ପ୍ରଧାନମନ୍ତ୍ରୀ ମୋଦୀ ଦେଶ ଚଳାଇବା ପାଇଁ ଯୋଗ୍ୟ ନୁହନ୍ତି : ମମତା ବାନାର୍ଜୀ

The Sakala Picture
Published On

କୋଲକାତା  : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ସୋମବାର ହ୍ୱିଲଚେୟାରରେ ବସି ସୁଦୂର ପୁରୁଲିଆରେ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସଭାରେ ବିଜେପି ଟାର୍ଗେଟ କରି ମମତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଦେଶ ଚଳାଇବା ପାଇଁ ଯୋଗ୍ୟ ନୁହନ୍ତି। ତୈଳଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କରି ମମତା କହିଛନ୍ତି ଯେ ଆମେ ବିକାଶ କରିବାକୁ ଯୋଜନା କରୁଥିବା ବେଳେ ବିଜେପି କେବଳ ତୈଳ , […]

କୋଲକାତା  : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ସୋମବାର ହ୍ୱିଲଚେୟାରରେ ବସି ସୁଦୂର ପୁରୁଲିଆରେ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସଭାରେ ବିଜେପି ଟାର୍ଗେଟ କରି ମମତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଦେଶ ଚଳାଇବା ପାଇଁ ଯୋଗ୍ୟ ନୁହନ୍ତି। ତୈଳଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କରି ମମତା କହିଛନ୍ତି ଯେ ଆମେ ବିକାଶ କରିବାକୁ ଯୋଜନା କରୁଥିବା ବେଳେ ବିଜେପି କେବଳ ତୈଳ , ଗ୍ୟାସ ଦର ବୃଦ୍ଧି କରିବାରେ ଲାଗିଛି। କିରାସିନି ମଧ୍ୟ ଲୋକଙ୍କୁ ମିଳୁନାହିଁ।

ଆହୁରି ପଢ଼ନ୍ତୁ: ଶିଶୁ ଯୌନ ଶୋଷଣ ମାମଲା: ବ୍ରିଟେନରୁ ଆମେରିକୀୟ କୂଟନୀତିଜ୍ଞଙ୍କୁ ଗୁପ୍ତରେ ଉଠାଇ ନେଲା ଆମେରିକା, ବଢ଼ିଲା କୂଟନୈତିକ ବିବାଦ

ଆମ ସରକାର ବିଧବା ଭତ୍ତା ବାବଦରେ ୧୦୦୦ ଟଙ୍କା ଦେଉଛନ୍ତି। ଆମେ ଲୋକଙ୍କୁ ଜାତିଗତ ପ୍ରମାଣପତ୍ର ଦେଉଛୁ। ଆମେ ରଘୁନାଥ ମୁର୍ମୁ କ୍ୟାମ୍ପସ ଗଠନ କରିଛୁ। ରାଜ୍ୟ ପାଇଁ ଆମ ସରକାର ଏଭଳି ଅନେକ କିଛି କରିଛି ଯାହାକି ସାରା ବିଶ୍ବରେ ଏଭଳି କୌଣସି ସରକାର କରିନଥିବେ। ବିଜେପି ନେତା କେବଳ ବଡ଼ ବଡ଼ କଥା କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଏପରିକି ତାଙ୍କ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଏବଂ ନିର୍ବାଚନ ପାଇଁ ଟିକଟ ପାଇଥିବା ଅନେକ ସାଂସଦ ମଧ୍ୟ ସେମାନଙ୍କ ଇଲାକାରେ କିଛି କରିନାହାନ୍ତି। ଯଦି ନିର୍ବାଚନ ଜିତନ୍ତି ସେମାନେ କେବଳ ଦଙ୍ଗା କରିବେ ଏବଂ ଲୋକଙ୍କୁ ମିଛ କହିବେ ବୋଲି ମମତା କହିଛନ୍ତି।

ଆହୁରି ପଢ଼ନ୍ତୁ: UPI ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି, ଆମେରିକା ଚାପରେ ମୋଦୀ ସରକାର କାମ କରୁଥିବା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର