମେସିନରେ ପ୍ରାୟ ୨୨ ମିଟର ଖୋଳାଯାଇ ୪ଟି ପାଇପ ଲଗାଯାଇଥିଲା ବେଳେ ଶୁକ୍ରବାର […]

ଡେରାଡୁନ: ଉତ୍ତରକାଶୀରେ ଦୁର୍ଘଟଣାଗ୍ରସ୍ତ ଟନେଲ୍‌ ତଳେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ବେଳକୁ ବେଳ କଷ୍ଟସାଧ୍ୟ ହୋଇପଡ଼ୁଛି। ଶ୍ରମିକମାନେ ଫସି ରହିଥିବା ସ୍ଥାନରେ ‘ଏସକେପ୍‌ ପ୍ୟାସେଜ୍‌’ ବାହାର କରିବାକୁ ଦେଶ ବିଦେଶରୁ ଅଣାଯାଇଥିବା ଉନ୍ନତ ମେସିନ ଯୋଗେ ବିଗତ ୫ ଦିନ ହେଲା ଖୋଳା ଚାଲିଥିଲେ ହେଁ ଗୁରୁବାର ସୁଦ୍ଧା ସେଭଳି ସୁଫଳ ମିଳିପାରି ନାହିଁ। ଗତକାଲି ଠାରୁ ଆମେରିକାନ ଅଗର ମେସିନରେ ପ୍ରାୟ ୨୨ ମିଟର ଖୋଳାଯାଇ ୪ଟି ପାଇପ ଲଗାଯାଇଥିଲା ବେଳେ ଶୁକ୍ରବାର ମାଟି ଅତଡ଼ା ଖସି ଏହି ମେସିନ ଉପରେ ପଡ଼ିବାରୁ ଏଥିରେ ତ୍ରୁଟି ଦେଖାଯାଇଥିଲା। ଫଳରେ ଶୁକ୍ରବାର ଅପରାହ୍ନରୁ ଖୋଦନ କାର୍ଯ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ସୁଡ଼ଙ୍ଗ ଭିତରେ ପଞ୍ଚମ ଟ୍ୟୁବ୍‌ ଲଗାଯିବା ସମୟରେ ମେସିନ୍‌ ଉପରେ ମାଟି ଅତଡ଼ା ଖସିଥିଲା।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ଏହା ପରେ ଖୋଦନ ପ୍ରାୟ ଏକ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା। ଯାହାକୁ ନେଇ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ ଏହି ମେସିନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ମେସିନ୍‌ ଆଗକୁ ବଢ଼ିପାରୁ ନଥିବା କୁହାଯାଇଛି। ଭିତରେ ଫସି ରହିଥିବା ଶ୍ରମିକମାନେ ସୁଡ଼ଙ୍ଗ ପ୍ରବେଶ ପଥ ଠାରୁ ୩୦୦ ମିଟର ଭିତରେ ରହିଥିଲା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୨୪ ମିଟର ପର୍ଯ୍ୟନ୍ତ ଡ୍ରିଲ କରାଯାଇ ପାଇପ ଲଗାଯାଇ ପାରିଛି।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ଏବେ ଇନ୍ଦୋରରୁ ଆଉ ଏକ ଅତ୍ୟାଧୁନିକ ମେସିନ ମଗାଯାଇଛି। ଯେକୌଣସି ପଟରେ ଏସକେପ୍‌ ପ୍ୟାସେଜ୍‌ କରାଯାଇ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି। କିନ୍ତୁ ଖୋଦନ ସମୟରେ ମାଟି ଅତଡ଼ା ଖସୁଥିବାରୁ ଉଦ୍ଧାର କାର୍ଯ୍ୟ ବହୁବାର ବାଧାପ୍ରାପ୍ତ ହୋଇଛି। ଏହାମଧ୍ୟରେ ଆଉ ଏକ ବାଟ ଦେଇ ୮୦୦ରୁ ୯୦୦ ମିଲିମିଟର ଚଉଡାର ଷ୍ଟିଲ୍‌ ପାଇପ ଲଗାଯାଇ ଏହି ପାଇପ୍‌ ଦ୍ବାରା ଶ୍ରମିକଙ୍କୁ ବାହାର କରିବାକୁ ଉଦ୍ୟମ କରାଯାଉଛି। ପ୍ରକଳ୍ପ ଅଧିକାରୀମାନେ ଲଗାତାର ଶ୍ରମିକଙ୍କ ସହ ଯୋଗାଯୋଗ କରିବା ସହିତ ସେମାନଙ୍କୁ ଧୈର୍ଯ୍ୟ ରଖିବାକୁ କହୁଛନ୍ତି। ସେମାନଙ୍କୁ ଖାଦ୍ୟ ଏବଂ ଔଷଧ ଯୋଗାଇ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ଏୟାର କାନାଡାରେ ନକଲି ପାଇଲଟଙ୍କ କାରନାମା: ୧୭ ବର୍ଷ ଧରି ବିନା ଲାଇସେନ୍ସରେ ଉଡ଼ାଇଲେ ୯୦୦ରୁ ଅଧିକ ବିମାନ, ପୋଲିସ କଲା ଗିରଫ

18 Nov 2023 By The Sakala

ଟନେଲ୍‌ ଭିତରେ ୬ ଦିନ ହେଲା ଫସି ରହିଛନ୍ତି ୪୦ ଶ୍ରମିକ; ଡ୍ରିଲିଂ ମେସିନ ଉପରେ ଅତଡ଼ା ଖସିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

ଡେରାଡୁନ: ଉତ୍ତରକାଶୀରେ ଦୁର୍ଘଟଣାଗ୍ରସ୍ତ ଟନେଲ୍‌ ତଳେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ବେଳକୁ ବେଳ କଷ୍ଟସାଧ୍ୟ ହୋଇପଡ଼ୁଛି। ଶ୍ରମିକମାନେ ଫସି ରହିଥିବା ସ୍ଥାନରେ ‘ଏସକେପ୍‌ ପ୍ୟାସେଜ୍‌’ ବାହାର କରିବାକୁ ଦେଶ ବିଦେଶରୁ ଅଣାଯାଇଥିବା ଉନ୍ନତ ମେସିନ ଯୋଗେ ବିଗତ ୫ ଦିନ ହେଲା ଖୋଳା ଚାଲିଥିଲେ ହେଁ ଗୁରୁବାର ସୁଦ୍ଧା ସେଭଳି ସୁଫଳ ମିଳିପାରି ନାହିଁ। ଗତକାଲି ଠାରୁ ଆମେରିକାନ ଅଗର ମେସିନରେ ପ୍ରାୟ ୨୨ ମିଟର ଖୋଳାଯାଇ ୪ଟି ପାଇପ ଲଗାଯାଇଥିଲା ବେଳେ ଶୁକ୍ରବାର ମାଟି ଅତଡ଼ା ଖସି ଏହି ମେସିନ ଉପରେ ପଡ଼ିବାରୁ ଏଥିରେ ତ୍ରୁଟି ଦେଖାଯାଇଥିଲା। ଫଳରେ ଶୁକ୍ରବାର ଅପରାହ୍ନରୁ ଖୋଦନ କାର୍ଯ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ସୁଡ଼ଙ୍ଗ ଭିତରେ ପଞ୍ଚମ ଟ୍ୟୁବ୍‌ ଲଗାଯିବା ସମୟରେ ମେସିନ୍‌ ଉପରେ ମାଟି ଅତଡ଼ା ଖସିଥିଲା।

ଏହା ପରେ ଖୋଦନ ପ୍ରାୟ ଏକ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା। ଯାହାକୁ ନେଇ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ ଏହି ମେସିନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ମେସିନ୍‌ ଆଗକୁ ବଢ଼ିପାରୁ ନଥିବା କୁହାଯାଇଛି। ଭିତରେ ଫସି ରହିଥିବା ଶ୍ରମିକମାନେ ସୁଡ଼ଙ୍ଗ ପ୍ରବେଶ ପଥ ଠାରୁ ୩୦୦ ମିଟର ଭିତରେ ରହିଥିଲା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୨୪ ମିଟର ପର୍ଯ୍ୟନ୍ତ ଡ୍ରିଲ କରାଯାଇ ପାଇପ ଲଗାଯାଇ ପାରିଛି।

ଏବେ ଇନ୍ଦୋରରୁ ଆଉ ଏକ ଅତ୍ୟାଧୁନିକ ମେସିନ ମଗାଯାଇଛି। ଯେକୌଣସି ପଟରେ ଏସକେପ୍‌ ପ୍ୟାସେଜ୍‌ କରାଯାଇ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି। କିନ୍ତୁ ଖୋଦନ ସମୟରେ ମାଟି ଅତଡ଼ା ଖସୁଥିବାରୁ ଉଦ୍ଧାର କାର୍ଯ୍ୟ ବହୁବାର ବାଧାପ୍ରାପ୍ତ ହୋଇଛି। ଏହାମଧ୍ୟରେ ଆଉ ଏକ ବାଟ ଦେଇ ୮୦୦ରୁ ୯୦୦ ମିଲିମିଟର ଚଉଡାର ଷ୍ଟିଲ୍‌ ପାଇପ ଲଗାଯାଇ ଏହି ପାଇପ୍‌ ଦ୍ବାରା ଶ୍ରମିକଙ୍କୁ ବାହାର କରିବାକୁ ଉଦ୍ୟମ କରାଯାଉଛି। ପ୍ରକଳ୍ପ ଅଧିକାରୀମାନେ ଲଗାତାର ଶ୍ରମିକଙ୍କ ସହ ଯୋଗାଯୋଗ କରିବା ସହିତ ସେମାନଙ୍କୁ ଧୈର୍ଯ୍ୟ ରଖିବାକୁ କହୁଛନ୍ତି। ସେମାନଙ୍କୁ ଖାଦ୍ୟ ଏବଂ ଔଷଧ ଯୋଗାଇ ଦିଆଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର