ଆସାମ ଉପରେ ପ୍ରିୟଙ୍କାଙ୍କ ନଜର, ଚା’ ବଗିଚାରୁ ଚା’ ପତ୍ର ତୋଳିଲେ ପ୍ରିୟଙ୍କା

The Sakala Picture
Published On

ଆସାମ: କଂଗ୍ରେସ ମହାସଚିବ ତଥା ଉତ୍ତର ପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀଙ୍କ ଆସାମ ଗସ୍ତର ଆଜି ଦ୍ବିତୀୟ ଦିନ। ଏବେ ଆସାମ ଉପରେ ଏବେ କଂଗ୍ରେସର ନଜର।  ଆସାମକୁ ନିଜ ଅକ୍ତିଆରକୁ ଆଣିବା ପାଇଁ କଂଗ୍ରେସ ଅଣ୍ଟା ଭିଡିଛି। ପ୍ରଥମ ଦିନ ଗସ୍ତରେ ସେ ଆସାମରେ ପହଞ୍ଚିବା ପରେ ପ୍ରସିଦ୍ଧ ଶକ୍ତିପୀଠ ମା’ କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ସେ ଆସାମରେ ମହିଳା ମାନଙ୍କ ସହ ମିଶି ନାଚୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଆଜି […]

ଆସାମ: କଂଗ୍ରେସ ମହାସଚିବ ତଥା ଉତ୍ତର ପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀଙ୍କ ଆସାମ ଗସ୍ତର ଆଜି ଦ୍ବିତୀୟ ଦିନ। ଏବେ ଆସାମ ଉପରେ ଏବେ କଂଗ୍ରେସର ନଜର।  ଆସାମକୁ ନିଜ ଅକ୍ତିଆରକୁ ଆଣିବା ପାଇଁ କଂଗ୍ରେସ ଅଣ୍ଟା ଭିଡିଛି। ପ୍ରଥମ ଦିନ ଗସ୍ତରେ ସେ ଆସାମରେ ପହଞ୍ଚିବା ପରେ ପ୍ରସିଦ୍ଧ ଶକ୍ତିପୀଠ ମା’ କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ସେ ଆସାମରେ ମହିଳା ମାନଙ୍କ ସହ ମିଶି ନାଚୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଆଜି ଚା ବଗିଚାରେ ଶ୍ରମିକମାନଙ୍କ ସହ ମିଶି ଚା ପତ୍ର ତୋଳୁଥିବାର ଭିଡିଓ ସାମ୍ନାକୁ ଆସିଛି । ଯାହା ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ । ପ୍ରିୟଙ୍କାଙ୍କୁ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି। ଚା ବଗିଚାର ମହିଳା ଶ୍ରମିକମାନଙ୍କ ପରି ମୁଣ୍ଡରେ ଟୋକେଇ ଧରି ପୁରା ଆସାମୀ ବେଶଭୂଷାରେ ନଜର ଆସିଛନ୍ତି କଂଗ୍ରେସ ମହାସଚିବ ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଏନେଇ ପ୍ରିୟଙ୍କା ଗାନ୍ଧୀ ନିଜ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଆସାମରେ ବହୁରଙ୍ଗୀ ସଂସ୍କୃତି ଦେଖିବାକୁ ମିଳିଥାଏ । ଯାହାକି ସାରା ଦେଶରେ ଆସାମକୁ ପରିଚିତ କରାଇଥାଏ ବୋଲି ସେ କହିଛନ୍ତି । ଏହି ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆସାମବାସୀ ପ୍ରତିଶୃତିବଦ୍ଧ । ତେଣୁ ସେମାନଙ୍କୁ ସେମାନଙ୍କ ସଂସ୍କୃତି ସହ ବଞ୍ଚିବାକୁ ଯାହା ସାହାଯ୍ୟ ଦରକାର ତାହା କଂଗ୍ରେସ ହିଁ କେବଳ ଦେଇପାରିବ ବୋଲି ସେ କହିଛନ୍ତି ।

ଏହାସହ ଆଜି ଆସାମର ତେଜପୁର ଠାରେ ଏକ ବିଶାନ ଜନସଭାକୁ ପ୍ରିୟଙ୍କା ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମିଶନ ଆସାମର ମଙ୍ଗ ଧରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ସେପଟେ ଦକ୍ଷିଣ ରାଜ୍ୟ ମାନଙ୍କରେ ଲଗାତର ପ୍ରଚାର ଅଭିଯାନ ଜାରି ରଖିଛନ୍ତି ରାହୁଲ ଗାନ୍ଧୀ । ଆସାମରେ ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ୬ ତାରିଖରେ ୩ଟି ପର୍ଯ୍ଯାୟରେ ମତଦାନ ହେବାର ଅଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର