ଋଷ ନାଗରିକଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଭାବପ୍ରବଣ ଚିଠି, ଲେଖିଲେ ଏପରି କଥା…..

The Sakala Picture
Published On

କିଭ୍‌: ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଛି ୟୁକ୍ରେନ। ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି । ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ । ଏଥିପାଇଁ ଋଷ ସେନା କିବ ମୁହାଁ ହୋଇଛନ୍ତି । ଏପରିକି କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ମାଡ କରୁଛି ଋଷ । ଆଉ […]

କିଭ୍‌: ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଛି ୟୁକ୍ରେନ। ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି । ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ । ଏଥିପାଇଁ ଋଷ ସେନା କିବ ମୁହାଁ ହୋଇଛନ୍ତି । ଏପରିକି କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ମାଡ କରୁଛି ଋଷ । ଆଉ ଏଭଳି ସଙ୍କଟଜନକ ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାବବିହ୍ୱଳ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

ୟୁକ୍ରେନର ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଜେଲେନସ୍କି ଆକ୍ରମଣ କରିଥିବା ପଡୋଶୀ ଋଷ ନାଗରିକମାନଙ୍କୁ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି । ଏଭଳି ସ୍ଥିତିରେ ଋଷ ନାଗରିକମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ  ଆମେ ୨୦୦୦ କିଲୋମିଟର ଲମ୍ବା ସୀମା ଦ୍ୱାରା ବିଭକ୍ତ । ଗୋଟିଏ ପାର୍ଶ୍ୱରେ ଆପଣଙ୍କର ୨ ଲକ୍ଷ ସୈନିକ ଏବଂ ୧ ହଜାର ସଶସ୍ତ୍ର ଯାନ ଅଛି । ତୁମର ନେତୃତ୍ୱ ସେମାନଙ୍କୁ ପାଦ ଆଗକୁ ଆଗକୁ ବଢାଇବା ସହ ଆମ ଦେଶ ମଧ୍ୟରେ ଅରାଜକତା ସୃଷ୍ଟି କରିବାକୁ ନିର୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛି ଋଷ। ଯୁଦ୍ଧର ପ୍ରଥମ ଦିନରେ ୟୁକ୍ରେନ୍‌ର ୧୩୭ ଜଣଙ୍କର ମୃତ୍ୟୁ ହୋଇଛି। ଋଷ ନାଗରିକମାନଙ୍କୁ ଋଷର ସରକାର କହିଛନ୍ତି ଯେ ସେ ୟୁକ୍ରେନବାସୀଙ୍କୁ ସ୍ୱାଧୀନତା ଦେବାକୁ ଏହି ଆକ୍ରମଣ କରିଛି କିନ୍ତୁ ଏହା ଭୁଲ କାରଣ ୟୁକ୍ରେନବାସୀ ସ୍ବାଧୀନ ଅଟନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣଙ୍କୁ କୁହାଯାଇଛି ଯେ ଆମେ ନାଜି, ଏହା ସମ୍ପୁର୍ଣ୍ଣ ଭୁଲ କାରଣ ଆମେ କିପରି ନାଜିଜିମକୁ ସମର୍ଥନ କରିପାରିବୁ, ଯିଏ ନାଜିଜିମ୍ ଉପରେ ଜିତିବା ପାଇଁ ୮ ମିଲିୟନ୍ ଲୋକଙ୍କୁ ବଳିଦାନ ଦେଇଛନ୍ତି? ଆମେ କିପରି ନାଜି ହୋଇପାରିବୁ? ମୋର ଜେଜେବାପାଙ୍କୁ ପଚାର, ଯିଏ ଯୁଦ୍ଧରେ ସୋଭିଏତ୍ ଋଷର ପଦାତିକରେ ସେବା କରିଥିଲେ ଏବଂ ସ୍ବାଧୀନ ୟୁକ୍ରେନରେ କର୍ଣ୍ଣେଲ ଭାବରେ ମୃତ୍ୟୁ ବରଣ କରିଥିଲେ। ତୁମକୁ କୁହାଯାଇଛି ଯେ ଆମେ ଋଷୀୟ ସଂସ୍କୃତିକୁ ଘୃଣା କରୁ କିନ୍ତୁ ଆମେ କିପରି ଏକ ସଂସ୍କୃତିକୁ ଘୃଣା କରିପାରିବୁ ବୋଲି ନିଜ ଭାବପ୍ରବଣ ଚିଠିରେ ଋଷର ନାଗରିକଙ୍କୁ କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ପଡ଼ୋଶୀମାନେ ସର୍ବଦା ପରସ୍ପରକୁ ସାଂସ୍କୃତିକ ଭାବରେ ସମୃଦ୍ଧ କରନ୍ତି।ଏହା ଆମକୁ ସଂପୂର୍ଣ୍ଣ ବିଚ୍ଛିନ୍ନ କିମ୍ବା ପରସ୍ପର ସହିତ ସଂପୂର୍ଣ୍ଣ ମିଶ୍ରିତ କରେ ନାହିଁ । ଅବଶ୍ୟ ଆମେ ଅଲଗା, କିନ୍ତୁ ତାହା ଶତ୍ରୁ ହେବାର କାରଣ ନୁହେଁ। ୟୁକ୍ରେନବାସୀ ଶାନ୍ତି ଚାହାଁନ୍ତି, ୟୁକ୍ରେନ କର୍ତ୍ତୃପକ୍ଷ ଶାନ୍ତି ଚାହାଁନ୍ତି, ସେମାନେ ଏହା ପାଇଁ ସବୁକିଛି କରୁଛନ୍ତି । ଆମେ ଯୁଦ୍ଧ ଚାହୁଁନାହୁଁ । ଏକଥା ଆମେ ବାରମ୍ବାର କହୁଛୁ ତଥାପି ଆମକୁ ଆକ୍ରମଣ କରାଯାଇଛି।  କେହି ଯଦି ଆମର ଜମି, ଆମର ସ୍ୱାଧୀନତା, ଜୀବନ, ​​ଆମ ପିଲାମାନଙ୍କ ଜୀବନ ଛଡ଼େଇ ନେବାକୁ ଚେଷ୍ଟା କଲା, ତା’ପରେ ଆମେ ନିଜକୁ ରକ୍ଷା କରିବୁ । ଆମେ ଆକ୍ରମଣ କରିବୁ ନାହିଁ, ବରଂ ନିଜକୁ ରକ୍ଷା କରିବୁ। ଆମକୁ ଆକ୍ରମଣ କରି ତୁମେ ଆମର ଚେହେରା ଦେଖିବ, ଆମର ପିଠି ନୁହେଁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

ଯୁଦ୍ଧର ଅର୍ଥ ହେଉଛି ହଜାର ହଜାର ଲୋକଙ୍କ ହରାଇବା। ଦେଶରେ ଅନାହାର , ଆର୍ଥିକ ଅନଟକ ସୃଷ୍ଟି କରିବା । ଋଷ ନାଗରିକମାନଙ୍କୁ କୁହାଯାଇଛି ଯେ ୟୁକ୍ରେନ ଋଷ ପାଇଁ ବିପଦ ଅଟେ। କିନ୍ତୁ ଏହା କେବେ ବି ଠିକ୍‌ ନୁହେଁ। ୟୁକ୍ରେନ କେବେବି ଋଷ ପାଇଁ ବିପଦ ନୁହେଁ। ଏହା ପୂର୍ବରୁ ନୁହେଁ, ଆଜି ମଧ୍ୟ ନୁହେଁ, ଭବିଷ୍ୟତରେ ମଧ୍ୟ ହେବ ନାହିଁ । କିନ୍ତୁ ଯୁଦ୍ଧ ଏହି ଗ୍ୟାରେଣ୍ଟି ନଷ୍ଟ କରୁଛି । କାହାକୁ ସୁରକ୍ଷା ସୁନିଶ୍ଚିତ କରାଯିବ ନାହିଁ । ଆମ ଭିତରୁ କିଏ ଅଧିକ କଷ୍ଟ ପାଇବ?  କିଏ ଏହି ଯୁଦ୍ଧକୁ କମ୍ ଚାହୁଁଛି?  ଆପଣମାନେ ଚାହିଁଲେ  ଏସବୁକୁ ଅଟକାଇ ପାରିବେ ବୋଲି ନିଜ ଭାବପ୍ରବଣ ଚିଠିରେ ଋଷର ନାଗରିକଙ୍କୁ କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି।

25 Feb 2022 By The Sakala

ଋଷ ନାଗରିକଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଭାବପ୍ରବଣ ଚିଠି, ଲେଖିଲେ ଏପରି କଥା…..

କିଭ୍‌: ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଛି ୟୁକ୍ରେନ। ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ଏବେ ନିଆଁ ଜଳୁଛି । ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ । ଏଥିପାଇଁ ଋଷ ସେନା କିବ ମୁହାଁ ହୋଇଛନ୍ତି । ଏପରିକି କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ମାଡ କରୁଛି ଋଷ । ଆଉ ଏଭଳି ସଙ୍କଟଜନକ ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାବବିହ୍ୱଳ ହୋଇଛନ୍ତି।

ୟୁକ୍ରେନର ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଜେଲେନସ୍କି ଆକ୍ରମଣ କରିଥିବା ପଡୋଶୀ ଋଷ ନାଗରିକମାନଙ୍କୁ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି । ଏଭଳି ସ୍ଥିତିରେ ଋଷ ନାଗରିକମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ  ଆମେ ୨୦୦୦ କିଲୋମିଟର ଲମ୍ବା ସୀମା ଦ୍ୱାରା ବିଭକ୍ତ । ଗୋଟିଏ ପାର୍ଶ୍ୱରେ ଆପଣଙ୍କର ୨ ଲକ୍ଷ ସୈନିକ ଏବଂ ୧ ହଜାର ସଶସ୍ତ୍ର ଯାନ ଅଛି । ତୁମର ନେତୃତ୍ୱ ସେମାନଙ୍କୁ ପାଦ ଆଗକୁ ଆଗକୁ ବଢାଇବା ସହ ଆମ ଦେଶ ମଧ୍ୟରେ ଅରାଜକତା ସୃଷ୍ଟି କରିବାକୁ ନିର୍ଦେଶ ଦେଇଛି।

ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରୁଛି ଋଷ। ଯୁଦ୍ଧର ପ୍ରଥମ ଦିନରେ ୟୁକ୍ରେନ୍‌ର ୧୩୭ ଜଣଙ୍କର ମୃତ୍ୟୁ ହୋଇଛି। ଋଷ ନାଗରିକମାନଙ୍କୁ ଋଷର ସରକାର କହିଛନ୍ତି ଯେ ସେ ୟୁକ୍ରେନବାସୀଙ୍କୁ ସ୍ୱାଧୀନତା ଦେବାକୁ ଏହି ଆକ୍ରମଣ କରିଛି କିନ୍ତୁ ଏହା ଭୁଲ କାରଣ ୟୁକ୍ରେନବାସୀ ସ୍ବାଧୀନ ଅଟନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣଙ୍କୁ କୁହାଯାଇଛି ଯେ ଆମେ ନାଜି, ଏହା ସମ୍ପୁର୍ଣ୍ଣ ଭୁଲ କାରଣ ଆମେ କିପରି ନାଜିଜିମକୁ ସମର୍ଥନ କରିପାରିବୁ, ଯିଏ ନାଜିଜିମ୍ ଉପରେ ଜିତିବା ପାଇଁ ୮ ମିଲିୟନ୍ ଲୋକଙ୍କୁ ବଳିଦାନ ଦେଇଛନ୍ତି? ଆମେ କିପରି ନାଜି ହୋଇପାରିବୁ? ମୋର ଜେଜେବାପାଙ୍କୁ ପଚାର, ଯିଏ ଯୁଦ୍ଧରେ ସୋଭିଏତ୍ ଋଷର ପଦାତିକରେ ସେବା କରିଥିଲେ ଏବଂ ସ୍ବାଧୀନ ୟୁକ୍ରେନରେ କର୍ଣ୍ଣେଲ ଭାବରେ ମୃତ୍ୟୁ ବରଣ କରିଥିଲେ। ତୁମକୁ କୁହାଯାଇଛି ଯେ ଆମେ ଋଷୀୟ ସଂସ୍କୃତିକୁ ଘୃଣା କରୁ କିନ୍ତୁ ଆମେ କିପରି ଏକ ସଂସ୍କୃତିକୁ ଘୃଣା କରିପାରିବୁ ବୋଲି ନିଜ ଭାବପ୍ରବଣ ଚିଠିରେ ଋଷର ନାଗରିକଙ୍କୁ କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ପଡ଼ୋଶୀମାନେ ସର୍ବଦା ପରସ୍ପରକୁ ସାଂସ୍କୃତିକ ଭାବରେ ସମୃଦ୍ଧ କରନ୍ତି।ଏହା ଆମକୁ ସଂପୂର୍ଣ୍ଣ ବିଚ୍ଛିନ୍ନ କିମ୍ବା ପରସ୍ପର ସହିତ ସଂପୂର୍ଣ୍ଣ ମିଶ୍ରିତ କରେ ନାହିଁ । ଅବଶ୍ୟ ଆମେ ଅଲଗା, କିନ୍ତୁ ତାହା ଶତ୍ରୁ ହେବାର କାରଣ ନୁହେଁ। ୟୁକ୍ରେନବାସୀ ଶାନ୍ତି ଚାହାଁନ୍ତି, ୟୁକ୍ରେନ କର୍ତ୍ତୃପକ୍ଷ ଶାନ୍ତି ଚାହାଁନ୍ତି, ସେମାନେ ଏହା ପାଇଁ ସବୁକିଛି କରୁଛନ୍ତି । ଆମେ ଯୁଦ୍ଧ ଚାହୁଁନାହୁଁ । ଏକଥା ଆମେ ବାରମ୍ବାର କହୁଛୁ ତଥାପି ଆମକୁ ଆକ୍ରମଣ କରାଯାଇଛି।  କେହି ଯଦି ଆମର ଜମି, ଆମର ସ୍ୱାଧୀନତା, ଜୀବନ, ​​ଆମ ପିଲାମାନଙ୍କ ଜୀବନ ଛଡ଼େଇ ନେବାକୁ ଚେଷ୍ଟା କଲା, ତା’ପରେ ଆମେ ନିଜକୁ ରକ୍ଷା କରିବୁ । ଆମେ ଆକ୍ରମଣ କରିବୁ ନାହିଁ, ବରଂ ନିଜକୁ ରକ୍ଷା କରିବୁ। ଆମକୁ ଆକ୍ରମଣ କରି ତୁମେ ଆମର ଚେହେରା ଦେଖିବ, ଆମର ପିଠି ନୁହେଁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

ଯୁଦ୍ଧର ଅର୍ଥ ହେଉଛି ହଜାର ହଜାର ଲୋକଙ୍କ ହରାଇବା। ଦେଶରେ ଅନାହାର , ଆର୍ଥିକ ଅନଟକ ସୃଷ୍ଟି କରିବା । ଋଷ ନାଗରିକମାନଙ୍କୁ କୁହାଯାଇଛି ଯେ ୟୁକ୍ରେନ ଋଷ ପାଇଁ ବିପଦ ଅଟେ। କିନ୍ତୁ ଏହା କେବେ ବି ଠିକ୍‌ ନୁହେଁ। ୟୁକ୍ରେନ କେବେବି ଋଷ ପାଇଁ ବିପଦ ନୁହେଁ। ଏହା ପୂର୍ବରୁ ନୁହେଁ, ଆଜି ମଧ୍ୟ ନୁହେଁ, ଭବିଷ୍ୟତରେ ମଧ୍ୟ ହେବ ନାହିଁ । କିନ୍ତୁ ଯୁଦ୍ଧ ଏହି ଗ୍ୟାରେଣ୍ଟି ନଷ୍ଟ କରୁଛି । କାହାକୁ ସୁରକ୍ଷା ସୁନିଶ୍ଚିତ କରାଯିବ ନାହିଁ । ଆମ ଭିତରୁ କିଏ ଅଧିକ କଷ୍ଟ ପାଇବ?  କିଏ ଏହି ଯୁଦ୍ଧକୁ କମ୍ ଚାହୁଁଛି?  ଆପଣମାନେ ଚାହିଁଲେ  ଏସବୁକୁ ଅଟକାଇ ପାରିବେ ବୋଲି ନିଜ ଭାବପ୍ରବଣ ଚିଠିରେ ଋଷର ନାଗରିକଙ୍କୁ କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି।

https://www.thesakala.in/national-international/president-of-ukraine-wrote-emotional-letter-to-russian-citizens/article-9504
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର