ଜି -୨୦ ବୈଠକରେ ଭାଗନେବା ପାଇଁ ରୋମ୍‌ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

The Sakala Picture
Published On

ରୋମ୍: ଆଜିଠୁ ଇଟାଲୀରେ ଆରମ୍ଭ ହେବ ଜି-୨୦ ସମ୍ମିଳନୀ । ଏଥିରେ ୨୦ଟି ଦେଶର ମୁଖ୍ୟ ଭାଗ ନେବେ । କରୋନା ସମୟରେ ବିଶ୍ବର ଆର୍ଥିକ ସ୍ଥିତି ଉପରେ ଆଲୋଚନା କରିବେ ରାଷ୍ଟ୍ର ମୁଖ୍ୟ । ଯେଉଁଥିପାଇଁ ରୋମରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କେବଳ ଏତିକି ନୁହେଁ ପ୍ରାୟ ୧୨ ବର୍ଷ ପରେ ରୋମ୍ ଯାଇଛନ୍ତି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ । ଇଟାଲିରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କ ସୂଚନା ଅନୁଯାୟୀ, ଏହା ହେଉଛି […]

ରୋମ୍: ଆଜିଠୁ ଇଟାଲୀରେ ଆରମ୍ଭ ହେବ ଜି-୨୦ ସମ୍ମିଳନୀ । ଏଥିରେ ୨୦ଟି ଦେଶର ମୁଖ୍ୟ ଭାଗ ନେବେ । କରୋନା ସମୟରେ ବିଶ୍ବର ଆର୍ଥିକ ସ୍ଥିତି ଉପରେ ଆଲୋଚନା କରିବେ ରାଷ୍ଟ୍ର ମୁଖ୍ୟ । ଯେଉଁଥିପାଇଁ ରୋମରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କେବଳ ଏତିକି ନୁହେଁ ପ୍ରାୟ ୧୨ ବର୍ଷ ପରେ ରୋମ୍ ଯାଇଛନ୍ତି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଇଟାଲିରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କ ସୂଚନା ଅନୁଯାୟୀ, ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ରୋମ ଗସ୍ତ। ସେ କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ରୋମ ଯାଉଛନ୍ତି। ପ୍ରାୟ ୧୨ ବର୍ଷ ପରେ ଭାରତର ଜଣେ ପ୍ରଧାନମନ୍ତ୍ରୀ ରୋମ ଗସ୍ତରେ ଯାଇଛନ୍ତି। ଗତବର୍ଷ କୋଭିଡ ପାଇଁ ଜି-୨୦ ବୈଠକ ଭର୍ଟୁଆଲରେ ହୋଇଥିବା ବେଳେ ଏଥର ରୋମରେ ହେବାକୁ ଥିବା ବୈଠକରେ ଯୋଗ ଦେବେ । ଜଳ ବାୟୁ ପରିବର୍ତ୍ତନକୁ ଅଧିକ ଫୋକସ କରାଯିବ ବୋଲି ସୂଚନା ମିଳିଛି। ଏଥିସହ ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ଉଠାଇବ ଭାରତ । କାଶ୍ମୀରରେ ହେଉଥିବା ଆତଙ୍କୀ ଗତିବିଧି ବନ୍ଦ କରିବାକୁ ବିଭିନ୍ନ ଦେଶର ସମର୍ଥନ ଲୋଡିବ ଭାରତ। ଏଥିସହ ଆଫଗାନସ୍ଥାନ ପ୍ରସଙ୍ଗରେ ମଧ୍ୟ ମତ ରଖିବେ ପ୍ରଧାନମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

୨ ଦିନିଆ ରହଣି କାଳରେ ପ୍ରଧାନମନ୍ତ୍ରୀ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ରୋମ୍ ରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ । ଭାଟିକାନ ଯାଇ ପୋପ୍ ଫ୍ରାନସିସ୍ ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଇଟାଲି ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ମୋଦି ରୋମ୍ ଏବଂ ଭାଟିକାନା ଗସ୍ତ କରିଛନ୍ତି । ସେଠାରୁ ୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ୟୁକେର ଗ୍ଲାସଗୋ ଗସ୍ତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲଡ ଲିଡର୍ସ ସମିଟ୍ ରେ ସାମିଲ ହେବେ । ବୈଠକରେ ୧୨୦ ରାଷ୍ଟ୍ରର ମୁଖ୍ୟ ଏବଂ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭେଟି ଦ୍ବିପାକ୍ଷୀକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ସେହିପରି ୟୁକେରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୧ରେ ପାଖାପାଖି ୩ ଘଣ୍ଟାର ମାରାଥନ୍ ବୈଠକ କରିବେ । ସ୍ଥାନୀୟ ସମୟାନୁସାରେ, ସକାଳ ଟାରେ ବୈଠକ ଆରମ୍ଭ ହେବ । ଯେଉଁଥିରେ ଇସ୍ରାଏଲ୍, ଜାପାନ୍, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ୍, ନେପାଳ, ୟୁକ୍ରେନ୍ ଏବଂ ଆର୍ଜେଣ୍ଟିନା ମଧ୍ୟ ସାମିଲ ହେବେ । ଖାଲି ସେତିିକି ନୁହେଁ ମୋଦୀ, ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ ଗେଟ୍ସଙ୍କୁ ମଧ୍ୟ ଭେଟିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର