ୱାକଫ୍ ସଂଶୋଧିତ ବିଲ୍‌ ଉପରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର, ଆଇନ୍‌ରେ ପରିଣତ ହେଲା ବିଲ୍‌

The Sakala Picture
Published On

ନୂଆଦିଲ୍ଲୀ: ଆଇନ୍‌ରେ ପରିଣତ ହେଲା ୱାକଫ୍ ବିଲ୍‌ । ୱାକଫ ସଂଶୋଧିତ ବିଲ୍‌ ଉପରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ରାଷ୍ଟ୍ରପତିଙ୍କ ମୋହର ପରେ ୱାକଫ୍ ସଂଶୋଧନ ବିଲ୍ ଆଇନରେ ପରିଣତ ହୋଇଛି । ବିଲ୍‌ ୱାକଫ୍ (ସଂଶୋଧିତ) ଆକ୍ଟ-୨୦୨୫ରେ ପରିଣତ । ସଂସଦର ଉଭୟ ଗୃହରେ ବିଲ୍‌ ପାସ୍‌ ପରେ ୱାକଫ୍ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ଏବେ ନୂଆ ୱକଫ ଆଇନକୁ ସାରା ଦେଶରେ ଲାଗୁ କରାଯିବ । ଏ ବାବଦ ପରବର୍ତ୍ତୀ […]

ନୂଆଦିଲ୍ଲୀ: ଆଇନ୍‌ରେ ପରିଣତ ହେଲା ୱାକଫ୍ ବିଲ୍‌ । ୱାକଫ ସଂଶୋଧିତ ବିଲ୍‌ ଉପରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ରାଷ୍ଟ୍ରପତିଙ୍କ ମୋହର ପରେ ୱାକଫ୍ ସଂଶୋଧନ ବିଲ୍ ଆଇନରେ ପରିଣତ ହୋଇଛି । ବିଲ୍‌ ୱାକଫ୍ (ସଂଶୋଧିତ) ଆକ୍ଟ-୨୦୨୫ରେ ପରିଣତ । ସଂସଦର ଉଭୟ ଗୃହରେ ବିଲ୍‌ ପାସ୍‌ ପରେ ୱାକଫ୍ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । ଏବେ ନୂଆ ୱକଫ ଆଇନକୁ ସାରା ଦେଶରେ ଲାଗୁ କରାଯିବ । ଏ ବାବଦ ପରବର୍ତ୍ତୀ ପ୍ରକ୍ରିୟା ସେହି ଆଧାରରେ ହେବ ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ପୂର୍ବରୁ ଏହି ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଥିଲା । ଲୋକସଭାରେ ବିଲ୍ ସପକ୍ଷରେ ୨୨୮ଟି ଭୋଟ୍ ପଡ଼ିଥିଲା ବେଳେ ଏହା ବିରୋଧରେ ୨୩୨ଟି ଭୋଟ୍ ପଡ଼ିଥିଲା । ଅନ୍ୟପଟେ ରାଜ୍ୟସଭାରେ ୧୨୮ ଜଣ ସାଂସଦ ୱାକଫ୍ ବିଲ୍‌କୁ ସମର୍ଥନ କରିଥିଲେ । ୯୫ ଜଣ ବିରୋଧ କରିଥିଲେ ।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

ଅନ୍ୟପଟେ ଏହି ନୂଆ ଆଇନକୁ କଂଗ୍ରେସ ସମେତ କିଛି ଦଳ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ବିଭିନ୍ନ ରାଜ୍ୟରେ ମୁସଲିମ ସଂଗଠନ ମାନେ ବିରୋଧ ଜାରି ରଖିଛନ୍ତି । ନୂଆ ଆଇନ ଦ୍ବାରା ୱକଫରେ ପକ୍ଷପାତିତା, ୱକଫ ସମ୍ପତ୍ତିର ଅପବ୍ୟବହାର ଓ ଜବରଦଖଲକୁ ରୋକିବା ସମ୍ଭବ ହୋଇପାରିବ ବୋଲି ସରକାର ଯୁକ୍ତି ବାଢିଛନ୍ତି

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର