ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଆଜି ପୁଣି ପୁଟିନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦୀ

The Sakala Picture
Published On

ନୂଆଦିଲ୍ଲୀ :  ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଋଷିଆ ସେନା ୟୁକ୍ରେନର ଅନେକ ସହର ଉପରେ ବିସ୍ଫୋରଣ ଜାରି ରଖିଛି। ଦିନକୁ ଦିନ ରୁଷର ଆକ୍ରମଣ ଯୋଗୁ ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯାଇଛି।ରୁଷ ଚାରିପଟୁ ଘେରି ଖାରକିଭରେ ଆକ୍ରମଣ କରୁଥିବାରୁ ସେଠାରେ ଫସିଥିବା ଭାରତୀୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀକାଳୀନ ଆଡଭାଇଜରି ଜାରି କରାଯାଇ ଖାରକିଭକୁ ତୁରନ୍ତ ଛାଡିବାକୁ […]

ନୂଆଦିଲ୍ଲୀ :  ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଋଷିଆ ସେନା ୟୁକ୍ରେନର ଅନେକ ସହର ଉପରେ ବିସ୍ଫୋରଣ ଜାରି ରଖିଛି। ଦିନକୁ ଦିନ ରୁଷର ଆକ୍ରମଣ ଯୋଗୁ ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯାଇଛି।ରୁଷ ଚାରିପଟୁ ଘେରି ଖାରକିଭରେ ଆକ୍ରମଣ କରୁଥିବାରୁ ସେଠାରେ ଫସିଥିବା ଭାରତୀୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀକାଳୀନ ଆଡଭାଇଜରି ଜାରି କରାଯାଇ ଖାରକିଭକୁ ତୁରନ୍ତ ଛାଡିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। କିନ୍ତୁ ଏହାରି ମଧ୍ୟରେ ଭାରତୀୟଙ୍କ ସୁରକ୍ଷା ପାଇଁ ଆଜି ପୁଣିଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆହୁରି ପଢ଼ନ୍ତୁ: ଇରାନୀ ଡ୍ରୋନ୍ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

ୟୁକ୍ରେନ ଉପରେ ଋଷ ଘନ ଘନ ଆକ୍ରମଣ କରୁଥିବା ବେଳେ ୟୁକ୍ରେନର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ଭାରତୀୟମାନେ କେମିତି ସୁରକ୍ଷିତ ଉଦ୍ଧାର ହୋଇ ସ୍ବଦେଶ ଫେରିବେ ସେ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।ବିଶେଷ କରି ଯୁଦ୍ଧଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଖାରକିଭରେ ଏବେ ବି ଶତାଧିକ ଭାରତୀୟ ନାଗରିକ ଓ ଶିକ୍ଷାର୍ଥୀ ରହିଛନ୍ତି। ରୁଷ ଏଠାରେ ପ୍ରଚଣ୍ଡ ହମଲା କରୁଥିବାରୁ ସେମାନେ ଅନ୍ୟ ସ୍ଥାନକୁ ଯାଇ ପାରୁ ନାହାନ୍ତି। ତେଣୁ ସେମାନଙ୍କ ସୁରକ୍ଷା ଉପରେ ମୋଦି ବିସ୍ତୃତ ଭାବେ ପୁଟିନଙ୍କ ସହ ଆଲୋଚନା କରିବେ।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

ଏହା ପୂର୍ବରୁ ଫେବ୍ରୁଆରି ୨୪ ତାରିଖ ରାତିରେ ପୁଟିନଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ତୁରନ୍ତ ହିଂସା ବନ୍ଦ ପାଇଁ ପୁଟିନଙ୍କୁ ମୋଦୀ କହିଥିଲେ। ସମସ୍ୟାର ସମାଧାନ ପାଇଁ ସବୁପକ୍ଷ ଆଲୋଚନା ଓ କୂଟନୈତିକ ରାସ୍ତାକୁ ଫେରନ୍ତୁ । ଏଥିସହିତ ୟୁକ୍ରେନରେ ଥିବା ଭାରତୀୟ ନାଗରିକ, ବିଶେଷକରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ସଂପର୍କରେ ଭାରତର ଚିନ୍ତା ସଂପର୍କରେ ମୋଦୀ ପୁଟିନଙ୍କୁ ଅବଗତ କରାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତର ଆନ୍ଦୋଳନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ରଙ୍କ ଉପରୁ ପୋଲିସ ମାମଲା ପ୍ରତ୍ୟାହାର କଲେ ସରକାର

ଅନ୍ୟପଟେ ୟୁକ୍ରେନର ଦ୍ବିତୀୟ ବଡ ସହର ଖାରକିଭକୁ ଘେରି ରହିଛନ୍ତି ରୁଷ ସେନା । ଭାରତୀୟ ସମୟ ରାତି ସାଢେ ୯ଟା (ସ୍ଥାନୀୟ ସମୟ ସଂଧ୍ୟା ୬ଟା) ପରେ ଆକ୍ରମଣ ଆରମ୍ଭ ହେବ । ଏହି ସମୟ ସୁଦ୍ଧା ସହର ଛାଡ଼ି ଚାଲିଯିବାକୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଜରୁରୀ ପରାମର୍ଶ ଦେଇଛି ଭାରତୀୟ ଦୂତାବାସ । ଭାରତୀୟ ସମୟ ରାତି ସାଢେ ୯ଟା ପରେ ହିଁ ଖାରକିବ ଉପରେ ଚୂଡ଼ାନ୍ତ ଆକ୍ରମଣ କରାଯିବ ବୋଲି ରୁଷ ପକ୍ଷରୁ ଭାରତକୁ ଗୋପନ ସୂଚନା ଦିଆଯାଇଛି । ଏହାକୁ ଭିତ୍ତିକରି ଭାରତୀୟ ଦୂତାବାସ ଭାରତୀୟମାନଙ୍କୁ ତୁରନ୍ତ ସହର ଛାଡ଼ି ଚାଲିଯିବାକୁ ପରାମର୍ଶ ଦିଆଯାଇଥିବା କୁହାଯାଉଛି।ଯେମିତି ମଧ୍ୟ ହେଉ ତୁରନ୍ତ ଆଜି ୟୁକ୍ରେନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂତାବାସ ।ଯେମିତି ମଧ୍ୟ ହେଉ ତୁରନ୍ତ ଆଜି ୟୁକ୍ରେନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂତାବାସ ।

02 Mar 2022 By The Sakala

ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଆଜି ପୁଣି ପୁଟିନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ :  ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଋଷିଆ ସେନା ୟୁକ୍ରେନର ଅନେକ ସହର ଉପରେ ବିସ୍ଫୋରଣ ଜାରି ରଖିଛି। ଦିନକୁ ଦିନ ରୁଷର ଆକ୍ରମଣ ଯୋଗୁ ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯାଇଛି।ରୁଷ ଚାରିପଟୁ ଘେରି ଖାରକିଭରେ ଆକ୍ରମଣ କରୁଥିବାରୁ ସେଠାରେ ଫସିଥିବା ଭାରତୀୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀକାଳୀନ ଆଡଭାଇଜରି ଜାରି କରାଯାଇ ଖାରକିଭକୁ ତୁରନ୍ତ ଛାଡିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। କିନ୍ତୁ ଏହାରି ମଧ୍ୟରେ ଭାରତୀୟଙ୍କ ସୁରକ୍ଷା ପାଇଁ ଆଜି ପୁଣିଥରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ୟୁକ୍ରେନ ଉପରେ ଋଷ ଘନ ଘନ ଆକ୍ରମଣ କରୁଥିବା ବେଳେ ୟୁକ୍ରେନର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ଭାରତୀୟମାନେ କେମିତି ସୁରକ୍ଷିତ ଉଦ୍ଧାର ହୋଇ ସ୍ବଦେଶ ଫେରିବେ ସେ ନେଇ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।ବିଶେଷ କରି ଯୁଦ୍ଧଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଖାରକିଭରେ ଏବେ ବି ଶତାଧିକ ଭାରତୀୟ ନାଗରିକ ଓ ଶିକ୍ଷାର୍ଥୀ ରହିଛନ୍ତି। ରୁଷ ଏଠାରେ ପ୍ରଚଣ୍ଡ ହମଲା କରୁଥିବାରୁ ସେମାନେ ଅନ୍ୟ ସ୍ଥାନକୁ ଯାଇ ପାରୁ ନାହାନ୍ତି। ତେଣୁ ସେମାନଙ୍କ ସୁରକ୍ଷା ଉପରେ ମୋଦି ବିସ୍ତୃତ ଭାବେ ପୁଟିନଙ୍କ ସହ ଆଲୋଚନା କରିବେ।

ଏହା ପୂର୍ବରୁ ଫେବ୍ରୁଆରି ୨୪ ତାରିଖ ରାତିରେ ପୁଟିନଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ତୁରନ୍ତ ହିଂସା ବନ୍ଦ ପାଇଁ ପୁଟିନଙ୍କୁ ମୋଦୀ କହିଥିଲେ। ସମସ୍ୟାର ସମାଧାନ ପାଇଁ ସବୁପକ୍ଷ ଆଲୋଚନା ଓ କୂଟନୈତିକ ରାସ୍ତାକୁ ଫେରନ୍ତୁ । ଏଥିସହିତ ୟୁକ୍ରେନରେ ଥିବା ଭାରତୀୟ ନାଗରିକ, ବିଶେଷକରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ସଂପର୍କରେ ଭାରତର ଚିନ୍ତା ସଂପର୍କରେ ମୋଦୀ ପୁଟିନଙ୍କୁ ଅବଗତ କରାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅନ୍ୟପଟେ ୟୁକ୍ରେନର ଦ୍ବିତୀୟ ବଡ ସହର ଖାରକିଭକୁ ଘେରି ରହିଛନ୍ତି ରୁଷ ସେନା । ଭାରତୀୟ ସମୟ ରାତି ସାଢେ ୯ଟା (ସ୍ଥାନୀୟ ସମୟ ସଂଧ୍ୟା ୬ଟା) ପରେ ଆକ୍ରମଣ ଆରମ୍ଭ ହେବ । ଏହି ସମୟ ସୁଦ୍ଧା ସହର ଛାଡ଼ି ଚାଲିଯିବାକୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଜରୁରୀ ପରାମର୍ଶ ଦେଇଛି ଭାରତୀୟ ଦୂତାବାସ । ଭାରତୀୟ ସମୟ ରାତି ସାଢେ ୯ଟା ପରେ ହିଁ ଖାରକିବ ଉପରେ ଚୂଡ଼ାନ୍ତ ଆକ୍ରମଣ କରାଯିବ ବୋଲି ରୁଷ ପକ୍ଷରୁ ଭାରତକୁ ଗୋପନ ସୂଚନା ଦିଆଯାଇଛି । ଏହାକୁ ଭିତ୍ତିକରି ଭାରତୀୟ ଦୂତାବାସ ଭାରତୀୟମାନଙ୍କୁ ତୁରନ୍ତ ସହର ଛାଡ଼ି ଚାଲିଯିବାକୁ ପରାମର୍ଶ ଦିଆଯାଇଥିବା କୁହାଯାଉଛି।ଯେମିତି ମଧ୍ୟ ହେଉ ତୁରନ୍ତ ଆଜି ୟୁକ୍ରେନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂତାବାସ ।ଯେମିତି ମଧ୍ୟ ହେଉ ତୁରନ୍ତ ଆଜି ୟୁକ୍ରେନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂତାବାସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର