ମୋଦୀଙ୍କୁ ରୁଷିଆ ଆମନ୍ତ୍ରଣକଲେ ପୁତିନ୍‌: ‘ଆମର ପ୍ରିୟ ବନ୍ଧୁଙ୍କୁ ଦେଖିଲେ ଖୁସି ହେବୁ’

The Sakala Picture
Published On

ନୂଆଦିଲ୍ଲୀ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷିଆ ଯିବାକୁ ଆମନ୍ତ୍ରଣ କରିଛନ୍ତି। ମୋଦୀଙ୍କୁ ରୁଷିଆ ଆସିବାକୁ ଆମନ୍ତ୍ରଣ କରି ‘ ଆମେ ଆମର ପ୍ରିୟ ବନ୍ଧୁଙ୍କୁ ଏଠାରେ ଦେଖଲେ ଖୁସି ହେବୁ’ ବୋଲି ପୁତିନ୍‌ କହିଛନ୍ତି। ଭାରତ ଏବଂ ରୁଷିଆ ମଧ୍ୟରେ ଆସନ୍ତାବର୍ଷ ପ୍ରାରମ୍ଭରେ ଦ୍ବିପାକ୍ଷିକ ବାର୍ଷିକ ବୈଠକ ହେବାକୁ ଯାଉଥିଲା ବେଳେ ଏହି ବୈଠକରେ ମୋଦୀଙ୍କ ଉପସ୍ଥିତି ଆମକୁ ଆନନ୍ଦିତ କରିବ ବୋଲି ପୁତିନ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା […]

ନୂଆଦିଲ୍ଲୀ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷିଆ ଯିବାକୁ ଆମନ୍ତ୍ରଣ କରିଛନ୍ତି। ମୋଦୀଙ୍କୁ ରୁଷିଆ ଆସିବାକୁ ଆମନ୍ତ୍ରଣ କରି ‘ ଆମେ ଆମର ପ୍ରିୟ ବନ୍ଧୁଙ୍କୁ ଏଠାରେ ଦେଖଲେ ଖୁସି ହେବୁ’ ବୋଲି ପୁତିନ୍‌ କହିଛନ୍ତି। ଭାରତ ଏବଂ ରୁଷିଆ ମଧ୍ୟରେ ଆସନ୍ତାବର୍ଷ ପ୍ରାରମ୍ଭରେ ଦ୍ବିପାକ୍ଷିକ ବାର୍ଷିକ ବୈଠକ ହେବାକୁ ଯାଉଥିଲା ବେଳେ ଏହି ବୈଠକରେ ମୋଦୀଙ୍କ ଉପସ୍ଥିତି ଆମକୁ ଆନନ୍ଦିତ କରିବ ବୋଲି ପୁତିନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ସବୁଠାରୁ ବଡ଼ କଥା ହେଲା ରାଷ୍ଟ୍ରପତି ପୁତିନ ସଂପ୍ରତି ରୁଷ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମୋଦୀଙ୍କ ଆମନ୍ତ୍ରଣ ନେଇ ପ୍ରତ୍ୟକ୍ଷ ବାର୍ତ୍ତା ଦେଇଛନ୍ତି। ଏପରିକି ୨୦୨୪ରେ ଭାରତରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିଲା ବେଳେ ଏଥିପାଇଁ ମଧ୍ୟ ସେ ମୋଦୀଙ୍କ ଉଦ୍ଦେଶ୍ୟରେ ଶୁଭ ବାର୍ତ୍ତା ଦେଇଛନ୍ତି। ଜୟଶଙ୍କର ୫ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ବର୍ତ୍ତମାନ ରୁଷିଆ ଯାଇଥିଲା ବେଳେ ସେ ପୁତିନଙ୍କୁ ଭେଟି ଦ୍ବିପାକ୍ଷିକ କାରବାର ସହ ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ପୁତିନ କୌଣସି ରାଷ୍ଟ୍ରମୁଖ୍ୟଙ୍କ ବିନା ବୈଠକରେ ଉପସ୍ଥିତ ରହୁ ନଥିବା ବେଳେ ଜୟଶଙ୍କର ସହ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିବା ବୈଶ୍ବିକ ରାଜନୀତିକ ମହଲରେ ଚର୍ଚ୍ଚିିତ ପ୍ରସଙ୍ଗ ହୋଇଛି। ସେ ତୈଳ କାରବାର ଠାରୁ ଆରମ୍ଭ କରି ବୈଷୟିକ କ୍ଷେତ୍ର ଏବଂ ଭାରତରେ ଆଣବିକ କାରଖାନା ପ୍ରତିଷ୍ଠା ନେଇ ଜୟଶଙ୍କରଙ୍କ ସହ ଆଲୋଚନା କରିଥିବାରୁ ପାକିସ୍ତାନ ଏବଂ ଚୀନ ଭଳି ଭାରତ ବିରୋଧୀ ରାଷ୍ଟ୍ର ଏହାକୁ ସହଜରେ ହଜମ କରିପାରି ନାହାନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର